• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭିନେ ପୁଅକୁ ମିଳିବ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଜି ଏଭଳି ବଡ଼ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ବାପାଙ୍କଠାରୁ ଅଲଗା ହୋଇ ପରିବାର କରିଥିବା ବ୍ୟକ୍ତି ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବେ । ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ । ଯୋଗ୍ୟ ହିତାଧିକାରୀଙ୍କୁ ୬ ମାସ ଭିତରେ କାର୍ଯ୍ୟାଦେଶ ଦିଆଯିବ ।

ଏହି ପ୍ରକ୍ରିୟାରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଘର ମିଳିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ସେହିପରି ହିତାଧିକାରୀ ଚୟନରେ ତ୍ରୁଟି ରହିଲେ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now