Advertisment

BJP-BJDର ହୋହଲ୍ଲା, ସମର୍ଥକଙ୍କ ଗର୍ଜନରେ ଥରିଲା ଜିଲ୍ଲାପାଳ ଅପିସ୍

ମୋଦି ମୋଦି ନାରା ଦେଉଥିଲେ ବିଜେପି କର୍ମୀ । ନବୀନ ନାରା ଦେଉଥିଲେ ବିଜେଡି ସମର୍ଥକ।

author-image
Satyendu Shekher Mishra
BJP-BJD

BJP-BJD

ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ । ପୁରୀରେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ସମର୍ଥକଙ୍କ ଭିତରେ ନାରାବାଜି । ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କ ସମର୍ଥକ ପୁରୀ ଜିଲ୍ଲାପାଳଙ୍କ ଅଫିସ ପରିସରରେ ପ୍ରବଳ ନାରାବାଜି କରିଥିଲେ। ବିଜେପି ସମର୍ଥକ ଜୟ ଶ୍ରୀରାମ ଓ ବିଜେଡି କର୍ମୀ ଦେଉଥିଲେ ଜୟ ଜଗନ୍ନାଥ ନାରା । ସେହିପରି ମୋଦି ମୋଦି ନାରା ଦେଉଥିଲେ ବିଜେପି କର୍ମୀ । ନବୀନ ନାରା ଦେଉଥିଲେ ବିଜେଡି ସମର୍ଥକ।

Advertisment

ବେଶ କିଛି ସମୟ ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଥିଲା ଏଭଳି ସ୍ଥିତି। ଘଟଣାସ୍ଥଳରେ ପୁରୀ ଏସପି ପିନାକ ମିଶ୍ର ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ। ଉଭୟ ଦଳର କର୍ମୀଙ୍କୁ ଜିଲ୍ଲାପାଳଙ୍କ ଅଫିସ ପରିସରକୁ ଘଉଡ଼ାଇବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ତେବେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ । ଏହି ପର୍ଯ୍ୟାୟରେ ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମତଦାନ ହେବ। କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

ଆଜି ନାମାଙ୍କନ ଦାଖଲ ବେଳେ ରାସ୍ତାରେ ଯାଉଥିବା କିଛି ବୟସ୍କ ମହିଳାଙ୍କ ସହ ନାଚିଥିଲେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର। ହାତରେ ହାତ ମିଶାଇ କିଛି ସମୟ ପାଇଁ ସେ ସାଧାରଣ ଲୋକଙ୍କ ସହ ନାଚି ଭୋଟ୍ ମାଗିଥିଲେ। ବିଜେପିର ପୁରୀରୁ ଲୋକସଭା ପ୍ରାର୍ଥୀ ହେବା ପରେ ସମ୍ବିତଙ୍କ ଭିନ୍ନ ଭିନ୍ନ ଅବତାର ବହୁ ସମୟରେ ଦେଖିବାକୁ ମିଳିଛି।

ସମ୍ବିତଙ୍କ ବ୍ୟତୀତ ବିଜେପିର ଅନ୍ୟ ହେଭିୱେଟ୍ ମାନେ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି। ରାଉରକେଲାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦିଲ୍ଲୀପ ରାୟ। ରାଉରକେଲା ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ପାନପୋଷ ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପାଇଁ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ଦିଲୀପ । ସେହିଭଳି ବଲାଙ୍ଗିର ଲୋଇସିଂହାର ବିଜେପି ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ସେ ନାମାଙ୍କନ ଦାଖଲ କରିଛନ୍ତି। ବୀରମିତ୍ରପୁରର ବିଜେପି ପ୍ରାର୍ଥୀ ଶଙ୍କର ଓରାମ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ମେ ୬ ତାରିଖ ପର୍ଯ୍ୟନ୍ତ ଏହି ନାମାଙ୍କନ ପ୍ରକ୍ରିୟା ଚାଲିବ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ ପ୍ରାର୍ଥୀ । ଆସନ୍ତା ମେ ୨୫ରେ ତୃତୀୟ ପର୍ଯ୍ୟାୟରେ କଟକ ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ । ନିର୍ବାଚନ ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁ ଆସି ମତଦାନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି କଟକ ଜିଲ୍ଲାପାଳ। ବୟସ୍କ, ଭିନ୍ନକ୍ଷମ, ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲ୍ଲାପାଳ।

BJD BJP Congress Sambit Patra Odisha Politics General Election 2024
Advertisment
Advertisment