Advertisment

କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଲେ ସୁଦର୍ଶନ ଦାସ

ଦଳର ଚରମ ଦୁର୍ଦ୍ଦିନ ସମୟରେ ଜଳେଶ୍ୱର କଂଗ୍ରେସର ସେ ମଙ୍ଗ ଧରିଥିଲେ l ଗତ ନିର୍ବାଚନ ପରଠାରୁ ଦୀର୍ଘ ୫ ବର୍ଷ ଧରି ଦଳର ସଂଗଠନକୁ ଗଢିଥିଲେ l ଜଳେଶ୍ୱରବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଅନେକ ସଂଗ୍ରାମ ଓ ଆନ୍ଦୋଳନ କରିଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Sudarshan Das Over Congress Ticket Distribution

Congress

ରାଜ୍ୟ କଂଗ୍ରେସରେ କିଛି ଆତ୍ମଘାତୀ କାର୍ଯ୍ୟକଳାପ ପାଇଁ ଓଡ଼ିଶାରେ କଂଗ୍ରେସ ଆଗକୁ ଯାଇ ପାରୁନାହିଁ । ଜଳେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରି ଏମିତି ପ୍ରତିକ୍ରିୟା ରଖିଛନ୍ତି ଜଳେଶ୍ୱର କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ଜଳେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଦଳର ପ୍ରାର୍ଥୀ ଚୟନର ମାପକାଠିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

Advertisment

ସେ କହିଛନ୍ତି, ଦଳର ଚରମ ଦୁର୍ଦ୍ଦିନ ସମୟରେ ଜଳେଶ୍ୱର କଂଗ୍ରେସର ସେ ମଙ୍ଗ ଧରିଥିଲେ । ଗତ ନିର୍ବାଚନ ପରଠାରୁ ଦୀର୍ଘ ୫ ବର୍ଷ ଧରି ଦଳର ସଂଗଠନକୁ ଗଢିଥିଲେ । ଜଳେଶ୍ୱରବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଅନେକ ସଂଗ୍ରାମ ଓ ଆନ୍ଦୋଳନ କରିଥିଲେ । ମାତ୍ର ତାଙ୍କୁ ଦଳ ଟିକଟ ନଦେବା ପଛରେ କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଏ ବିଷୟରେ ସେ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ଦଳର ଶୀର୍ଷ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ତେବେ ଏନେଇ ରାଜ୍ୟ କଂଗ୍ରେସ ସଭାପତିଙ୍କ ପ୍ରତିକ୍ରିୟା ମିଳିପାରିନି।

ଅଧିକ ପଢ଼ନ୍ତୁ: ୨୫ ବର୍ଷ ହେଲା କ୍ଷମତାରେ, ହେଲେ ରାଜ୍ୟବାସୀ ପାଣି ଟୋପାଏ ପାଇଁ ଡହଳ ବିକଳ

Advertisment

ସୂଚନାଯୋଗ୍ୟ, ଗତକାଲି ୨ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେଲେ ସୁରେଶ ମହାପାତ୍ର । ସେହିପରି ସମ୍ବଲପୁରରେ ଲୋକସଭା ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ କରିଛି କଂଗ୍ରେସ ।

ଏଥିସହ ୮ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଟକ-ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ବଡ଼ଚଣାରୁ ଅଜୟ ସାମଲ, ପାଲଲହଡ଼ାରୁ ଫକୀର ସାମଲଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଅନ୍ୟପଟେ ଜଗତସିଂହପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି ପ୍ରତିମା ମଲ୍ଲିକ। ବାରିପଦାରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ ହେମ୍ବ୍ରମଙ୍କୁ ଟିକେଟ୍‌ ଦେଇଛି କଂଗ୍ରେସ । ସେହିପରି ଖଣ୍ଡପଡ଼ାରୁ ମନୋଜ କୁମାର ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ତେବେ ଗତକାଲି ଓଡ଼ିଶା ଆସିଥିଲେ ରାହୁଲ ଗାନ୍ଧି । ସଭା ମଂଚକୁ ଆସୁ ଆସୁ ରାଜ୍ୟ ସରକାରଙ୍କୁ କରିଥିଲେ ଆଟାକ୍। ଅଭିଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ କରିଥିଲେ ହମଲା। ଓଡ଼ିଶାରେ କଂଗ୍ରେସ କ୍ୟାମ୍ପେନର ବିଗୁଲ ବଜାଇ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଥିଲେ ରାହୁଲ ଗାନ୍ଧି । ସେ କହିଥିଲେ, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି । ପାନ୍ ଥିଓରି ଉଠାଇ ଉଭୟ ମୋଦି ଓ ନବୀନଙ୍କୁ ଘେରିଥିଲେ ରାହୁଲ୍। ତାସହିତ ଖଣି ଦୁର୍ନୀତି, ଜମି ଦୁର୍ନୀତି ଓ ଚାରା ରୋପଣ ନାଁରେ କୋଟି କୋଟି ଟଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ଆଣିଥିଲେ ରାହୁଲ ।

BJD BJP Congress Odisha Politics General Election 2024
Advertisment
Advertisment