Advertisment

ରୋଷେଇ ଘରୁ ବ୍ୟାଙ୍କରେ ବ୍ୟାପିଥିଲା ନିଆଁ, ବାଥ୍‌ରୁମ୍‌ରେ ଫସିଥିଲେ କର୍ମଚାରୀ

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ୩ଟି ଦମକଳ ଗାଡି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ । ତୃତୀୟ ମହଲାରେ ଥିବା କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଜଣାପଡ଼ିଛି।  ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Fire Breaks Out At Bank Of India Zonal Office

Firemishap

ବ୍ୟାଙ୍କରେ ନିଆଁ। ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ୍ ଅଫିସରେ ଅଗ୍ନିକାଣ୍ଡ। ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିବା ତୃତୀୟ ମହଲାରେ ହଠାତ୍ ନିଆଁ ଲାଗିଥିଲା । ଧୂଆଁମୟ ହୋଇଥିଲା ଅଫିସ ପରିସର । ଧୂଆଁରେ ୪ ଜଣ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଅନ୍ୟ କର୍ମଚାରୀମାନେ ବି ବିଲଡିଂ ବାହାରକୁ ପଳାଇ ଆସିଥିଲେ।

Advertisment

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ୩ଟି ଦମକଳ ଗାଡି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ । ତୃତୀୟ ମହଲାରେ ଥିବା କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଜଣାପଡ଼ିଛି।  ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। 

ଅଧିକ ପଢ଼ନ୍ତୁ: ବାହାଘର ବାଣରୁ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୬ ଜଣ ଜୀଅନ୍ତା ଜଳିଗଲେ

Advertisment

ପୂରା କାହାଣୀ...

ରୋଷେଇ ଓ ଡାଇନିଂ ରୁମରେ ଲାଗିଲା ନିଆଁ । ବାଥରୁମରେ ଫସି ରହିଥିଲେ ୩ ବ୍ୟାଙ୍କ କର୍ମଚାରୀ ସହ ଜଣେ ମହିଳା ରୋଷେୟା, ଦେଢ଼ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ । ଦ୍ୱୀପ୍ରହର ସମୟରେ ବ୍ୟାଙ୍କର ତୃତୀୟ ମହଲାରେ ଗ୍ୟାସ ଟାଙ୍କିରୁ କୌଣସି କାରଣ ବଶତଃ ନିଆଁ ବାହାରି ଥିଲା। ଦେଖୁ ଦେଖୁ ରୋଷେଇ ଘର ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା । ବ୍ୟାଙ୍କର ୧୫ ରୁ ୨୦ କର୍ମଚାରୀ ନିଆଁ ଦେଖି ବାହାରି ଆସିଥିବା ବେଳେ ମହିଳା ରୋଷେୟା ସମେତ ତିନି କର୍ମଚାରୀ ବାଥରୁମ ଭିତରେ ଫସି ରହିଥିଲେ।

ପ୍ରଚଣ୍ଡ ନିଆଁ ଓ ଧୂଆଁମୟ ହୋଇ ଯାଇଥିଲା ବ୍ୟାଙ୍କ ପରିସର। ବ୍ୟାଙ୍କର କିଛି କର୍ମଚାରୀ ସାହସିକତାର ସହ ଭିତରକୁ ଯାଇ ଚାରିଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ସେଥିରେ ସଫଳ ହୋଇନଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଚାରୋଟି ଅଗ୍ନିଶମ ଗାଡି ସହ ୧୭ ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ବ୍ୟାଙ୍କ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ଜଣେ ମହିଳା ସମେତ ୩ ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା।

ତେବେ ବ୍ୟାଙ୍କରେ ଆବଶ୍ୟକ ଅନୁଯାୟୀ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା । ବ୍ୟାଙ୍କର କଣ କ୍ଷୟକ୍ଷତି ହୋଇଛି ସେନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ବାରିପଦା ଅଗ୍ନିଶମ ଅଧିକାରୀ । ଉପର ମହଲାରେ ପ୍ରବଳ ଧୂଆଁ ଯୋଗୁଁ ଅସୁସ୍ଥ କର୍ମଚାରୀ ମାନଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ସୁସ୍ଥ ଥିବା ଜଣା ପଡିଛି ।

Fire Mishap Fire Accident
Advertisment
Advertisment