ଗଜପତି ଜିଲ୍ଲା କାଶୀନଗରରେ ଏକ ବାଲିଘାଟ ଅଞ୍ଚଳକୁ ନେଇ ଦେଖାଦେଇଥିଲା ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ। ତେବେ ଉଭୟ ରାଜ୍ୟର ପ୍ରଶାସନ ମାପଚୁପ କରିବା ପରେ ସାମ୍ନାକୁ ଆସିଲା- ଦୁଧ୍ କା ଦୁଧ୍, ପାନୀ କା ପାନୀ।
ଆନ୍ଧ୍ର ମାନଚିତ୍ରରେ ଓଡ଼ିଶା ଗାଁ । ଗୋଟିଏ କି ଦୁଇଟି ନୁହଁ, ପୁରା ଅଠେଇଶଟି ଗାଁ ଆନ୍ଧ୍ର ନକ୍ସାରେ । ଏସବୁ ହେଉଛି ସେହି ଗାଁ, ଯେଉଁ ଇଲାକାକୁ ନେଇ ଦୁଇ ପଡୋଶୀ ମଧ୍ୟରେ ଲାଗିରହିଛି ଟଣାଓଟରା । ଆଉ ମାମଲା ବିଚାରାଧିନ ଅଛି ସୁପ୍ରିମକୋର୍ଟରେ । ହେଲେ ସବୁ ବିଧିବ୍ୟବସ୍ଥାକୁ ଚାଲେଞ୍ଜ କରି କୋଟିଆର ୨୮ଟି ଗାଁକୁ ନୂଆ ମାନଚିତ୍ରରେ ସାମିଲ କରିଛି ଆନ୍ଧ୍ର ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ସାଲୁର ବିଧାୟକ ରାଜନ୍ନା ଦୋରାଙ୍କ ଆଖିତରାଟିଲା ଭଳି ପୋଷ୍ଟ । ରାଜନ୍ନା କୋଟିଆବାସୀଙ୍କୁ ଧନ୍ୟବାଦ ଦେବା ସହ ଲେଖିଛନ୍ତି, କୋଟିଆବାସୀ ଆନ୍ଧ୍ରରେ ରହିବା ଲାଗି ଲିଖିତ ଭାବେ ଜଣାଇଛନ୍ତି ।
କାନ୍ଧରେ ବ୍ୟାଗ୍, ଆଉ ବ୍ୟାଗରେ ଲାଗିଛି ତ୍ରିରଙ୍ଗା । ପଦଯାତ୍ରା କରି ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଭାଷା ବିଭେଦ ଦୂର କରିବାକୁ ଓଡ଼ିଆ ଯୁବକ ନିଆରା ଉଦ୍ୟମ କରିଛନ୍ତି ।