• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା । ଏକକୁ ଆରେକ ବଳି ରିଲ୍ସ ଏବଂ ସଟ୍ସ ତିଆରି କରି ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି ବିଜେପି-ବିଜେଡି ଓ କଂଗ୍ରେସ ।

ଦେଖିଲେ ଏମିତି ଲାଗୁଛି ଯେ, କୌଣସି ଫିଲ୍ମର ଦୃଶ୍ୟ କି କୌଣସି ଟେଲି ସିରିଏଲ୍ ର ହୋଇଥିବ । ବ୍ୟବସ୍ଥା ବିରୋଧରେ ଅଭିନବ ଢଙ୍ଗରେ ସ୍କ୍ରିପ୍ଟ ତିଆରି କରି ଜନତାଙ୍କୁ ବାର୍ତ୍ତା ଦେଉଛନ୍ତି ପଲିଟିକାଲ୍ ପାର୍ଟି । ଅର୍ଥାତ ଜିଟାଲ୍ ଜମାନାରେ ଡିଜିଟାଲ୍ ଫଣ୍ଡା...ସ୍ମାର୍ଟଫୋନ୍ ଖୋଲୁ ଖୋଲୁ ସାମ୍ନାକୁ ଚାଲି ଆସୁଛି ଏଭଳି ଏକାଧିକ ରିଲ୍ସ ।

ବାଜୁଛି ପଲିଟିକାଲ ଗୀତ...ନେତା ଦେଖାଉଛନ୍ତି ସ୍ୱପ୍ନର ପାହାଡ଼ । କଂଗ୍ରେସ ବଖାଣୁଛି ରାଜ୍ୟ ସରକାରଙ୍କ ବିଫଳତାର କାହାଣୀ । ବିଜେପି କହୁଛି ମୋଦିଙ୍କ ବିକାଶର ସଂକଳ୍ପର ଗାଥା । ଆଉ ବିଜେଡି ଜଣାଉଛି, ନବୀନଙ୍କ ୨୪ ବର୍ଷର ଶାସନର କଥା । ଏଭଳି ଶହ ଶହ ଭିଡିଓ ଆଉ ରିଲ୍ସରେ କାହାର ରହିଛି କେଉଁ ମୁଦ୍ଦା, ହାତପାଆନ୍ତାରେ ମିଳିଯାଉଛି ସ୍ମାର୍ଟଫୋନରୁ ।

ଅଧିକ ପଢ଼ନ୍ତୁ: ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ଦୁଇ ଶିକ୍ଷକ ନିଲମ୍ବିତ, ବିଜେଡି ସଭାରେ ହୋଇଥିଲେ ସାମିଲ

ଯୁବ ଏବଂ ନୂଆ ଭୋଟର୍ ବି ପ୍ରଭାବିତ ହେଉଛନ୍ତି ଏହି ରିଲ୍ସରେ । ଫେସବୁକ୍ ହେଉ କି ଇନଷ୍ଟାଗ୍ରାମ୍, ହ୍ୱାଟସଆପ୍ ହେଉ କି X... ପ୍ରସଙ୍ଗ ଏବଂ ଦଳୀୟ କାର୍ଯ୍ୟପନ୍ଥାକୁ ଧରି ନୂଆ ଭୋଟରଙ୍କୁ ଟାର୍ଗେଟ୍ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ରିବ୍ରାଣ୍ଡିଂ କରି କେନ୍ଦ୍ରୀୟ ଯୋଜନାକୁ କେମିତି ହାଇଜାକ୍ କରୁଛି ବିଜେଡି, ସେନେଇ ପ୍ରସ୍ତୁତ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭିଡ଼ିଓ ଏବେ ବେଶ୍ ଚାଲୁଛି ।

କେବଳ ଶାହ ନୁହଁନ୍ତି, ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ‘ଅପେକ୍ଷାର ଅନ୍ତ ଏଥର ବୈଜୟନ୍ତ’ ଶୀର୍ଷକ ରିଲ୍ସ ବି ବେଶ୍ ଭାଇରାଲ୍ ହେଉଛି । ସେହିପରି ବିଜେପିର ଦିଗପହଣ୍ଡି ପ୍ରାର୍ଥୀ ତଥା ଅଭିନେତା ସିଦ୍ଧାନ୍ତଙ୍କ ରିଲ୍ସ ବି ଟ୍ରେଣ୍ଡିଂରେ ଅଛି । ୨୦୧୪ ଓ ୧୯ ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କହିଲେ, କେବଳ ଫେସବୁକ୍ ହିଁ ଥିଲା ମାଧ୍ୟମ ।

ଏବେ କିନ୍ତୁ ଏହାର କଳେବର ବୃଦ୍ଧି ପାଇବା ସହ ଯୁବ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ଚାରି ଚାରିଟି ପ୍ରମୁଖ ସୋସିଆଲ ମିଡିଆ ସାଜିଛି ମୁଖ୍ୟ ମାଧ୍ୟମ । ବିଭିନ୍ନ ଦଳର ସୋସିଆଲ୍ ମିଡିଆ ସେଲ୍ ଏବଂ ମ୍ୟୁଜିକ୍ ଷ୍ଟୁଡ଼ିଓ ମାଲିକ ମିଶି ଆକର୍ଷଣୀୟ ବିଜିଏମ, ମ୍ୟୁଜିକ, ଟ୍ରେଣ୍ଡି ଗୀତ ସହ ମ୍ୟାଚ୍ କରାଇ ମାର୍କେଟକୁ ଛାଡୁଛନ୍ତି ଭଳି କି ଭଳି ରିଲ୍ସ ।

ଏକଥା ସତ ଯେ, ଡିଜିଟାଲ୍ ପ୍ଲାଟଫର୍ମରେ କିଛି ଅସାଧୁ ବ୍ୟକ୍ତି ଫେକ୍ ଭିଡିଓ ତିଆରି କରି ବିଭିନ୍ନ ଦଳ ଏବଂ ପ୍ରାର୍ଥୀଙ୍କ ବିରୋଧରେ ପୋଷ୍ଟ କରୁଛନ୍ତି ବିଭ୍ରାନ୍ତିକର ବାର୍ତ୍ତା । ଯାହା ବେଆଇନ ଏବଂ ଏଥିପ୍ରତି ସମସ୍ତ ମତଦାତା ଯତ୍ନବାନ ହେବା ଆବଶ୍ୟକ ।

  • Reported by:
  • NIRANJAN REDDY