ନଭେମ୍ବର ୧ରୁ ପ୍ରଥମ ବର୍ଷ UG କ୍ଲାସ୍ ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୫ରୁ ପ୍ରଥମ ବର୍ଷ PG କ୍ଲାସ୍ ଆରମ୍ଭ ହେବ। ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପଢ଼ିବେ।
କାନ୍ଧରେ ବ୍ୟାଗ୍, ଆଉ ବ୍ୟାଗରେ ଲାଗିଛି ତ୍ରିରଙ୍ଗା । ପଦଯାତ୍ରା କରି ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଭାଷା ବିଭେଦ ଦୂର କରିବାକୁ ଓଡ଼ିଆ ଯୁବକ ନିଆରା ଉଦ୍ୟମ କରିଛନ୍ତି ।
ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍ ଘଟଣା ଏବେ ସାମ୍ନାକୁ ଆସିଛି। ଚାନ୍ଦିପୁର ମାମଲାରେ ସମ୍ପୃକ୍ତ ରହସ୍ୟମୟୀ ମହିଳା ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ହନିଟ୍ରାପ୍ କରିଥିବା ସୂଚନା ମିଳିଛି।
ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଛାତ୍ରୀଙ୍କ ହାତରେ କଟା ଦାଗ ଥିବାବେଳେ, ବ୍ୟାଣ୍ଡେଜ୍ ଲଗା ଯାଇଥିବା ଦେଖିବାକୁ ମିଳିଛି। ଶବ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ଜଣାପଡ଼ିଛି।
କିଡନୀ ରୋଗର ସଠିକ କାରଣ ଜଣା ପଡୁ ନଥିଲେ ମଧ୍ୟ ପାଣି ପାଇଁ ଏସବୁ ହେଉଛି ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି । ଗତ ଦୁଇ ତିନି ବର୍ଷ ଭିତରେ କିଡନୀ ରୋଗରେ ଗଲାଣି ଅନେକ ଜୀବନ ।
୨୦୨୧ ମସିହା, ଅକ୍ଟୋବର ମାସ ୨୭ ତାରିଖ, ବୁଧବାର, ତୁଳା୧୧ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ପୁନର୍ବସୁ ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
୨୧ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ବିଜେଡି ଏଥର ନିଜର ମନ୍ତ୍ରୀଙ୍କୁ ନେଇ ଅଡୁଆରେ ପଡ଼ିପାରେ। ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗ ଦଳର ଗୋଡ଼ ଟାଣିପାରେ। ପୂର୍ବରୁ ମଧ୍ୟ ଏହାର ଉଦାହରଣ ରହିଛି।
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ। ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା। ରାସ୍ତା ନଥିବାରୁ କେଉଁଠି ଲୋକଙ୍କୁ ନଦୀ ପାର୍ ହେବାକୁ ପଡୁଛି ତ ଆଉ କେଉଁଠି ନାଳ ଓ ଘାଟି ରାସ୍ତା ପାର୍ ହେବାକୁ ପଡୁଛି।
ବେଆଇନ୍ ଭାବେ ଚାଲିଥିଲା ଡ୍ୟାନ୍ସ। ଆଉ ଜମୁଥିଲା ନାଚଗୀତର ଆସର। ଖାଲି ଏତିକି ନୁହେଁ ବାର୍ରେ ବହୁ ନକଲି ଟଙ୍କା ମଧ୍ୟ ଫିଙ୍ଗା ଯାଉଥିଲା। ଖବର ପାଇ ପହଞ୍ଚିଗଲା ପୋଲିସ୍। ଫିକା ପଡ଼ିଗଲା ସବୁକିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ବଲାଙ୍ଗିର ପୋଲିସ ଓ ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ମଧ୍ୟରେ ରହିଛି ମଧୂଚନ୍ଦ୍ରିକା । ମମିତାଙ୍କ ପରିବାରକୁ ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ।
ଦାବି ପୂରଣ କର, ନହେଲେ ୧୬ରୁ ବସ୍ ବନ୍ଦ । ଆଜି ରାଜ୍ୟ ସରକାରଙ୍କୁ ଏମିତି ଚରମବାଣୀ ଶୁଣାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ । ଆଉ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଗଲା କିଛି ଦିନ ଧରି ଏ ଦାବି ନେଇ ବିରୋଧୀ ରଣହୁଙ୍କାର ଦେଇ ଆସୁଥିବା ବେଳେ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ପ୍ରତିବାଦକୁ ଆହୁରି ଜୋରଦାର କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।
ବିଶିଷ୍ଟ କଥାକାର ପାରମିତା ଶତପଥୀ ପାଇଲେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର । ଇମ୍ଫା କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ୪୨ତମ ଶାରଳା ପୁରସ୍କାର ଉତ୍ସବରେ ତାଙ୍କୁ ସମାନ୍ନୀତ କରାଯାଇଛି ।
ପୁଣି ଥରେ ନିଜ ସଂପାଦକୀୟ ଲେଖାରେ ବିଜେଡି ଓ ରାଜ୍ୟ ସରକାରକୁ ନିଶାନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପଦ୍ଧତିକୁ ନେଇ ଏଥର ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ
ମମିତା ମେହେରଙ୍କୁ ହତ୍ୟା ପରେ ନିଜ ପାପ ଲୁଚାଇବାକୁ କିଛି କମ୍ କାରସାଦି କରିନଥିଲା ଜହ୍ଲାଦ ଗୋବିନ୍ଦ ସାହୁ । ଏମିତିକି ମମିତାଙ୍କ ନିଖୋଜ ଏତଲା ନିଜେ ଲେଖାଇ, ପରେ ପୋଲିସକୁ କହି ତାକୁ ଫେରାଇବାର ଚକ୍ରାନ୍ତ ବି କରିଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ମମିତାଙ୍କ ବାପା ।
ଗଞ୍ଜାମ ଟାଇଗର କୁହାଯାଉଥିବା ସାନଖେମୁଣ୍ଡି ବିଧାୟକଙ୍କୁ ଅପମାନ । ପାଣି ଟାଙ୍ଗି ଉଦ୍ଘାଟନ କରିବାକୁ ଯାଇଥିଲେ । ହେଲେ ନିରାଶ ହୋଇ ଫେରିଲେ । କାରଣ ପ୍ରଶାସନ ତାଡ଼ି ନେଇଥିଲେ ଉଦ୍ଘାଟନ ଫଳକ ।
ରାଜ୍ୟରୁ ସମ୍ପୂର୍ଣ ଭାବେ ମୌସୁମୀ ଚାଲିଯିବା ପରେ ବର୍ତ୍ତମାନ କନ୍ଧମାଳ ଜିଲ୍ଲାକୁ ଶୀତ ଛୁଇଁଛି । ତାପମାତ୍ରା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଶୀତ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିଅସ ତଳେ ଥିବାବେଳେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି ।
କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭାମାପୁରର ମାଳିହତା ଗାଁର ଦୁଇ ଭାଇ । ପ୍ରାୟ ୩୦ ଏକରରୁ ଉର୍ଦ୍ଧ ଜମିରେ ସଚାଷ କରିଛନ୍ତି । କେବଳ ଚାଷ ନୁହେଁ ସେଠାରେ ମାଛ ପୋଖରୀ ମଧ୍ୟ ରହିଛି । ଚାଲିଛି ମାଛଧରା । ଆଉ ଡିଜିଟାଲ ଦଣ୍ଡିରେ ସେସବୁକୁ ଓଜନ କରାଯାଉଛି । ଆଉ ସବୁ ଗୁଡ଼ିକ ବୋହିନେଇ ମାଛକୁ ଟ୍ରକରେ ଲୋଡ଼ କରାଯାଉଛି ।
ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ନିଆଁ ଜଳୁଛି । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେବା ପରେ ବିରୋଧୀ ସାରା ରାଜ୍ୟରେ ବିକ୍ଷୋଭ ଆରମ୍ଭ କରିଦେଇଛନ୍ତି ।
ଗଛ ସହିତ ଗଛର ବିବାହ । ବରଗଛ ସହିତ ଓସ୍ତଗଛର ନିଆରା ବିବାହ ହୋଇଛି । କେହି କେହି ଆଗରୁ ଦେଖିଥିବେ ଏପରି ବିବାହ
ତେଲ ଦର କମାଅ, ନହଲେ ପରିଣାମ ଭୟଙ୍କର ହେବ । ଏଭଳି ଚରମବାଣୀ ଶୁଣାଇଛନ୍ତି ଘରୋଇ ବସ୍ ମାଲିକ ସଂଘ । ସିଧାସଳଖ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ୧୫ ତାରିଖ ଯାଏଁ ସମୟ ଦେଲୁ ତେଲ ଦର କମାଅ ନହେଲେ ଚକା ବନ୍ଦ ହେବ ।
ମାଛର ଦାମ୍ କୋଟିଏ ଟଙ୍କା। ହୁଏତ ଏହି କଥା ଶୁଣିବା ପରେ ଆପଣ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ପୂରା ସତ। ବାହାର ନୁହେଁ ବରଂ ଆମ ରାଜ୍ୟ ଓଡ଼ିଶାରେ ଏହି ମାଛ ଧରାପଡ଼ିଛି। ବାଲେଶ୍ୱରର ଜଳେଶ୍ୱର ନିକଟରେ ଏହି ମାଛକୁ ଧରାଯାଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ, ଦିଘାରେ ଏକ କୋଟି ଟଙ୍କା ମୂଲ୍ୟର ତେଲିଆ ଭୋଲା ମାଛ ଧରାପଡ଼ିଛି।
କଥା ହେବାର ୨୪ ଘଣ୍ଟା ମଧ୍ୟରେ ରଙ୍ଗ ବଦଳାଇଲେ ପ୍ରଦୀପ ମାଝୀ । ଓଡ଼ିଶାରେ କଂଗ୍ରେସ ବ୍ୟାପାର ନେଇ ପ୍ରଭାରୀ ଚେଲା କୁମାର ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ସରକାର ଥିବା ପର୍ଯ୍ୟନ୍ତ ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ ପ୍ରଦୀପ ।
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି। ଏଣିକି ଶିଶୁଙ୍କ ପାଇଁ ରହିବ ସ୍ୱତନ୍ତ୍ର ଥାନା। ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।