• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନରେ ପହଁଚିଲା ଭଦ୍ରକ କଳି । ଭଦ୍ରକ ଜିଲ୍ଲା ସମୀକ୍ଷା ବେଳେ ଶଙ୍ଖଭବନରେ ମୁହାଁମୁହିଁ ହୋଇଛନ୍ତି ଦଳର ଦୁଇ ଗୋଷ୍ଠୀ । ସ୍ଥିତି ଏମିତି ହେଲା ଯେ ଗୋଟିଏ ଗୋଷ୍ଠୀ ବୈଠକ ବର୍ଜନ କରି ବାହାରକୁ ପଳାଇ ଆସିଥିଲା ବେଳେ ପରେ ବବି ଦାସ ସେମାନଙ୍କୁ ବୁଝାସୁଝା କରି ପୁଣି ବେୈଠକକୁ ଫେରାଇ ନେଉଥିବା ଦେଖିବାକୁ ମିଳିଛି ।

ତେବେ ପ୍ରତିକ୍ରିୟାରେ ଦଳୀୟ ନେତା କହିଛନ୍ତି, ଘର ଭିତରେ ଏମିତି ହୁଏ । ଆମ ଭିତରେ କୌଣସି ବିବାଦ ନାହିଁ । ସେପଟେ ଭୁବନେଶ୍ୱର ବିଜେଡି କଳି ପରେ ବଡ଼ ଆକ୍ସନ ନେଇଛି ଦଳ । ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ।

ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁଙ୍କୁ ବି ନୋଟିସ ଜାରି ହୋଇଛି । କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାର ଉତ୍ତର ୧୫ ଦିନ ଭିତରେ ଦେବାକୁ ନୋଟିସରେ ଉଲ୍ଲେଖ ରହିଛି । ଆଜି ପୂର୍ବାହ୍ନରେ ଭୁବନେଶ୍ୱର ମହାନଗର ନିଗମର ୨୫ରୁ ୩୦ ବିଜେଡି କର୍ପୋରେଟର, ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ବିରୋଧ କରି ବସ୍‌ରେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଥିଲେ ।

ଏହା ପରେ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଏପଟେ ସୋ କଜ୍‌ ନୋଟିସ ପରେ ପ୍ରତିକ୍ରିୟା ରଖିଲେ ଅମରେଶ ଜେନା । ଆମେ କେବେ ଦଳରେ ଫାଟ ସୃଷ୍ଟି କରିନୁ, ସବୁବେଳେ ଫେଭିକଲ୍‌ ଲଗାଇ ରଖିଛୁ । ଭୁବନେଶ୍ୱରରେ ଯାହା କିଛି ଘଟିଛି ସମସ୍ତଙ୍କୁ ଜଣା ଅଛି । ଭୁବନେଶ୍ୱରରେ କେହି ଏକା ଠିକା ନେଇନି ।

ସମସ୍ତଙ୍କ ସହଯୋଗରେ ଦଳ ଏତେ ଉପରକୁ ଉଠିପାରିଛି ବୋଲି କହିଲେ ଅମରେଶ ଜେନା । ତେବେ ଏହି ଘଟଣାକୁ ନେଇ ରାରନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now