• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାଇବର କାଫେରେ ଚାକିରି ପାଇଁ ପରୀକ୍ଷାକୁ ନେଇ ବିବାଦ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଦୁଇ ମହଲା କୋଠାରେ ଯେଉଁଠି ରେଷ୍ଟୁରାଣ୍ଟ, ହୋମିଓପାଥି କ୍ଲିନିକ୍ ଚାଲିଛି, ସେଠି RI, ICDS ସୁପର ଭାଇଜର୍, ARI, ଅମିନ ଏବଂ SFS ପାଇଁ ଅନଲାଇନ ପରୀକ୍ଷା ଆୟୋଜିତ ହୋଇଥିଲା ।

OSSC ଦ୍ୱାରା ପରିଚାଳିତ ଏହି ପରୀକ୍ଷାକୁ ଏକ ବେସରକାରୀ ‘SIFY’ ନାମକ ଏକ କମ୍ପାନୀକୁ ପରିଚାଳନା ପାଇଁ ଦିଆଯାଇଥିଲା । ପ୍ରଥମ ସିଫ୍ଟ ସାଢେ଼ ୮ଟା ବେଳେ ଆରମ୍ଭ ହେବାକୁ ଥିବା ବେଳେ ବିଳମ୍ବରେ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଓ ତୃତୀୟ ସିଫ୍ଟ ପରୀକ୍ଷା ଆରମ୍ଭରେ ବିଳମ୍ବ ହୋଇଥିଲା ।

ଯାହାକୁ ନେଇ ପରୀକ୍ଷାର୍ଥୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ଛଡା ପରୀକ୍ଷା ପରିଚାଳନାରେ ବି ଘୋର ଅବ୍ୟବସ୍ଥାକୁ ନେଇ ପରୀକ୍ଷାର୍ଥୀମାନେ ପ୍ରଶ୍ନ ଉଠାଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now