Advertisment

ବାନ୍ଧକଳାର ଗାଁ ମାଣିଆବନ୍ଧରେ ଭରପୁର ଉତ୍ସାହ; ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମିଳିଛି ଜାତୀୟ ପୁରସ୍କାର

ଯେତେ ସୌଖୀନ ଏହାର କଳା । ସେତେ ସ୍ବତନ୍ତ୍ର ଏହାର କାରିଗରୀ । କୋଣ ଅନୁକୋଣରେ ବାରି ହୋଇପଡ଼େ ଏଠାକାର ହସ୍ତତନ୍ତ ଶିଳ୍ପୀଙ୍କ କଳା ଚାତୁରୀ।

author-image
Sujit kumar Swain
Maniabandha Weavers

Maniabandha Weavers

କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ମାଣିଆବନ୍ଧ ଗାଁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବା ପରେ, ଏହି ଗାଁ ବିଷୟରେ ଅଧିକ ଜାଣିବା ପାଇଁ ଲୋକଙ୍କ ଭିତରେ ଦେଖାଦେଇଛି ପ୍ରବଳ ଉତ୍ସୁକତା। ପ୍ରାଚୀନ ତଥା ଐତିହାସିକ ବାନ୍ଧକଳା ବୟନଶିଳ୍ପ ପାଇଁ ଏଠାରେ ତିଆରି ପାଟ ଓ ରେଶମ ବସ୍ତ୍ରର ପୂର୍ବରୁ ଯଥେଷ୍ଟ ଖ୍ୟାତି ଥିବା ବେଳେ, ପର୍ଯ୍ୟଟନ ଦିଗରେ ବି ଏହା ବେଶ୍ ଆଗେଇବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।

Advertisment

ଯେତେ ସୌଖୀନ ଏହାର କଳା । ସେତେ ସ୍ବତନ୍ତ୍ର ଏହାର କାରିଗରୀ । କୋଣ ଅନୁକୋଣରେ ବାରି ହୋଇପଡ଼େ ଏଠାକାର ହସ୍ତତନ୍ତ ଶିଳ୍ପୀଙ୍କ କଳା ଚାତୁରୀ। କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ମାଣିଆବନ୍ଧ ଗାଁ, ଯାହାକୁ କିଛି ଦିନ ତଳେ ଦିଲ୍ଲୀ ଦରବାରରେ ମିଳିଛି ସମ୍ମାନ ଓ ସ୍ବୀକୃତି। ଚଳିତ ବର୍ଷର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ପୁରସ୍କୃତ ହୋଇଛି ପ୍ରାଚୀନ ବୟନଶିଳ୍ପର ଗାଁ ମାଣିଆବନ୍ଧ। ଏହି ଗାଁର ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ଜୀବନଜୀବିକା ହସ୍ତତନ୍ତ ଉପରେ ନିର୍ଭରଶୀଳ। ରହୁଛନ୍ତି ପ୍ରାୟ ୧୨ଶହ ବୁଣାକାର ପରିବାର। ପାଟ ଓ ରେଶମରେ ଧୋତି, ଯୋଡ଼, ଖଣ୍ଡୁଆ, ତାରାବଳି, କୁମ୍ଭ ଓ ବୁଟି ଆଦି ୫୦ରୁ ଅଧିକ ପ୍ରକାରର ଉତ୍କୃଷ୍ଟ ମାଣିଆବନ୍ଧି ବସ୍ତ୍ର, ଗାଁକୁ ଖ୍ୟାତି ଦେଇଛି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ। 

ମାଣିଆବନ୍ଧ ଗାଁରେ ପାଦ ରଖୁ ରଖୁ କାନରେ ବାଜେ ତନ୍ତର ଖଟ୍ ଖଟ୍ ଶବ୍ଦ, ନହେଲେ ଚରଖାର ଚର୍ ଚର୍ ଆୱାଜ୍। କେଉଁଠି ରଙ୍ଗୀନ ସୂତା ଶୁଖୁଥାଏ, ଆଉ କେଉଁଠି ସଜା ହୋଇ ରଖାଯାଇଥାଏ ଭଳି କି ଭଳି ଶାଢ଼ୀ ଓ ଅନ୍ୟାନ୍ୟ ବସ୍ତ୍ର। ଏଠି ସୂତାରେ ସୂତାରେ ଜଗନ୍ନାଥ ଓ ରାଧାକୃଷ୍ଣ ବି ରୂପ ପାଆନ୍ତି, ଆଉ ଗୌତମ ବୁଦ୍ଧ ବି। କାରଣ ଏହି ଗାଁରେ ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କର ଦେଖିବାକୁ ମିଳେ ଅପୂର୍ବ ସମନ୍ବୟ । ଏଠି ୧୬ଟି ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ସାଙ୍ଗକୁ ରହିଛି ୧୧ଟି ବୁଦ୍ଧ ମନ୍ଦିର । ଯାହାକି ପର୍ଯ୍ୟଟକଙ୍କୁ ଦେଇଥାଏ ଏକ ସ୍ବତନ୍ତ୍ର ଅନୁଭୂତି। ଆଉ ଏହି ଧାର୍ମିକ ଓ ସାଂସ୍କୃତିକ ସମନ୍ବୟ ଏଠାକାର ବୟନ କଳାରେ ବି ପ୍ରତିଫଳିତ ହୋଇଥାଏ ।

Advertisment

ବିଶ୍ବ ପର୍ଯ୍ୟଟନ ଦିବସରେ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତା ଜିତି ମାଣିଆବନ୍ଧ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିବା ପରେ, ଏଠାକାର ହସ୍ତଶିଳ୍ପ ଓ ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହନ ମିଳିବ ବୋଲି ଆଶା ରଖିଛନ୍ତି ଏଠାକାର ବାସିନ୍ଦା। ମାଣିଆବନ୍ଧ ଗାଁରୁ ମନୋନୀତ ଜୀବନକୃଷ୍ଣ ମହାପାତ୍ର ଓ ଟୁଲ୍ଲ ପ୍ରଧାନ ଏହି ସମ୍ମାନ ଗ୍ରହଣ କରିଥିଲେ ।

National Award National Awards
Advertisment
Advertisment