/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635305203.jpg)
Kidney Ailments
ଆନନ୍ଦପୁର(ଲୋକନାଥ ସିଂ) : ଗରିବ ପରିବାର ଉପରେ ଦୁଃଖର ପାହାଡ଼ । ରୋଗ ଦୁଃଖରେ ଘାଣ୍ଟି ହେଉଛନ୍ତି ଗାଁ ଲୋକେ । କିଡନୀ ରୋଗୀଙ୍କ ଗାଁ ବିଲାବନ୍ଧ କହିଲେ ଅତ୍ୟୁକ୍ତି ହେବ ନାହିଁ । କିଡନୀ ରୋଗରେ ପଡି କିଏ ଆରପାରିକି ଚାଲି ଯାଇଥିବା ବେଳେ କିଏ ଖଟିଆରେ ପଡି ଜୀବନ ସହ କରୁଛି ସଂଘର୍ଷ।
କିଡନୀ ରୋଗରେ ପୀଡ଼ିତ ହରିହର ଦଳେଇ । ବୟସ ଅଧିକ ହୋଇନି। ଅଧା ବୟସରେ କିଡନୀ ରୋଗରେ ହେଉଛନ୍ତି ଛଟପଟ ହେଉଛନ୍ତି । କାମଧନ୍ଦା ଛାଡି ଏବେ ଘରେ ପଡି ରହିଛନ୍ତି। କେବଳ ହରିହର ନୁହଁନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବିଲାବନ୍ଧ ଗାଁର ଅଧାରୁ ଅଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ କରୁଛନ୍ତି ସଂଘର୍ଷ ।
କିଡନୀ ରୋଗର ସଠିକ କାରଣ ଜଣା ପଡୁନଥିଲେ ମଧ୍ୟ ପାଣି ପାଇଁ ଏସବୁ ହେଉଛି ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି । ଗତ ଦୁଇ ତିନି ବର୍ଷ ଭିତରେ କିଡନୀ ରୋଗରେ ଗଲାଣି ଅନେକ ଜୀବନ । ଏବେ ବି ଅନେକ ସଂକ୍ରମିତ ହୋଇ ଔଷଧ ଖାଇ ଜିଇଁଛନ୍ତି । କିଡନୀ ରୋଗୀଙ୍କ ଗାଁ ବିଲାବନ୍ଧର ଅଧିକାଂଶ ଲୋକ ଚାଷ ସହ ମଜୁରି ଲାଗି ପରିବାର ଚଳାନ୍ତି । ଅଭାବ ଅନାଟନ ଭିତରେ ଆବଶ୍ୟକୀୟ ଡାକ୍ତରୀ ଚିକିତ୍ସାରୁ ବଞ୍ଚିତ ଗାଁର ଅନେକ ଲୋକ ଏବେ ଔଷଧ ଖାଇବାକୁ ପଇସା ନ ପାଇ ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି ।
Also Read
ଧିରେ ଧିରେ ପୂରା ଗାଁକୁ କିଡନୀ ରୋଗ କବଳିତ କରିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟାକୁ ନେଇ ଗାଁରେ ଭୟର ବାତା ବରଣ ଲାଗି ରହିଛି । ସଂକ୍ରମଣର କାରଣ ଖୋଜି ବାହାର କରିବାକୁ ଦାବି ହେଉଛି। ଏବେ ବିଲାବନ୍ଧ ଗ୍ରାମକୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ପାଣିର ମାନ ଯାଞ୍ଚ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଗଲେ ଅନେକ ଜୀବନ ମୃତ୍ୟୁ ମୁଖରୁ ରକ୍ଷା ପାଇ ପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)