• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଜୀବନଟା ଅଭିଶାପ ପାଲଟିଛି । ବାପା-ମା’ ପରକରି ପରପାରିକୁ ଚାଲିଯିବା ପରେ ଗୁହାଳରେ କଟୁଛି ସୀତାଙ୍କ ଜୀବନ । ଚାଲିବାକୁ ବଳ ନାହିଁ । ନା କିଛି କଥା କହିବାକୁ ଶକ୍ତି ଅଛି । କେବଳ ଖଟିଆରେ ଶୋଇ ରହି କରୁଛନ୍ତି ଜୀବନ ମୃତ୍ୟୁ ସହ ସଂଗ୍ରାମ । 

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଳା ଆନନ୍ଦପୁର ବ୍ଲକର ଦରଖଳା ଗାଁରେ ହେଉଛି ସୀତା ଘର । ଏଠି ପ୍ରାୟ ସମସ୍ତେ ଦିନ ମଜୁରିଆ । ଜଙ୍ଗଲ ଉପରେ ନିର୍ଭର କରି ଏଠିକାର ଲୋକେ ତେଳଲୁଣ ସଂସାର ଚଳାନ୍ତି । ଆଉ ସୀତାଙ୍କ ଭାଇ ଛେଳି ଚରାଇ କିଛି ରୋଜଗାର କରନ୍ତି । ସେଇଥିରେ ଚଳିଯାଆନ୍ତି ଏହି ଦୁଃଖୀ ଭାଇଭଉଣୀ । 

ଘର ଖଣ୍ଡିଏ ବି ଏମାନଙ୍କର ନାହିଁ । ପଡ଼ୋଶୀଙ୍କ ଗୁହାଳରେ ଆଶ୍ରୟ ନେଇଛନ୍ତି ଭାଇ ଭଉଣୀ । ସରକାରୀ ସୁବିଧା କହିଲେ କେବଳ ମିଳୁଛି ମାସକୁ ୧୦ କିଲୋ ଚାଉଳ । ଯେଉଁଥିରେ ଚଳିବା କଷ୍ଟକର ହେଉଛି । ସୀତାଙ୍କ ଚିକିତ୍ସା କରାଇବା ସମ୍ଭପର ହେଉନାହିଁ । ସରକାରଙ୍କ ପକ୍ଷରୁ ଯଦି ସୀତାଙ୍କ ଚିକିତ୍ସା ପାଇଁ କିଛି ସୁବିଧା କରାଯାଆନ୍ତା ଏବଂ ଘର ଖଣ୍ଡିଏ ଯୋଗାଇ ଦିଆଯାଆନ୍ତା । ତେବେ ଏମାନେ ଉପକୃତ ହୋଇପାରନ୍ତେ । 

ତେବେ ସରକାର କିମ୍ବା ପ୍ରଶାସନ ଯଦି ସୀତାଙ୍କ ପରିବାର ପ୍ରତି କିଛି ସହାୟତାର ହାତ ବଢ଼ାନ୍ତେ କି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତେ ତେବେ ଏହି ଗରିବ ପରିବାର ବଞ୍ଚିଯାଆନ୍ତା ।

OTV is now on Whatsapp

Join and get latest news update delivered to you via whatsapp

Join Now