Advertisment

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିବ ସତ, ଧରାପଡ଼ିବ କିଏ କହୁଛି ମିଛ ?

ଏହାର ପର୍ଦ୍ଦଫାସ କରିବାକୁ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୋଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ।

author-image
Sujit kumar Swain
ଅଦ୍ୟତନ ହୋଇଛି
Polygraph Test of suspended Bharatpur IIC & 5 other Police Personnel to be conducted today

Bharatpur Incident

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସାମ୍ନାକୁ ଆସିବ ସତ। ଧରାପଡ଼ିବ କିଏ କହୁଛି ମିଛ ? ଏହାର ପର୍ଦ୍ଦଫାସ କରିବାକୁ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୋଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ।

Advertisment

ଅଧିକ ପଢ଼ନ୍ତୁ: ଭରତପୁର ମାମଲା: ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଗୁଜରାଟ ଗାନ୍ଧିନଗର ସ୍ଥିତ ଫୋରେନସିକ୍ ଲାବ୍ରୋଟୋରୀରେ ସେମାନଙ୍କର ମିଛ ଧରା ପରୀକ୍ଷା କରାଯିବ। ସେମାନଙ୍କୁ ସାଙ୍ଗରେ ନେଇ ଯାଇଛି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟର ସମ୍ମୁଖୀନ ହେବେ। ବାକି ୪ ପୋଲିସଙ୍କର କେବଳ ହେବ ପଲିଗ୍ରାଫ ଟେଷ୍ଟ । 

ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁ ଓ ସେଦିନ ରାତିରେ ଥାନାରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ ଟେଷ୍ଟ ହେବ। ସେମାନଙ୍କଠାରୁ ଘଟଣା ଦିନର ସତ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ। 

Advertisment

Odisha Police Poligraph Test
Advertisment
Advertisment