/odishatv-khabar/media/post_attachments/uploadimage/library/16_9/16_9_0/Fire_1741065830.jpg)
Fire
ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳୁଛି RMC ମାର୍କେଟ୍। ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ବାଇପାସ୍ ସ୍ଥିତ RMC ମାକେର୍ଟରେ ଥିବା ଗୋଦାମରେ ନିଆଁ ଲାଗିଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ନିଆଁ ଲିଭାଇବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି। ତାଙ୍କ ନାଁ ରଶ୍ମି ରଞ୍ଜନ ସ୍ବାଇଁ। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ଆଜି ସକାଳ ପ୍ରାୟ ୮ଟା ସମୟରେ RMC ମାର୍କେଟ୍ରେ ଥିବା ବିସ୍କୁଟ ଗୋଦାମରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ପ୍ଲାଷ୍ଟିକ ଗୋଦାମକୁ ବ୍ୟାପି ଯାଇଥିଲା। ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ହେଲେ ପ୍ରବଳ ଧୁଆଁ ହେଉଥିବାରୁ ନିଆଁ ଲିଭାଇବା ପାଇଁ କଷ୍ଟକର ହୋଇପଡ଼ିଛି।
ନିଆଁ ଅଧିକ ଦୋକାନକୁ ବ୍ୟାପି ଯାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଗୋଦାମରେ ନିଆଁ କିପରି ଲାଗିଲା ତାର କାରଣ ଜଣା ପଡ଼ିନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଛି ନା ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)