କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିଲା ନବଗଠିତ ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକ। ଆଉ ୩ ଦିନର ଅପେକ୍ଷା। ୯ ତାରିଖରେ ସ୍ପଷ୍ଟ ହେବ କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର।
ଯାଜପୁରର କୁସୁମା କଟେଜ୍ କେଳେଙ୍କାରୀ ପଛର ସତ କ’ଣ ? କିଏ, କାହିଁକି ଏବଂ କେଉଁ ସ୍ବାର୍ଥପାଇଁ କୁସୁମା ପ୍ରକଳ୍ପ ଭିତରେ ତିଆରି କରିଥିଲା ୯ଟି ଆଲିସାନ୍ କଟେଜ୍ ।
ଷ୍ଟାଟଅପ୍ ଓଡ଼ିଶା ଅଧ୍ୟକ୍ଷ ପଦରେ ଜଣେ ଅନଭିଜ୍ଞ ଅଣ ଓଡ଼ିଆଙ୍କୁ ବସାଇ କିଭଳି ଓଡିଶାର ଯୁବ ଉ୍ଦ୍ୟୋଗୀଙ୍କୁ ହତାଶ କରାଯାଇଛି, ତା’ର ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସୁଛି ।
ଅଦମ୍ୟ ସାହସ...ନିର୍ଭୀକ...ବୀରତ୍ବ ଓ ଶୌର୍ଯ୍ୟକୁ ସମ୍ମାନ। ଆମ୍ବିଆନ୍ସ.. ସଲାମ ଓଡ଼ିଆ ପୁଅ, ଲେଫ୍ଟନାଣ୍ଟ ବିମଳ ରଂଜନ ବେହେରା। ସାହସିକତା ପାଇଁ ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ।
ଆବେଗ ଭରା ଭକ୍ତପ୍ରାଣ...ଲୁହ ଛଳ ଛଳ ଆଖି...ଭାବର ଠାକୁର ଯେତେବେଳେ ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ, ଭକ୍ତଟିଏ ତା’ର ଦୁଃଖ ଆଉ ସୁଖ ଜଣାଇବ ନିଜ ପ୍ରାଣପ୍ରିୟ ଠାକୁରଙ୍କୁ..ତେଣୁ ଆଜିଠୁ ଉଛୁଳିଲାଣି ଶ୍ରୀକ୍ଷେତ୍ର...ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ।
ତେବେ ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଜନ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ବସ୍ ଯାତ୍ରୀମାନଙ୍କ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
କୃଷି ବିଭାଗ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଳିଆରେ ୪୬ ଲକ୍ଷ ଚାଷୀ ସାମିଲ ଥିବା ବେଳେ ପିଏମ କିଷାନରେ ମାତ୍ର ୩୧ ଲକ୍ଷ ଅନ୍ତର୍ଭୁକ୍ତ ଅଛନ୍ତି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସାଧାରଣ ଲୋକଟିଏ ହଇରାଣ ହେଉଥିବାର ଦେଖି ଥାନାରେ ପଶିଲେ । ଆଉ ଥାନାରେ ଅଧିକାରୀଙ୍କ ଉପରେ ବର୍ଷିଲେ ଜଗତସିଂହପୁରର ନୂଆ ବିଧାୟକ ଅମରେନ୍ଦ୍ର ଦାସ ।
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ମହାମହିମ ରାଷ୍ଟ୍ରପତି ସିଧାସଳଖ ଜୟଦେବ ଭବନ ଅଭିମୁଖେ ଯାଇଛନ୍ତି ।
ରଥଯାତ୍ରା.. ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ଆରମ୍ଭ ହୁଏ ଏହି
ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ ।
ସାଧାରଣ ଜନତା ପ୍ରଶ୍ନ ଉଠାଇଥିବା ବେଳେ ଗତକାଲି ପ୍ରେସମିଟ୍ କରି ଏହାର ଜବାବ ରଖିଥିଲା ଯାଜପୁର ପୌରପାଳିକା।
ସେ ଆହୁରି କହିଛନ୍ତି ଯେ, ବହୁ ଦଶନ୍ଧି ହେଲାଣି ରତ୍ନଭଣ୍ଡାର ତାଲା ଖୋଲା ଯାଇନାହିଁ । ଯଦି ଡୁପ୍ଲିକେଟ୍ ଚାବିରେ ନ ଖୋଲିଲେ ତେବେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ ।
ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାରୁ ପଟି ଦିଅଁଙ୍କ ଠାରୁ ବିଜେ ହୋଇଥିଲା ଆଜ୍ଞାମାଳ । ୩ ରଥର ପୂଜାପଣ୍ଡା ସାମନ୍ତ ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ଧରି ତିନି ରଥରେ ବିଜେ କରାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ରଥଟଣା ।
ନବଯୌବନ ଦର୍ଶନ ପରେ ଶ୍ରୀଗୁଣ୍ଡିଚା ଦିନ ନେତ୍ରୋତ୍ସବ ନୀତି ପାଳିତ ହୋଇଥାଏ। ଏହାର ବିଧି ସ୍ୱତନ୍ତ୍ର। ନବଯୌବନ ଦର୍ଶନ ପୂର୍ବରୁ ବନକଲାଗି ସମୟରେ ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜୀଉଙ୍କର ନେତ୍ର ଅଙ୍କନ କରିଥାଆନ୍ତି। କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଜାଣନ୍ତୁ ଏହା କେବେ ଶେଷ ହୁଏ?
ଗତବର୍ଷ ରଥଯାତ୍ରାରେ ମଧ୍ୟ ଶ୍ରୀକ୍ଷେତ୍ର ଆସି ବଡ଼ଦାଣ୍ଡରେ ଦିଅଁଙ୍କ ଆଶୀର୍ବାଦ ନେଇଥିଲେ।
୪ ମାସ ହେବ ବାହାରେ ଥିବା ବେଳେ ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀକୁ ଫେରିଛନ୍ତି ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସଇଁତଳାରେ ଏକକାଳୀନ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ରାଜ୍ୟସ୍ତରୀୟ ଟିମ୍। କାହିଁକି ସେଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ହଠାତ୍ ବଢ଼ିଲା ତାର ଅନୁଧ୍ୟାନ କରାଯିବ।
ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ମହାମହିମଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା ବା ପର୍ବରେ ତାଙ୍କର ବିଜେପ୍ରତିମା ପ୍ରତିନିଧିତ୍ୱ କରୁଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀଜୀଉ ସ୍ୱୟଂ ରତ୍ନସିଂହାସନରୁ ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି। ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କର ରହିଛି ଅନେକ ନୀତି। ନବଯୌବନ ବେଶ ସେଥିରୁ ଅନ୍ୟତମ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆସନ୍ତା ୨୨ ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟ୍।
କଟକ ମହାନଦୀ ପଠାରେ ବୋଷ ସ୍ପୋର୍ଟସ କପ୍ଲେକ୍ସ ଓ ଏସସିବି ସ୍ପୋର୍ଟସ କଂପ୍ଲେକ୍ସର ନିର୍ମାଣ ଶେଷ ପର୍ଯ୍ୟାୟରେ ଥିବାବେଳେ, ମହାଦୁର୍ନୀତିର ଅଭିଯୋଗ ଆଣିଛନ୍ତି କଟକ ବାସିନ୍ଦା ।