• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟୁଇନ୍ ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁରେଶ ଦେବଦତ୍ତ ସିଂ । ୧୯୯୮ ବ୍ୟାଚର ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କମିଶନରେଟ୍ ପୋଲିସର ମୁଖ୍ୟ କାର୍ଯ୍ୟାଳୟ ପୋଲିସ ସେବା ଭବନରେ ବିଦାୟୀ ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଦେବଦତ୍ତ ।

ସିପି ଭାବେ ଦାୟିତ୍ୱ ନେବା ପୂର୍ବରୁ ସୁରେଶ ଦେବଦତ୍ତ ସିଂ ଆଡିସନାଲ ଡିଜି ଅପରେସନ ଭାବେ କାମ କରୁଥିଲେ । ଦାୟିତ୍ୱ ନେଲା ପରେ ଦେବଦତ୍ତ ସିଂହ ପ୍ରତିକ୍ରିୟାରେ କହିଛନ୍ତି ଯେ ପୋଲିସ ଏକା ସାଙ୍ଗେ ଅପରାଧୀଙ୍କ ପ୍ରତି କଠୋର ଓ ଲୋକଙ୍କ ପ୍ରତି ନରମ ମନୋଭାବ ରଖିବ । ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ରହିବ ଏବଂ ଆଇନ ପରିସରରେ ରହି ଯଥାସମ୍ଭବ ନ୍ୟାୟ ଦିଆଯିବ ବୋଲି ନୂତନ ସିପି କହିଛନ୍ତି ।

ଗତକାଲି ରାଜ୍ୟରେ IPS ସ୍ତରରେ ବଡ ଧରଣର ଅଦଳ ବଦଳ କରିଥିଲେ ରାଜ୍ୟ ସରକାର । ବଦଳିଥିଲେ ଟୁଇନ୍ ସିଟି ପୋଲିସ କମିଶନର । ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ସହ BPSPA ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂ ହୋଇଥିଲେ କଟକ-ଭୁବନେଶ୍ୱରର ନୂଆ କମିଶନର ।

ସେହିପରି ଅରୁଣ କୁମାର ରାୟଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଥିବା ବେଳେ ଆର୍ ପି କୋଚେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି । ସେହିପରି କ୍ରାଇମବ୍ରାଂଚ୍ ଏଡିଜି ଅରୁଣ ବୋଥ୍ରାଙ୍କୁ ରେଲୱେ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡିଜିପି ଦାୟିତ୍ୱ ମିଳିଛି ।

ବୋଥ୍ରାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ର ହୋଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । କମିଶନରେଟ୍ ପୋଲିସକୁ ଫେରିଛନ୍ତି ଉମାଶଙ୍କର ଦାସ । ତାଙ୍କୁ ଅତିରିକ୍ତ ପୋଲିସ କମିଶନର କରାଯାଇଛି । ସେହିପରି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ବଦଳିଛନ୍ତି । ତାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି । ଗୃହ ବିଭାଗ OSD ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସେହିପରି ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now