Advertisment

ବିଷମ କଟକରେ ଭୋଟର ବାଉଳା ! ସମାନ ନାଁ ଅଲଗା ଦଳ, ମୁହଁ ଚିହ୍ନିବାରେ କନଫ୍ୟୁଜନ୍

ବିଜେଡି ପ୍ରାର୍ଥୀ- ଜଗନ୍ନାଥ ସାରକା, ବିଜେପି ପ୍ରାର୍ଥୀ- ଜଗନ୍ନାଥ ନୁଣ୍ଡ୍ରୁକା କଂଗ୍ରେସ ପ୍ରାର୍ଥୀ- ନୀଳମାଧବ ହିକକା, ସ୍ୱାଧୀନ ପ୍ରାର୍ଥୀ- ନୀଳମାଧବ ଉଲାକା। ରାୟଗଡ଼ା ଜିଲ୍ଲା ବିଷମକଟକରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦୁଇ ଜଗନ୍ନାଥ ଓ ଦୁଇ ନୀଳମାଧବ।

author-image
Manoranjan Behera
undefined

Candidates Name

ଓଃ... ବଡ଼ କନଫ୍ୟୁଜନ୍ !!! ବଡ଼ ବିଷମ ସ୍ଥିତିରେ ବିଷମକଟକ ଭୋଟର୍ ! ବିଜେଡି ପ୍ରାର୍ଥୀ- ଜଗନ୍ନାଥ ସାରକା, ବିଜେପି ପ୍ରାର୍ଥୀ- ଜଗନ୍ନାଥ ନୁଣ୍ଡ୍ରୁକା କଂଗ୍ରେସ ପ୍ରାର୍ଥୀ- ନୀଳମାଧବ ହିକକା, ସ୍ୱାଧୀନ ପ୍ରାର୍ଥୀ- ନୀଳମାଧବ ଉଲାକା। ରାୟଗଡ଼ା ଜିଲ୍ଲା ବିଷମକଟକରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦୁଇ ଜଗନ୍ନାଥ ଓ ଦୁଇ ନୀଳମାଧବ। ଚର୍ଚ୍ଚା ହେଉଛି, ଏହାକୁ ନେଇ ଚିନ୍ତାରେ ନେତା, ଦ୍ୱନ୍ଦ୍ୱରେ ଜନତା।

Advertisment

କାରଣ ଭୋଟର ଯଦି ପ୍ରାର୍ଥୀଙ୍କର କେବଳ ନାଁ ମନେରଖନ୍ତି, ତେବେ ଜଣଙ୍କ ଭୋଟ୍ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚାଲିଯିବାର ଆଶଙ୍କା ରହିଛି। ଖାଲି ଜଗନ୍ନାଥ ଭାଇ କି ନୀଳମାଧବ ବାବୁ ମନେ ରଖିଲେ ହେବନି। ଭୋଟରଙ୍କୁ ନିଜ ପସନ୍ଦର ନେତା ବାଛିବାକୁ ତାଙ୍କ ସାଙ୍ଗିଆ ଓ ଚିହ୍ନ ବି ଘୋଷିବାକୁ ପଡ଼ୁଛି। ବୁଥରେ ଇଭିଏମ୍ ସ୍ୱିଚ ଚିପିଲା ବେଳେ ବି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ୱଳ୍ପ ପାଠୁଆ ଗାଉଁଲି ଲୋକେ।

ଖାଲି ନାଁ ନୁହେଁ, ବିଷମକଟକରେ ଚିହ୍ନକୁ ନେଇ ବି ଦେଖା ଦେଇପାରେ ବିଷମ ସ୍ଥିତି। କାରଣ ଏବେ ପଦ୍ମ ଚିହ୍ନରେ ଲଢ଼ୁଥିବା ଜଗନ୍ନାଥ ନୁଣ୍ଡ୍ରୁକା ଦୁଇ ମାସ ତଳେ ଶଙ୍ଖ ଦଳରେ ସଂଗଠନ କରୁଥିଲେ। ବର୍ତ୍ତମାନର ବିଜେଡି ପ୍ରାର୍ଥୀ ତଥା ବିଧାୟକ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ବିରୋଧ କରି ସେ ପଦ୍ମ ଶିବିରକୁ ଡେଇଁ ପ୍ରାର୍ଥୀ ହୋଇଛନ୍ତି। ଜଗନ୍ନାଥ ନାଁ ସାରା ଓଡ଼ିଶାବାସୀଙ୍କ ହୃଦୟରେ ଲେଖାଥିଲେ ବି, ବିଷମ କଟକ ଭୋଟରଙ୍କୁ ବିଜେଡିର ସାରକା ଓ ବିଜେପିର ନୁଣ୍ଡ୍ରୁକା ଭିତରେ ସ୍ପଷ୍ଟତା ରଖିବାକୁ ପଡ଼ିବ।

Advertisment

ତେଣେ କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକାଙ୍କୁ ଚାଲେଞ୍ଜ ଦେଉଛନ୍ତି ସେଇ କଂଗ୍ରେସ ଦଳର ଆଉ ଜଣେ ସମ-ନାମଧାରୀ ପ୍ରାର୍ଥୀ ନୀଳମାଧବ ଉଲାକା। ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପୁଅ ନୀଳମାଧବଙ୍କୁ କଂଗ୍ରେସ ଟିକେଟ୍ ନଦେବାରୁ, ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି।

ସେପଟେ କୋରାପୁଟରେ କନଫ୍ୟୁଜନ୍। ବିଜେଡି ପ୍ରାର୍ଥୀ ରଘୁରାମ ପଡାଲ୍ ବନାମ୍ ବିଜେପି ପ୍ରାର୍ଥୀ ରଘୁରାମ ମାଛ। ବର୍ତ୍ତମାନର ବିଜେଡି ବିଧାୟକ ରଘୁରାମ ପଡାଲଙ୍କୁ ପୁଣି ଦଳ ସେଠାରୁ ରିପିଟ୍ କରିଛି। ସେପଟେ ବିଜେଡିରୁ ବହିଷ୍କୃତ ହେବା ପରେ ପଦ୍ମ ଧରିଥିବା ରଘୁରାମ ମାଛ, ଏଥର ବିଜେପି ପ୍ରାର୍ଥୀ ଭାବେ ତାଙ୍କୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଯଦିଓ ଉଭୟ ନେତା ପୂର୍ବରୁ ଭିନ୍ନ ଭିନ୍ନ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଲୋକଙ୍କ ସାମ୍ନାକୁ ଯାଇସାରିଛନ୍ତି, ତେବେ ଏଥର କିନ୍ତୁ ସାମ୍ନାସାମ୍ନି ଲଢ଼େଇ। ସେପଟେ ଉଭୟ ନେତା ନିଜ ନିଜ ନାଁର ଲୋକପ୍ରିୟତାକୁ ନେଇ ଦୃଢ଼ନିଶ୍ଚିତ ଥିବା ବେଳେ, ନାଁ ନୁହେଁ ବରଂ ଲୋକେ ଚିହ୍ନକୁ ଦେଖି ଭୋଟ୍ ଦେବେ ବୋଲି ଆଶା ରଖିଛନ୍ତି।

Odisha Politics General Elections 2024
Advertisment
Advertisment