• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 27 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ହୀରାକୁଦର ହେବ ନବକଳେବର: ମୁଖ୍ୟ ନଦୀବନ୍ଧରେ ଯୋଡ଼ିହେବ ନୂଆ ସ୍ପିଲ୍‌ୱେ

ଖୁବଶୀଘ୍ର ସ୍ପିଲୱେ ନିର୍ମାଣ ଲାଗି ଗ୍ଲୋବାଲ୍ ଟେଣ୍ଡର୍ ଡକାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ। ଏହାର ନିର୍ମାଣ ଅବଧି ୩୦ ମାସ ଏବଂ ବ୍ୟୟ ଅଟକଳ ୬୨୪ କୋଟି ୩୧ ଲକ୍ଷ ଟଙ୍କା ରହିଛି। More
  • Chandan Shishu
  • 3 years ago

ଚୀନ ବିରୋଧରେ ଲଢିବା ପାଇଁ ଭାରତକୁ ମିଳିଲା ବଡ଼ ଅସ୍ତ୍ର

ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ର ଡିଆରଡିଓ ୨୦୦୮ରୁ ବିକଶିତ କରିବା ଆରମ୍ଭ କରିଥିଲା। ୨୦୧୨ରେ ଅଗ୍ନି-୫ର ପ୍ରଥମ ପରୀକ୍ଷଣ ହୋଇଥିଲା। ମିସାଇଲ୍‌ଟି ସଂପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। More
  • Chandan Shishu
  • 3 years ago

ଭାଲୁ ସହ ମଜା ମହଙ୍ଗା ପଡ଼ିଲା: ହସ୍ପିଟାଲରେ ଭର୍ତ୍ତି ହେଲେ ଗାଇଡ୍

ନନ୍ଦନକାନନରେ ପୁଣି ଅଘଟଣ ଘଟିଛି। କିଛି ଦିନ ତଳେ ଟୟ ଟ୍ରେନ୍‌ ନିଆଁ ଲାଗିଯାଇଥିଲା। ଭୟରେ ଟ୍ରେନ୍‌ରେ ଥିବା ଯାତ୍ରୀ ଡେଇଁପଡ଼ିଥିଲେ। More
  • Chandan Shishu
  • 3 years ago

ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ

୨୦୨୧ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ୧୧ ଜଣଙ୍କ ନାଁ ସୁପାରିସ କରାଯାଇଛି। ଅର୍ଜୁନ ପୁରସ୍କାର ପାଇଁ ୩୫ ଜଣ ଖେଳାଳିଙ୍କ ନାଁ ସୁପାରିସ ହୋଇଛି।  More
  • Chandan Shishu
  • 3 years ago

'ଆତ୍ମହତ୍ୟା ନୁହେଁ, ମିଳିମିଶି ମାରିଦେଲେ'

ହଷ୍ଟେଲର ରୁମ ନମ୍ୱର ୩୦୫ର ସିଲିଂଫ୍ୟାନରେ ଝୁଲୁଥିଲା ଆଶାଙ୍କ ମୃତଦେହ। କିନ୍ତୁ ଆତ୍ମହତ୍ୟା ନୁହେଁ, ଏହି ହତ୍ୟା ବୋଲି ମୃତ ଛାତ୍ରୀଙ୍କ ସମ୍ପର୍କୀୟ More
  • Sarbeswar
  • 3 years ago

ରଙ୍ଗଶାଳାର ରଙ୍ଗ ଛାଡ଼ିଗଲା, ବାରରେ ଝୁଲିଲା ତାଲା

ଚାଲିଥିଲା ନାଚଗୀତ। ଖୁଲମଖୁଲା ହେଉଥିଲା ବେପାର। ମସଗୁଲ ହୋଇ ମଦ ପିଉଥିଲେ ମଦ୍ୟପ। ହଠାତ ରଙ୍ଗଶାଳାର ଝକିମିକି ଲାଇଟ ଲିଭିଗଲା। କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଚଢାଉ। ମନୀଷ ହତ୍ୟାକାଣ୍ଡ ପରେ ସ୍କାନରରେ ବାର। ରାଜଧାନୀ ଭୁବନେଶ୍ୱରରେ ଘନ ଘନ ହେଉଛି ଚଢାଉ। କେତେବେଳେ ପୋଲିସ ତ ଆଉ କେତେବେଳେ ଅବକାରୀ ବିଭାଗ କରିଛି ରେଡ। More
  • Sarbeswar
  • 3 years ago

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ଏକ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ପ୍ରତିବର୍ଷ ବର୍ଷା ଋତୁରେ ରାସ୍ତା ଖରାପ ହୋଇ ଯାଉଥିବା ଯୋଗୁଁ ପର୍ଯ୍ୟଟନ ପାଇଁ ବନ୍ଦ କରା ଯାଉଥିବା ଶିମିଳିପାଳ ଅଭୟାରଣ୍ୟକୁ ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯିବ। More
  • Rajalaxmi Sahoo
  • 3 years ago

ନେରେଡିବାଲସାରେ କାଲିଠୁ ଆରମ୍ଭ ହୋଇଛି ଓଡ଼ିଆ ସ୍କୁଲ

ଓଡ଼ିଶା ଆନ୍ଧ୍ର ସୀମାରେ ଥିବା କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲସାରେ କାଲିଠୁ ଆରମ୍ଭ ହୋଇଛି ଓଡ଼ିଆ ସ୍କୁଲ। ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଏହିସବୁ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି। ତା ସହ ପଟାଙ୍ଗି ବିଡିଓଙ୍କ ଉପସ୍ଥିତିରେ କାଲି ନେରେଜଡ଼ିବାଲସା ଓ ଆଖପାଖ ଗାଁରେ ଓଡ଼ିଆରେ ନାମ ଫଳକ ଲଗାଯାଇଛି। ସେପଟେ ନେରେଡ଼ିବାସରେ ଓଡ଼ିଆ ସ୍କୁଲ ଖୋଲିବା ପରେ ଆନ୍ଧ୍ର ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନେରେଡିବାଲସାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଛି। 

  • Rajalaxmi Sahoo
  • 3 years ago

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଂଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହି ସ୍ୱତନ୍ତ୍ର ନୀତି ପାଇଁ ପ୍ରାୟ ୪ ଘଣ୍ଟା ଧରି ଚାଲିବ। ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବା ପରେ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।  

  • Rajalaxmi Sahoo
  • 3 years ago

ଭଦ୍ରକରୁ ପୁଣି ବ୍ରାଉନସୁଗର ଜବତ

ଭଦ୍ରକରୁ ପୁଣି ଜବତ ହୋଇଛି ବ୍ରାଉନସୁଗର। ଭଦ୍ରକ ରାନ୍ଦିଆ ପାୱାର ପ୍ଲାଣ୍ଟ ଛକରେ ଚେକିଂ ବେଳେ ୧ କେଜି ୩୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।  ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୧ କୋଟି ୩ ଲକ୍ଷ ଟଙ୍କା ବୋଲି ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି। ବ୍ରାଉନସୁଗର ଚାଲାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ ବାଇକ ଓ ୩ଟି ମୋବାଇଲ ଜବତ କରାଯାଇଛି।  ଅଭିଯୁକ୍ତମାନେ ଏତେ ପରିମାଣର ବ୍ରାଉନସୁଗର କେଉଁଠୁ ଆାଣିଥିଲେ ଓ କେଉଁ ସ୍ଥାନକୁ ନେଉଥିଲେ ସେ ନେଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ତଦନ୍ତ କରୁଛି।

  • Rajalaxmi Sahoo
  • 3 years ago

ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ; ବାଇକ୍‌ରେ ୫ କି.ମି. ବୁହା ହେଲା ମୃତଦେହ

ହସ୍ପିଟାଲରେ ହେଲା ମୃତ୍ୟୁ। କିନ୍ତୁ ମୃତଦେହ ନେବା ପାଇଁ ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ। ଶେଷରେ ଉପାୟ ଶୂନ୍ୟ ହୋଇ ପରିବାର ଲୋକେ ବାଇକ୍‌ରେ ମୃତଦେହ ବୋହିକି ନେଇଥିଲେ। More

  • Rajalaxmi Sahoo
  • 3 years ago

ବିନା ଦର୍ଶକରେ ଭୁବନେଶ୍ୱରରେ ହେବ ଜୁନିୟର ହକି ବିଶ୍ୱକପ୍ ମ୍ୟାଚ୍‌

ବିନା ଦର୍ଶକରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ୍। ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳା ଯିବାକୁ ନିଷ୍ପତ୍ତି ନିଆଯାଇଛି। More

  • Rajalaxmi Sahoo
  • 3 years ago

ନଭେମ୍ବର ୧ରୁ UG ଓ ୧୫ରୁ PG କ୍ଲାସ୍‌

ନଭେମ୍ବର ୧ରୁ ପ୍ରଥମ ବର୍ଷ UG କ୍ଲାସ୍‌ ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୫ରୁ ପ୍ରଥମ ବର୍ଷ PG କ୍ଲାସ୍‌ ଆରମ୍ଭ ହେବ। ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପଢ଼ିବେ। More

  • Prangyan Parimita
  • 3 years ago

ଓଡିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ପଦଯାତ୍ରା : ଭୁବନେଶ୍ୱରରୁ ବାହାରି ଆନ୍ଧ୍ର ଅଭିମୁଖେ ଓଡ଼ିଆ ଯୁବକ

କାନ୍ଧରେ ବ୍ୟାଗ୍, ଆଉ ବ୍ୟାଗରେ ଲାଗିଛି ତ୍ରିରଙ୍ଗା । ପଦଯାତ୍ରା କରି ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଭାଷା ବିଭେଦ ଦୂର କରିବାକୁ ଓଡ଼ିଆ ଯୁବକ ନିଆରା ଉଦ୍ୟମ କରିଛନ୍ତି । More

  • Rajalaxmi Sahoo
  • 3 years ago

ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ! ସାମ୍ନାକୁ ଆସିଲା ନୂଆ ତଥ୍ୟ

ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ଘଟଣା ଏବେ ସାମ୍ନାକୁ ଆସିଛି। ଚାନ୍ଦିପୁର ମାମଲାରେ ସମ୍ପୃକ୍ତ ରହସ୍ୟମୟୀ ମହିଳା ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ହନିଟ୍ରାପ୍‌ କରିଥିବା ସୂଚନା ମିଳିଛି।  More

  • Rajalaxmi Sahoo
  • 3 years ago

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହାତରେ ରହିଛି କଟା ଦାଗ

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଛାତ୍ରୀଙ୍କ ହାତରେ କଟା ଦାଗ ଥିବାବେଳେ, ବ୍ୟାଣ୍ଡେଜ୍‌ ଲଗା ଯାଇଥିବା ଦେଖିବାକୁ ମିଳିଛି। ଶବ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିବା ଜଣାପଡ଼ିଛି। More

  • Prangyan Parimita
  • 3 years ago

ଏମିତି ଏକ ଗାଁ, ଯେଉଁଠି ଅଧାରୁ ଅଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ

କିଡନୀ ରୋଗର ସଠିକ କାରଣ ଜଣା ପଡୁ ନଥିଲେ ମଧ୍ୟ ପାଣି ପାଇଁ ଏସବୁ ହେଉଛି ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି । ଗତ ଦୁଇ ତିନି ବର୍ଷ ଭିତରେ କିଡନୀ ରୋଗରେ ଗଲାଣି ଅନେକ ଜୀବନ । More

  • Rajalaxmi Sahoo
  • 3 years ago

Daily Horoscope,27 Oct 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ଅକ୍ଟୋବର ମାସ ୨୭ ତାରିଖ, ବୁଧବାର, ତୁଳା୧୧ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ପୁନର୍ବସୁ ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ... More

  • Tapan Kumar Swain
  • 3 years ago

ପଞ୍ଚାୟତ ନିର୍ବାଚନରେ ଖସିବ ବିଜେଡି ଭୋଟ୍ ! ୨୦୧୭ରେ ବି କମିଥିଲା

୨୧ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ବିଜେଡି ଏଥର ନିଜର ମନ୍ତ୍ରୀଙ୍କୁ ନେଇ ଅଡୁଆରେ ପଡ଼ିପାରେ। ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗ ଦଳର ଗୋଡ଼ ଟାଣିପାରେ। ପୂର୍ବରୁ ମଧ୍ୟ ଏହାର ଉଦାହରଣ ରହିଛି। More

  • Rajalaxmi Sahoo
  • 3 years ago

ସରକାରୀ ଯୋଜନା କାହା ପାଇଁ ? ଜୀବନକୁ ବାଜି ଲଗାଇ ଭରା ନଦୀରେ ଯାଆସ କରୁଛନ୍ତି ଲୋକେ

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ। ଗାଁରେ ପହଞ୍ଚି ପାରୁନି ସରକାରୀ ଯୋଜନା। ରାସ୍ତା ନଥିବାରୁ କେଉଁଠି ଲୋକଙ୍କୁ ନଦୀ ପାର୍‌ ହେବାକୁ ପଡୁଛି ତ ଆଉ କେଉଁଠି ନାଳ ଓ ଘାଟି ରାସ୍ତା ପାର୍‌ ହେବାକୁ ପଡୁଛି। More

  • Rajalaxmi Sahoo
  • 3 years ago

ରଙ୍ଗୀନ ହେଉଥିଲା ରାତି: ଜମୁଥିଲା ନାଚଗୀତର ଆସର, ଫିଙ୍ଗା ଯାଉଥିଲା ନକଲି ଟଙ୍କା

ବେଆଇନ୍‌ ଭାବେ ଚାଲିଥିଲା ଡ୍ୟାନ୍ସ। ଆଉ ଜମୁଥିଲା ନାଚଗୀତର ଆସର। ଖାଲି ଏତିକି ନୁହେଁ ବାର୍‌ରେ ବହୁ ନକଲି ଟଙ୍କା ମଧ୍ୟ ଫିଙ୍ଗା ଯାଉଥିଲା। ଖବର ପାଇ ପହଞ୍ଚିଗଲା ପୋଲିସ୍‌। ଫିକା ପଡ଼ିଗଲା ସବୁକିଛି।  More

  • Satyendu Shekher Mishra
  • 3 years ago

ମମିତା ହତ୍ୟା ମାମଲା: ସନ୍ଦେହରେ ପୋଲିସ ଭୂମିକା କହିଲେ ପୂର୍ବତନ ପୋଲିସ ଡିଜି

ବଲାଙ୍ଗିର ପୋଲିସ ଓ ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ମଧ୍ୟରେ ରହିଛି ମଧୂଚନ୍ଦ୍ରିକା । ମମିତାଙ୍କ ପରିବାରକୁ ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । More

  • Satyendu Shekher Mishra
  • 3 years ago

ଦାବି ପୂରଣ କର, ନହେଲେ ୧୬ରୁ ବସ୍ ବନ୍ଦ

ଦାବି ପୂରଣ କର, ନହେଲେ ୧୬ରୁ ବସ୍ ବନ୍ଦ । ଆଜି ରାଜ୍ୟ ସରକାରଙ୍କୁ ଏମିତି ଚରମବାଣୀ ଶୁଣାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । More

  • Satyendu Shekher Mishra
  • 3 years ago

ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ହଲ୍ଲାବୋଲ; ନବୀନ ନିବାସ ଘେରାଉ, ଖୋର୍ଦ୍ଧାରେ ବିରାଟ ଶୋଭାଯାତ୍ରା

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ । ଆଉ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଗଲା କିଛି ଦିନ ଧରି ଏ ଦାବି ନେଇ ବିରୋଧୀ ରଣହୁଙ୍କାର ଦେଇ ଆସୁଥିବା ବେଳେ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ପ୍ରତିବାଦକୁ ଆହୁରି ଜୋରଦାର କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । More

  • Satyendu Shekher Mishra
  • 3 years ago

ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର, ଜଗଦୀଶ କାନୁନଗୋଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ବିଶିଷ୍ଟ କଥାକାର ପାରମିତା ଶତପଥୀ ପାଇଲେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର । ଇମ୍ଫା କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ୪୨ତମ ଶାରଳା ପୁରସ୍କାର ଉତ୍ସବରେ ତାଙ୍କୁ ସମାନ୍ନୀତ କରାଯାଇଛି । More

  • Sarbeswar
  • 3 years ago

ଶାସକ ଦଳର କେତେ ବିଧାୟକଙ୍କ ପାଖରେ ଅଛି ଆୟ ବହିର୍ଭୁତ ସଂପତ୍ତି?

ପୁଣି ଥରେ ନିଜ ସଂପାଦକୀୟ ଲେଖାରେ ବିଜେଡି ଓ ରାଜ୍ୟ ସରକାରକୁ ନିଶାନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପଦ୍ଧତିକୁ ନେଇ ଏଥର ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ More