Advertisment

IPS ସ୍ତରରେ ବଡ଼ ଅଦଳ ବଦଳ; ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର

IPS ସ୍ତରରେ ବଡ଼ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

IPS

ରାଜ୍ୟରେ IPS ସ୍ତରରେ ବଡ ଧରଣର ଅଦଳ ବଦଳ। ବଦଳିଲେ ଟୁଇନ୍ ସିଟି ପୋଲିସ କମିଶନର। ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ସହ BPSPA ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂ ହୋଇଛନ୍ତି କଟକ-ଭୁବନେଶ୍ୱରର ନୂଆ କମିଶନର। ସେହିପରି ଅରୁଣ କୁମାର ରାୟ ହେଲେ ଜେଲ୍ ବିଭାଗ ଡିଜି। ବଦଳିଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ। ତାଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଥିବା ବେଳେ ଆର୍ ପି କୋଚେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି। 

Advertisment

ସେହିପରି କ୍ରାଇମବ୍ରାଂଚ୍ ଏଡିଜି ଅରୁଣ ବୋଥ୍ରାଙ୍କୁ ରେଲୱେ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡିଜିପି ଦାୟିତ୍ବ ମିଳିଛି। ବୋଥ୍ରାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ର ହୋଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। କମିଶନରେଟ୍ ପୋଲିସକୁ ଫେରିଛନ୍ତି ଉମାଶଙ୍କର ଦାସ । ତାଙ୍କୁ ଅତିରିକ୍ତ ପୋଲିସ କମିଶନର କରାଯାଇଛି। ସେହିପରି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ବଦଳିଛନ୍ତି। ତାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ବଦଳିଛନ୍ତି ଗୃହ ବିଭାଗ OSD ଏସ୍.ଏମ୍ ନରୱାଣେ। ସେ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିବେ। ସେହିପରି ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି। 

ଏସ୍ ପି ସ୍ତରରେ ମଧ୍ୟ ହୋଇଛି ବ୍ୟାପକ ବଦଳି। ୨୨ ଏସ୍ପିଙ୍କ ବଦଳି ହୋଇଛି। ଶ୍ରବଣ ବିବେକ ଏମ୍. ହୋଇଛନ୍ତି ବ୍ରହ୍ମପୁର ଏସ୍ ପି। ସେହିପରି ଭିନୀତ ଅଗ୍ରୱାଲ ପୁରୀ, ସାଗରିକା ନାଥ ଖୋର୍ଦ୍ଧା ଏବଂ ଏସ୍ ସୁଶ୍ରୀ ହୋଇଛନ୍ତି ନୟାଗଡ଼ ଏସ୍ ପି। ଅନୁପମା ଜେମ୍ସ ଭିଜିଲାନ୍ସ SP। ରାହୁଲ ପିଆର ଭିଜିଲାନ୍ସ SP।  ଏଲ୍ ଦିବ୍ୟା ଭିଜିଲାନ୍ସ SP ହୋଇଛନ୍ତି। ସେହିପରି ରାହୁଲ ଜୈନ ଅନୁଗୁଳ ଏସ୍ ପି। ବରୁଣ ଗୁଣ୍ଟୁପାଲ୍ଲୀ ମୟୂରଭଞ୍ଜ ଏସ୍ ପି। ସ୍ବାତୀ ଏସ୍  କୁମାର ରାୟଗଡ଼ା ଏସ୍ ପି। 

Advertisment

ନିତେଶ ୱାଧୱାନୀ ରାଉରକେଲା ଏସ୍ ପି ହୋଇଛନ୍ତି। ଅନିଲ କୁମାର ମିଶ୍ର ଦେବଗଡ଼ ଏସ୍ ପି। ମଡକର ସନ୍ଦୀପ ସମ୍ପଦ ଭଦ୍ରକ ଏସ୍ ପି। ଯତୀନ୍ଦ୍ର ପଣ୍ଡା ଗଜପତି ଏସ୍ ପି। ମିହିର ପଣ୍ଡା ନବରଙ୍ଗପୁର ଏସ୍ ପି ଓ ଭବାନୀ ଶଙ୍କର ଉଦଗାତା ହୋଇଛନ୍ତି ଜଗତସିଂହପୁର ଏସ୍ ପି। ରାମପ୍ରସାଦ ସାହୁ ସୋନପୁର ଏସ୍ ପି। ହରିଶ ବି.ସି. କନ୍ଧମାଳ ଏସ୍ ପି। ଯଶପ୍ରତାପ ଶ୍ରୀମଲ ଯାଜପୁର ଏସ୍ ପି। ରୋହିତ ବର୍ମା କୋରାପୁଟ ଏସ୍ ପି ହୋଇଛନ୍ତି। ଅଭିନବ ସୋନକାର ଢେଙ୍କାନାଳ ଏସ୍ ପି। ଶୁଭେନ୍ଦୁ ପାତ୍ର ଗଞ୍ଜାମ ଏସ୍ ପି। ନାଗରାଜ ଦେବରକୋଣ୍ଡା ବୌଦ୍ଧ ଏସ୍ ପି ଏବଂ ରାଜ ପ୍ରସାଦ ବାଲେଶ୍ବର ଏସ୍ ପି ହୋଇଛନ୍ତି। 

IPS Reshuffle IPS Officer IPS Reshuffle In Odisha Odisha IPS Reshuffle
Advertisment
Advertisment