Advertisment

ସ୍କୁଲରେ ବଜ୍ରାଘାତ ପରେ ବଢ଼ିଛି ଚିନ୍ତା; ଶିକ୍ଷକଙ୍କୁ ଘାରିଛି ପିଲାଙ୍କ ସୁରକ୍ଷା ଚିନ୍ତା

ଅନେକ ସମୟରେ ନିମିଷକେ ଚାଲିଯାଉଛି ଲୋକଙ୍କ ଜୀବନ। ବିଶେଷକରି ନିର୍ଜନ ସ୍ଥାନରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥିବାରୁ ଏହାକୁ ନେଇ ଚିନ୍ତା ବଢିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Teachers Concerned About Children's Safety Amid Rising Lightning Accidents

Lightning Accidents

ଅସ୍ବାଭାବିକ ପାଣିପାଗ ଯୋଗୁ ବଜ୍ରପାତ ଜନିତ ଦୁର୍ଘଟଣା ବଢି ଚାଲିଛି। ଅନେକ ସମୟରେ ନିମିଷକେ ଚାଲିଯାଉଛି ଲୋକଙ୍କ ଜୀବନ। ବିଶେଷକରି ନିର୍ଜନ ସ୍ଥାନରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥିବାରୁ ଏହାକୁ ନେଇ ଚିନ୍ତା ବଢିଛି। କିଛି ଦିନ ତଳେ କଟକ ଜିଲ୍ଲା ଆଠଗଡରେ ତୋଟାପଡା ସ୍କୁଲ ଉପରେ ବଜ୍ରପାତ ହେବା ଘଟଣାରେ ଜଣେ ଗୁରୁତର ହୋଇଥିଲେ । ଏହି ଘଟଣା ପରେ ରାଜ୍ୟରେ ସବୁ ସ୍କୁଲରେ ବଜ୍ରପାତ ନିରୋଧ ବ୍ୟବସ୍ଥା ଲଗାଇବା ପାଇଁ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ ।  ସେପଟେ ସରକାର କହିଛନ୍ତି ସ୍କୁଲରେ ସଚେତନତା ସହ ସବୁ ସ୍କୁଲରେ ବଜ୍ରପାତ ନିରୋଧ ବ୍ୟବସ୍ଥା ଲଗାଇବାପାଇଁ ଚିନ୍ତା କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: Special Story: ପାପର ପେଡ଼ିରୁ ହଟିବ ପରଦା; ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ !

ବଜ୍ରପାତ ଯେ କେତେ ଭୟଙ୍କର ତାହା ତୋଟାପଡା ପ୍ରାଥମିକ ବିଦ୍ୟାଳୟର ସ୍କୁଲର ଚିତ୍ରକୁ ଦେଖିଲେ ବୁଝିପାରିବେ । ସ୍କୁଲର କାନ୍ଥ ଫାଟି ଯାଇଛି, ଫ୍ୟାନ ପୋଡି ଯାଇଛି । ଆଉ ସ୍କୁଲର ଇଲେକ୍ଟ୍ରି ସରଞ୍ଜାମ ସହ ସବୁ କିଛି ପୋଡି ଛାର ହୋଇଯାଇଛି । ଗତ ୨୪ ତାରିଖରେ କଟକ ଆଠଗଡ ବ୍ଲକ ତୋଟାପଡା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଚାଲିଥିବା ବେଳେ ବଜ୍ରପାତରେ ଛାରଖାର ହୋଇଯାଇଥିଲା ସ୍କୁଲଘର । ସ୍କୁଲ ହତାଭିତରେ ରୋଷେଇ କରୁଥିବା ପାଚିକା ବଜ୍ରପାତରେ ଗୁରୁତର ହୋଇଥିଲେ । ହେଲେ ଦୁଇଟି ଶ୍ରେଣୀରେ ପାଠ ପଢୁଥିବା ୩୬ରୁ ଅଧିକ ପିଲା ସୌଭାଗ୍ୟବସତ ବଞ୍ଚିଯାଇଥିଲେ । ସ୍କୁଲରେ ବଜ୍ରପାତ ନିରୋଧକ ବ୍ୟବସ୍ଥା ନଥିବା ସତ୍ତ୍ବେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଅନେକ ପିଲା । 

Advertisment

ଠିକ୍ ସେହିଭଳି ରାଜ୍ୟରେ ଏମିତି ମାଳ ମାଳ ସ୍କୁଲରେ ସମାନ ସ୍ଥିତି । କେଉଁଠି ପିଲା ଭଙ୍ଗା ଚାଳିଆ ତ କେଉଁଠି ଆଜବେଷ୍ଟସ୍ ତଳେ ପାଠ ପଢୁଛନ୍ତି । ବାଲେଶ୍ବର ଔପଦା ବ୍ଲକ ଅଘାଶୁଳ ପ୍ରାଥମିକ ବିଦ୍ୟାଳୟ । ଭଙ୍ଗା ଆଜବେଷ୍ଟସ ତଳେ ପାଠ ପଢୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା। ସେମିତି ଆଉ ଏକ ସ୍କୁଲ ହେଉଛି ଗଜପତି ଜିଲ୍ଲା ଲୁହାଗୁଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । କନ୍ଧମାଳ ଜିଲ୍ଲା ଉପାନ୍ତ ଗ୍ରୀନବାଡି ସ୍କୁଲର । ଯେଉଁଠି ଅତି ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲା । ବର୍ଷା ଓ ବଜ୍ରପାତ ହେଲେ ସମସ୍ତେ ଯେମିତି ଛାନିଆ । ସ୍କୁଲରେ ବଜ୍ରପାତ ନିରୋଧ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ପିଲା ଓ ଶିକ୍ଷକ । 

ବଜ୍ରପାତ ପାଇଁ ହାଇ ଆଲର୍ଟରେ ବାଲେଶ୍ୱର ଜିଲ୍ଲା । ଯେଉଁଠି ବଜ୍ରପାତରେ ମୃତ୍ୟସଂଖ୍ୟା ଅଧିକ । ୟାରି ଭିତରେ ସ୍କୁଲରେ ଶିକ୍ଷକଙ୍କୁ ଘାରିଛି ପିଲାଙ୍କ ସୁରକ୍ଷା ଚିନ୍ତା । ବଜ୍ରପାତ ସମୟରେ କେମିତି ବଞ୍ଚିବ ପିଲାଙ୍କ ଜୀବନ ତାହା ପ୍ରଶିକ୍ଷଣ ଦେଉଛନ୍ତି ସ୍କୁଲର ଶିକ୍ଷକ। ରାଜ୍ୟରେ ଏମିତି ଶହ ଶହ ସ୍କୁଲରେ କେଉଁଠି ଉପରେ ଛାତ ନାହିଁ ତ ଆଉ କେଉଁଠି ଛପର ନାହିଁ । ଅନେକ ସ୍କୁଲ ନିର୍ଜନ ସ୍ଥାନରେ ହୋଇଥିବାରୁ ବଜ୍ରପାତର ଭୟ ରହିଛି । 

ସେପଟେ ଗଣଶିକ୍ଷା ବିଭାଗ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛି । ସବୁ ସ୍କୁଲରେ ବଜ୍ରପାତ ନିରୋଧ ବ୍ୟବସ୍ଥା କରିବା ପାଇଁ ଚିନ୍ତା କରାଯାଇଛି । ସେହିପରି ବିପର୍ଯ୍ୟୟ ପ୍ରଶମନ ବିଭାଗ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗକୁ ବଜ୍ରପାତ ନିରୋଧ ବ୍ୟବସ୍ଥା ଲଗାଇବା ପାଇଁ ପ୍ରସ୍ତାବ ଦେଇଛି । ଏହା ସହ ସ୍କୁଲ ହତାରେ ତାଳ ଗଛ ଲଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛି ।

ଅଧିକ ପଢ଼ନ୍ତୁ: ଭରତପୁର ଥାନା ଘଟଣା: ସାମ୍ନାକୁ ଆସିବ ସତ, ଧରାପଡ଼ିବ କିଏ କହୁଛି ମିଛ ?

Lightning
Advertisment
Advertisment