• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୂର ହେଲା ସୁଭଦ୍ରା ସସ୍‌ପେନ୍ସ । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୯ ତାରିଖରେ ଅର୍ଥାତ୍ ଦଶହରା ପୂର୍ବରୁ ମିଳିବ । ନିଜେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ସ୍ପଷ୍ଟ କରିଛନ୍ତି । ଏହି ଘୋଷଣା ପରେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇବାରୁ ବଞ୍ଚିତ ଆଶାୟୀଙ୍କ ଉତ୍କଣ୍ଠା ତ ବଢିଛି, ହେଲେ କେଉଁଠି ମାସ ଆରମ୍ଭରୁ ନାଁ ପଞ୍ଜୀକରଣ କରି ଟଙ୍କା କି ମେସେଜ୍ କିଛି ବି ପାଇନଥିବା ମହିଳାମାନେ କିନ୍ତୁ ନିରାଶାରେ ଅଛନ୍ତି ।

ସୁଭଦ୍ରା ଆଶାୟୀଙ୍କ ମନରୁ ଦ୍ୱନ୍ଦ୍ୱ ଦୂର ଦୁର୍ଗାପୂଜା ପୂର୍ବରୁ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଅକ୍ଟୋବର ୯ରେ ଦ୍ୱିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା ମିଳିବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିଛନ୍ତି ଆସନ୍ତା ୯ରେ ବାରିପଦାରେ ଆୟୋଜିତ ହେବାକୁ ଥିବା ସଭାରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିବେ ।

ଏହି ଅବସରରେ ସୁଭଦ୍ରା ଯୋଜନାର ପ୍ରଥମ ଓ ୧ କୋଟି ନମ୍ବରରେ ଥିବା ହିତାଧିକାରୀଙ୍କୁ ବି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ମହିଳାଙ୍କୁ ସହାୟତା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ତାସହ କହିଛନ୍ତି ଏବେ ଯାଏଁ ୯୭ ଲକ୍ଷ ମହିଳା 'ସୁଭଦ୍ରା' ପାଇଁ ଆବେଦନ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ଟଙ୍କା ମିଳି ସାରିଛି । ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଯୋଗ୍ୟ ମହିଳାଙ୍କୁ ଟଙ୍କା ମିଳିବ । ଅକଟୋବର ୯ରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଶୁଣିବା ପରେ ଖୁସି ପ୍ରକାଶ କରିଛନ୍ତି ଜଗତସିଂହପୁର ଅଞ୍ଚଳର ମହିଳା । ଦଶହରା ପୂର୍ବରୁ ଟଙ୍କା ମିଳିବାକୁ ଥିବାରୁ ସେମାନେ ଏଥିରେ କୌଣସି ବ୍ୟବସାୟିକ କାର୍ଯ୍ୟର ଶୁଭାରମ୍ଭ କରିପାରିବେ ବୋଲି କହିଛନ୍ତି ।

ତେଣେ ଅକ୍ଟୋବର ୭ ସୁଦ୍ଧା ପଞ୍ଜୀକରଣ କରିଥିବା ମହିଳାଙ୍କୁ ୯ ତାରିଖରେ ବି ଟଙ୍କା ମିଳିଯିବ ଶୁଣି, ଗଂଜାମ ଖଲ୍ଲିକୋଟ ଅଞ୍ଚଳରେ ସବୁ ଜନସେବା କେନ୍ଦ୍ରରେ ସୁଭଦ୍ରା ଫର୍ମ ଧରି ଭିଡ଼ ଜମାଇଲେଣି ଆଶାୟୀ । ହେଲେ ଟଙ୍କା ଆସିଛି କି ନାହିଁ, ସେ ନେଇ କିନ୍ତୁ ବିନ୍ଦୁ ବିସର୍ଗ ସୂଚନା ପାଉନାହାନ୍ତି ମାଲକାନଗିରି ଜିଲ୍ଲା ଲମତାପୁଟ ଅଞ୍ଚଳର ମହିଳା ।

ଏମିତିକି ପ୍ରଥମ ପର୍ଯ୍ୟାୟ ପ୍ରଥମ କିସ୍ତି ପ୍ରଦାନ ଆଗରୁ ଆଦିବାସୀ ଅଧ୍ୟୁଷିତ ଲମତାପୁଟ ବ୍ଲକର ଅନେକ ମହିଳା ଆବେଦନ କରିଥିଲେ ବି ସେମାନଙ୍କ ବ୍ୟାଙ୍କ ଖାତାକୁ ଏଯାଏଁ ନା ଟଙ୍କା କି ମୋବାଇଲକୁ ମେସେଜ୍ କିଛି ଆସିନି । ଏମିତିକି ଏହି ବ୍ଲକର ପୋଡ଼ସୀ ଓ ଧାବନପୁଟ ଗାଁର ଜଣେ ବି ହିତାଧିକାରୀ ଟଙ୍କା ପାଇନଥିବାରୁ ସେମାନେ ବାରମ୍ବାର ଜନସେବା କେନ୍ଦ୍ରକୁ ଧାଇଁ ଧାଇଁ ନିରାଶ ହେଲେଣି ।

ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସି ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ଏବେ ଅପେକ୍ଷା ଅକ୍ଟୋବର ୯ କୁ ।

OTV is now on Whatsapp

Join and get latest news update delivered to you via whatsapp

Join Now