ରାଜଧାନୀରେ ହାଇଡ୍ରାମା । ନବୀନ ନିବାସଠୁ ମାତ୍ର ୫ ଶହ ମିଟର ଦୂର ଶିଶୁଭବନ ଛକରେ ବିଚଳିତ କଲାଭଳି ଦୃଶ୍ୟ । ସୁଉଚ୍ଚ ହୋର୍ଡିଂ ଉପରେ ଚଢ଼ି, ଜାତୀୟ ପତାକାକୁ ପାଖରେ ବାନ୍ଧି ଜଣେ ଯୁବକଙ୍କ ଚରମ ପ୍ରତିବାଦ । ପୁଣି ହାତରେ ଲାଇଟର, ପେଟ୍ରୋଲ ଭର୍ତ୍ତି ବୋତଲ । ହଁ ଇଏ ସେଇ ପ୍ରତିବାଦକାରୀ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ । ଯିଏ ରାଉରକେଲାରୁ, ମୁଖ୍ୟମନ୍ତ୍ରୀ ଦେଇଥିବା ୯ ବର୍ଷ ତଳର ପ୍ରତିଶ୍ରୁତିକୁ ମଡେଲ୍ର ଭାର ବନେଇ ୫ ଶହରୁ ଊର୍ଦ୍ଧ୍ୱ କିଲୋମିଟର ବାଟ ପାଦରେ ଚାଲିଚାଲି ନବୀନ ନିବାସ ଯାଏଁ ଆସିଥିଲେ ।
ସାମୂହିକ ଦାବିକୁ ନେଇ ନବୀନ ନିବାସ ପାଖରେ ହାଇଡ୍ରାମା ।
ହୋର୍ଡିଂ ଉପରକୁ ଚଢିଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ । ଶିଶୁ ଭବନ ଛକରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କରୁଥିଲେ ।
ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଅଭିନବ ପ୍ରତିବାଦ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ରାଉରକେଲାରୁ ପାଦରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ।
ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟକ୍ଷମ ଦାବି କରି ଖବରର ଶିରୋନାମାରେ ରହିଥିଲେ ମୁକ୍ତିକାନ୍ତ ।
କାନ୍ଧରେ ବ୍ୟାଗ୍, ଆଉ ବ୍ୟାଗରେ ଲାଗିଛି ତ୍ରିରଙ୍ଗା । ପଦଯାତ୍ରା କରି ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଭାଷା ବିଭେଦ ଦୂର କରିବାକୁ ଓଡ଼ିଆ ଯୁବକ ନିଆରା ଉଦ୍ୟମ କରିଛନ୍ତି ।