• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଞ୍ଜାମ: ଗଞ୍ଜାମ ଟାଇଗର କୁହାଯାଉଥିବା ସାନଖେମୁଣ୍ଡି ବିଧାୟକଙ୍କୁ ଅପମାନ । ପାଣି ଟାଙ୍ଗି ଉଦ୍‌ଘାଟନ କରିବାକୁ ଯାଇଥିଲେ । ହେଲେ ନିରାଶ ହୋଇ ଫେରିଲେ । କାରଣ ପ୍ରଶାସନ ତାଡ଼ି ନେଇଥିଲେ ଉଦ୍‌ଘାଟନ ଫଳକ । କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । ରାଜ୍ୟରେ ରାଜନୀତି ଏଭଳି ସ୍ତରରେ ପହଞ୍ଚିଲାଣି ଯେ, ଶେଷରେ ଉଦ୍‌ଘାଟନୀ ଫଳକ ତାଡ଼ି ନେଉଛନ୍ତି ପ୍ରଶାସନ । ତେବେ ବିଧାୟକ ରମେଶ ଜେନା ସରକାରୀ ଦଳର ନୁହଁନ୍ତି ତେଣୁ ତାଙ୍କୁ ଜାଣିଶୁଣି ଏଭଳି ଅପଦସ୍ତ କରାଯାଉଥିବା ସ୍ଥାନୀୟ ଲୋକ କହିଛନ୍ତି ।

ସୂଚନାଯୋଗ୍ୟ ଉଦ୍‌ଘାଟନ ପୂର୍ବରୁ ଫଳକ ବାହାର କରିଦେଲା ପ୍ରଶାସନ । ଲୋକାର୍ପଣ କରିବାକୁ ଯାଇ ଫେରି ଆସିଲେ ବିଧାୟକ । ଗଂଜାମ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରି ଗାଁରେ ଦେଢ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ଉଦଘାଟନ କରିବାକୁ ଯାଇଥିଲେ । ତେବେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା ବୋଲି କୁହାଯାଉଛି । ହେଲେ ଏନେଇ ବିଧାୟକଙ୍କ ସହ କୌଣସି ଆଲୋଚନା ହୋଇନାହିଁ । ତେବେ ବିଧାୟକ ନିଜେ ଫଳକ ସ୍ଥାପନ କରିି ଲୋକାର୍ପଣ କରିବାକୁ ଯାଉଥିଲେ । କିନ୍ତୁ ବିଧାୟକ ଉଦଘାଟନ କରିବା ପୂର୍ବରୁ ଏହି ଫଳକକୁ ତାଡ଼ି ନେଲା ପ୍ରଶାସନ । ଏଥିରେ ସାନଖେମୁଣ୍ଡି ବିଡିଓ, ସ୍ଥାନୀୟ ତହସିଲଦାର, ଦିଗପହଣ୍ଡି ଆଇଆଇସିଙ୍କ ସହ ପୋଲିସ ଫୋର୍ସ ସାମିଲ ଥିଲେ । ସମସ୍ତେ ଏକାଠି ଆଶି ଫଳକକୁ ତାଡ଼ି ନେଇଛନ୍ତି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନର ଏଭଳି ପଦକ୍ଷେପକୁ ବିଧାୟକଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ତଥା ରାଜନୀତି ବିଶେଷଜ୍ଞ ତୀବ୍ର ନିନ୍ଦା । 

ପୂରା ଘଟଣାଟି ଏମିତି ଥିଲା । ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତରେ ‘ବସୁଧା’ ଯୋଜନାରେ ଦେଢ଼ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଛି । ଦୁଇ କୋଟି ୬୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପାଣି ଟାଙ୍କିକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବାର ଥିଲା । ହେଲେ ଏନେଇ ବିଧାୟକଙ୍କୁ ଜଣାଇ ନଥିଲା ଜିଲ୍ଲା ପ୍ରଶାସନ । ତେଣୁ ବିଧାୟକ ରମେଶ ଜେନା ପ୍ରକଳ୍ପ ଉଦ୍‌ଘାଟନ କରିବାର ଥିଲା । ସେଥିପାଇଁ ପ୍ରକଳ୍ପ ପାଖରେ ଫଳକ ଲଗାଇଥିଲେ । 

ବ୍ଲକ ପ୍ରଶାସନ ଏ ସମ୍ପର୍କରେ ଜାଣିବାକୁ ପାଇ କାର୍ଯ୍ୟକ୍ରମ ବାତିଲ କରିବାକୁ ବିଧାୟକଙ୍କୁ ଜଣାଇଥିଲେ। ବିଧାୟକ କିନ୍ତୁ ରାଜି ହୋଇନଥିଲେ। ବିଧାୟକଙ୍କଠାରୁ ନାସ୍ତିବାଣୀ ଶୁଣିବା ପରେ ବ୍ଲକ ପ୍ରଶାସନ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଏଥିସହ ସାନଖେମୁଣ୍ଡି ବିଡିଓ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଡ. ଶ୍ରୀନିବାସ ବେହେରା, ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ ସେଠୀ ସଦଳବଳେ ଛଣମେରି ଗାଁରେ ପହଞ୍ଚିଥିଲେ। ଆଉ ପ୍ରକଳ୍ପ ସ୍ଥଳରେ ଲାଗିଥିବା ବିଧାୟକଙ୍କ ଫଳକକୁ ଓପାଡ଼ି ଆଣିଥିଲେ ।

ତେବେ ବିଧାୟକ ରମେଶ ଜେନା କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଆରୋପକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ପ୍ରକଳ୍ପ ଲୋକାର୍ପଣ ନେଇ କୌଣସି ଅଧିକାରୀ ମୋ ସହିତ ଆଲୋଚନା କରିନାହାନ୍ତି । ଏପରିକି ମୋ ସହିତ ଯୋଗାଯୋଗ କରିନାହାନ୍ତି । ଆଜି ପ୍ରକଳ୍ପ ଲୋକାର୍ପଣ କରିବାକୁ ଗଲାବେଳେ ଫଳକ ନଥିବା ଦେଖିବାକୁ ପାଇଲି । ପ୍ରଶାସନର ଏପରି ନିଷ୍ପତ୍ତିକୁ ମୁଁ ନିନ୍ଦା କରୁଛି ବୋଲି ବିଧାୟକ କହିଛନ୍ତି ।