Advertisment

ବିଜେଡି କଳି: ଅମରେଶ-ବିରଞ୍ଚିଙ୍କୁ ସୋ-କଜ୍ ନୋଟିସ କଲେ ଜିଲ୍ଲା ସଭାପତି

ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ।

author-image
Sujit kumar Swain
ଅଦ୍ୟତନ ହୋଇଛି
BJD leaders

BJD leaders

ଭୁବନେଶ୍ୱର ବିଜେଡି କଳି ପରେ ବଡ଼ ଆକ୍ସନ। ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ । ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁଙ୍କୁ ବି ନୋଟିସ ଜାରି ହୋଇଛି । କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାର ଉତ୍ତର ୧୫ ଦିନ ଭିତରେ ଦେବାକୁ ନୋଟିସରେ ଉଲ୍ଲେଖ ରହିଛି ।

Advertisment

ଆଜି ପୂର୍ବାହ୍ନରେ ଭୁବନେଶ୍ବର ମହାନଗର ନିଗମର ୨୫ରୁ ୩୦ ବିଜେଡି କର୍ପୋରେଟର, ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ବିରୋଧ କରି ବସରେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଥିଲେ । ଏହା ପରେ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ।

ଏପଟେ ସୋ କଜ୍‌ ନୋଟିସ ପରେ ପ୍ରତିକ୍ରିୟା ରଖିଲେ ଅମରେଶ ଜେନା । ଆମେ କେବେ ଦଳରେ ଫାଟ ସୃଷ୍ଟି କରିନୁ । ଆମେ ଫାଟ ସୃଷ୍ଟି କରିନୁ, ସବୁବେଳେ ଫେଭିକଲ୍‌ ଲଗାଇ ରଖିଛୁ । ଭୁବନେଶ୍ବରରେ ଯାହା କିଛି ଘଟିଛି ସମସ୍ତଙ୍କୁ ଜଣା ଅଛି । ଭୁବନେଶ୍ବରରେ କେହି ଏକା ଠିକା ନେଇନି । ସମସ୍ତଙ୍କ ସହଯୋଗରେ ଦଳ ଏତେ ଉପରକୁ ଉଠିପାରିଛି ବୋଲି କହିଲେ ଅମରେଶ ଜେନା । ତେବେ ଏହି ଘଟଣାକୁ ନେଇ ରାରନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment
BJD Politics Show Cause Notice BJD Leaders
Advertisment
Advertisment