• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : କଥା ହେବାର ୨୪ ଘଣ୍ଟା ମଧ୍ୟରେ ରଙ୍ଗ ବଦଳାଇଲେ ପ୍ରଦୀପ ମାଝୀ । ଓଡ଼ିଶାରେ କଂଗ୍ରେସ ବ୍ୟାପାର ନେଇ ପ୍ରଭାରୀ ଚେଲା କୁମାର ପ୍ରତିକ୍ରିୟା ରଖିଛନ୍ତି । ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ନୁହେଁ, ମନ ପରିବର୍ତ୍ତନ କରିବା ଦରକାର । ବିଜେଡି ସରକାର ଥିବା ପର୍ଯ୍ୟନ୍ତ ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ ପ୍ରଦୀପ ।

ମମିତା ମେହେର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଭର୍ସନା କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ପାଇଁ ଓଡ଼ିଶା ବନ୍ଦ ଘୋଷଣା କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ଗୋଟିଏ ଦିନ ଭିତରେ ଏପରି କ’ଣ ହୋଇଗଲା, ଆଉ ରାତାରାତି ସେ କିପରି ରଙ୍ଗ ବଦଳାଇଲେ ବୁଝାପଡ଼ୁ ନାହିଁ ବୋଲି କହିଛନ୍ତି ଚେଲା କୁମାର ।

ସେପଟେ ୨୮ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଚେଲା କୁମାର । ପିସିସି ସଭାପତିଙ୍କ ସହ ଯାଇ ମମିତା ମେହେରଙ୍କ ପରିବାରକୁ ଭେଟିବେ । ଚେଲା କୁମାରଙ୍କ ସହ ସାଧାରଣ ସମ୍ପାଦକ ରଣଦୀପ ସୁରଯେୱାଲା ମଧ୍ୟ ଓଡ଼ିଶା ଗସ୍ତ କରିବେ । ଏହାସହ ଉଭୟଙ୍କର ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କଟକ ଗସ୍ତ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଅକ୍ଟୋବର ୨୨ରେ ବରିଷ୍ଠ ନେତା ତଥା ଓଡ଼ିଶାର ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ନେଇ ପ୍ରଦୀପ ମାଝୀ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇଥିଲେ । ଅନ୍ୟପକ୍ଷରେ ଖୁବଶୀଘ୍ର ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ଏକଥା ସେ ନିଜେ ସ୍ପଷ୍ଟ କରିଛନ୍ତି ।

ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଭଳି  ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କଂଗ୍ରେସର ସଂଗଠନ ଭଲ ଥିଲା । ପ୍ରଦୀପ ଥିଲେ କଂଗ୍ରେସର ଜଣେ ଆଗଧାଡିର ନେତା । ହେଲେ ପ୍ରଦୀପ ଦଳ ଛାଡ଼ିବା ପରେ କଂଗ୍ରେସର ଏ ତିନି ଜିଲ୍ଲାରେ ଦଳର ସଂଗଠନ ଦୁର୍ବଳ ହୋଇପାରେ । ସେ ବିଜେଡିରେ ଯୋଗଦେବା ପରେ, ଆସନ୍ତା ପଞ୍ଚାୟତ ନିର୍ବାଚନରେ ଶାସକ ଦଳକୁ ଏହାର ଫାଇଦା ହେବ ବୋଲି ଚର୍ଚ୍ଚା ହେଉଛି ।