• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବଡ଼ ଖବର । ଭରତପୁର ମାମଲାର ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ । ଭୁବନେଶ୍ବର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ନେଇ ସୂଚନା । ବୈଠକରେ ପୋଲିସ ଡିଜି ଓ ଗୃହ ସଚିବ ଉପସ୍ଥିତ ରହିଛନ୍ତି । 

ଏପଟେ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସାମ୍ନାକୁ ଆସିବ ସତ। ଧରାପଡ଼ିବ କିଏ କହୁଛି ମିଛ ? ଏହାର ପର୍ଦ୍ଦଫାସ କରିବାକୁ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୋଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ। 

ଗୁଜରାଟ ଗାନ୍ଧିନଗର ସ୍ଥିତ ଫୋରେନସିକ୍ ଲାବ୍ରୋଟୋରୀରେ ସେମାନଙ୍କର ମିଛ ଧରା ପରୀକ୍ଷା କରାଯିବ। ସେମାନଙ୍କୁ ସାଙ୍ଗରେ ନେଇ ଯାଇଛି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟର ସମ୍ମୁଖୀନ ହେବେ। ବାକି ୪ ପୋଲିସଙ୍କର କେବଳ ହେବ ପଲିଗ୍ରାଫ ଟେଷ୍ଟ । 

ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁ ଓ ସେଦିନ ରାତିରେ ଥାନାରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ ଟେଷ୍ଟ ହେବ। ସେମାନଙ୍କଠାରୁ ଘଟଣା ଦିନର ସତ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ। 

OTV is now on Whatsapp

Join and get latest news update delivered to you via whatsapp

Join Now