• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 01 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 01 November 2021
ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ
ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ୍‌ରେ ହାରିଲା ଭାରତ

ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି। 

Missing daughter and mother
ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଗଲେ ମା'-ଝିଅ

ସ୍ତ୍ରୀଙ୍କୁ ଖୋଜାଖୋଜି କରି ନପାଇବା ପରେ ମଳୟ ଭୁବନେଶ୍ୱର ଜିଆରପିରେ ଅଭିଯୋଗ କରିଥିଲେ ମଧ୍ୟ ଜିଆରପିରେ ଏତଲା ନ ରଖିବାରୁ ମହିଳାଙ୍କ ବାପଘର ଲୋକେ ସମ୍ବଲପୁର ଜିଆର୍‌ପିରେ ଅଭିଯୋଗ କରିଛନ୍ତି।

man carry his mother by trolley
ରୋଗୀଣା ମାଆକୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କଲା ପୁଅ

ସମସ୍ୟା ଜଣାଇବାକୁ ଦୀର୍ଘ ୧୫ କମି ମାଆଙ୍କୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଥିଲେ ଦୀପକ। ରୋଗୀଣା ମାଆକୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କଲା ପୁଅ। 

Covid guidelines
ଆସିଲା କରୋନାର ନଭେମ୍ବର ଗାଇଡଲାଇନ୍: ଝୁଲିଲା ବାଣ ନିଷ୍ପତ୍ତି

ବାଣ ଫୁଟାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ଜାରି ହୋଇନଥିଲେ ବି ଖୁବ୍‌ ଶୀଘ୍ର ପୃଥକ ପୃଥକ ଗାଇଡ୍‌ଲାଇନ ଜାରି କରାଯିବ।ଦୀପାବଳିରେ ବାଣ ଫୁଟିବ ନା ନାହିଁ? କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ।

Mamita Murder Case
ମମିତାଙ୍କ ପାଇଁ ଦିଲ୍ଲୀରେ ଗର୍ଜିଲା ବିଜେପି, କଂଗ୍ରେସ ବି ଦିଲ୍ଲୀରେ ଉଠାଇବ ସ୍ୱର

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବିରେ ବିଜେପି ଆନ୍ଦୋଳନ ଜାରି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଦିଲ୍ଲୀରେ ବି ମମିତାଙ୍କ ପାଇଁ ନ୍ୟାୟ ଦାବି ଉଠିଛି। ଆଜି ଦିଲ୍ଲୀରେ ବିଜେପି ନେତା ଶୋଭଯାତ୍ରା କରିଛନ୍ତି। 

Olive Ridley turtles
ଅଚଳ ହୋଇ ପଡ଼ିଛି ବନ ବିଭାଗର ୨ଟି ହାଇସ୍ପିଡ ବୋଟ : କେମିତି ହେବ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ?

ପାଟ୍ରୋଲିଂ ପାଇଁ ନାହିଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହୀରମଥା ସହ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ୧୬୦କିମି ପର୍ଯ୍ୟନ୍ତ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ ନଭେମ୍ବର ୧ ରୁମେ ୩୧ ଯାଏ କଟକଣା ଜାରି କରିବ ରାଜନଗର ବନବିଭାଗ ।

tree man
ଗଛ ପାଇଁ ସମର୍ପିତ ମଣିଷ : କେମିତି ବଞ୍ଚିବ, କେମିତି ବଢ଼ିବ . . ସକାଳଠୁ ସଞ୍ଜ ଯାଏଁ ଚିନ୍ତା କରନ୍ତି ବିଜୟ

ଗଛ ତାଙ୍କ ପାଇଁ ଜୀବନ । କେମିତି ବଂଚିବ ଗଛ, କେମିତି ବଢିବ ଗଛ। ସକାଳଠୁ ସଂଜ ଯାଏଁ ଏମିତି ଚିନ୍ତା କରନ୍ତି ବାଲେଶ୍ୱର ଜିଲ୍ଲା ଗଡ଼ପୋଖରୀ ଗାଁର ବିଜୟ କୁମାର ଜେନା ।

mamita murder case
ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି

ରାଜ୍ୟରେ ଝିଅଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ନାହିଁ । ପ୍ରତିମାସରେ କେଉଁଠ ନା କେଉଁଠି ଝିଅମାନଙ୍କୁ ମାରି ଦିଆଯାଉଛି । ପୂର୍ବରୁ ପରୀ, ପିହୁ ପରି ଝିଅଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ମମିତା ମେହରଙ୍କୁ ହତ୍ୟା କରାଯାଇଛି । ଏଥିପାଇଁ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଝିଅଙ୍କ ସୁରକ୍ଷା ପାଇଁ ଦାବି କରିବାକୁ ସେ ଅପିଲ କରିଛନ୍ତି ।

100% Exemption On Taxes For Electric Vehicles
ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଛାଡ୍‌ କଲେ ଓଡ଼ିଶା ସରକାର

ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଓ ପଞ୍ଜୀକରଣ ଫି’ ଛାଡ୍‌ କରିଛନ୍ତି ରାଜ୍ୟ ସରକାର।  ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। 

BJD
ବଢୁଛି ତୈଳ ଦର: ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ପ୍ରତିବାଦ କଲେ ବିଜେଡ଼ି ନେତା

ଦରବୃଦ୍ଧି ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି। ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ପ୍ରତିବାଦ ଜଣାଇଛନ୍ତି ବିଜେଡି ନେତା ଓ ବିଧାୟକ। ବିକ୍ଷୋଭ ଶୋଭାଯାତ୍ରା କରିବା ସହ ରାଜଭବନ ନିକଟରେ ଆନ୍ଦୋଳନ କରିଛନ୍ତି

Poonam Gupta Mishra
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ହେଲେ ଓଡ଼ିଆ ବୋହୂ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା ହେଲେ ପୁନମ ଗୁପ୍ତା ମିଶ୍ର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବା ଇକୋନୋମିକ୍ ଆଡଭାଇଜରି କାଉନସିଲ୍‌ର ସଦସ୍ୟ ଭାବେ ପୁନମ ଗୁପ୍ତା ମିଶ୍ର ମନୋନୀତ ହୋଇଛନ୍ତି।

Sambalpuri Dipa
ପାଖେଇ ଆସୁଛି ଦୀପାବଳି, ଗ୍ରାହକଙ୍କ ମନ ମୋହୁଛି ସମ୍ବଲପୁରୀ ଦୀପ

ଆଲୋକର ପର୍ବ ଦୀପାବଳିକୁ ହାତ ଗଣତି ଆଉ କିଛି ଦିନ ବାକି ରହିଛି। ଗ୍ରାହକଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ଲାଗିପଡିଛନ୍ତି ଦୀପାବଳି ପ୍ରସ୍ତୁତିରେ। ହେଲେ ଚଳିତ ବର୍ଷ ଦେଖିବାକୁ ମିଳୁଛି ସମ୍ବଲପୁରୀ ଦୀପ। ଆଉ ଯାହା କି ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି।

Primary School Students
ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ସମ୍ଭାବନା : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଦୀପାବଳି ପରେ ହୋଇପାରେ ନିଷ୍ପତ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କରୋନା ତୃତୀୟ ଲହର ଆସିବା ସମ୍ଭାବନା କମ ରହିଥିବାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇପାରେ

Banana Tress
ଅଦରକାରୀ କଦଳୀ ଗଛରୁ ତିଆରି ହେଉଛି ଘରକରଣା ସାମଗ୍ରୀ ଓ ବଡି ପାମ୍ପଡ

ବେକାରୀ ସମସ୍ୟା ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଳାଗିଛି । ଯାହା ଏବେ ଚିନ୍ତାର କାରଣ ହୋଇଛି । ଏଥିପାଇଁ ବିଭିନ୍ନ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଯୋର ଧରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ସେଥିପାଇଁ ନୂତନ ଯୋଜନା ମାନ କରାଯାଉଥିବା ଲକ୍ଷକରାଯାଉଛି । ଯାହାଦ୍ୱାରା ବେକାରୀ ସମସ୍ୟା ହଟିବ ବୋଲି ଆଶା କରାଯାଉଛି ।

Chandrakanti Pitha
ଦୀପାବଳୀରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଚନ୍ଦ୍ରକାନ୍ତି ପିଠା’

ପର୍ବପର୍ବାଣୀ ଆସିଲେ ଘରେ ପ୍ରସ୍ତୁତ ହୁଏ ଭଳି କି ଭଳି ପିଠା । ଆଜି ଆମେ ଆମ ଓଡ଼ିଆ ଘରର ଏକ ପାରମ୍ପରିକ ପିଠାର ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚନ୍ଦ୍ରକାନ୍ତି ପିଠା’ । ଏହି ଦୀପାବଳୀରେ ଘରେ ସହଜ ଓ ସରଳ ଉପାୟରେ ବନାନ୍ତୁ ଚିନ୍ଦ୍ରକାନ୍ତି ପିଠା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Birds
ନିଆରା ସଇଁତଳାର କୁଆଁର ଗାଁ, ଏଠି ପକ୍ଷୀଙ୍କ ସହ ବନ୍ଧୁ ବାନ୍ଧିଛନ୍ତି ଗ୍ରାମବାସୀ

ଟିଟିଲାଗଡ଼ର ସଇଁତଳାର କୁଆଁର ଗାଁ। ଏହି ଗାଁକୁ ଛୁଟି ଆସନ୍ତି ଶହଶହ ପକ୍ଷୀ। ପକ୍ଷୀ ମାନେ ଠିକ ବର୍ଷା ଋତୁ ଆସିବା ସମୟରେ ଗାଁ ରେ ଥିବା ଗଛ ଗୁଡିକୁ ବସା ବାନ୍ଧି ରହିଥାନ୍ତି ଓ ଏହି ସ୍ଥାନରେ ଅଣ୍ଡା ବି ଦିଅନ୍ତି। ଆଉ ଶାବକ ଜନ୍ମ ହେବା ପରେ ପୁଣି ନିଜ ସ୍ଥାନକୁ ଫେରି ଯାଇଥାନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପକ୍ଷୀମାନଙ୍କୁ ନିଜସ୍ୱ ଉଦ୍ୟମ କରି ସୁରକ୍ଷା ଯୋଗାଇ ଥାଆନ୍ତି ଗାଁ ଲୋକେ।

Minister Pratap Jena
ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡ଼ିଛନ୍ତି। ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ ପ୍ରତାପ ଜେନା କଷ୍ଟ ଅନୁଭବ କରୁଥିବା ସୂଚନା ମିଳିଛି। ଫୁଲବାଣୀ ସର୍କିଟ ହାଉସ୍‌ରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।

Youth killed by miscreants
ପ୍ରଥମେ ଫାୟାରିଂ, ତା’ପରେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ

ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାରର ଅଭିଯୋଗ କରିଛନ୍ତି।

Congress Workers Hurl Eggs At Union Minister’s Vehicle
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ଅଣ୍ଡା ଓ କାଳିମାଡ଼ ସହ କଳା ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ବିରୋଧ କରିଛି।

Accident
ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ୨ ମହିଳାଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ୨ ମହିଳାଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ଜାତୀୟ ରାଜପଥ କପାସିଆ ଛକରେ ଆଜି ସକାଳୁ ସକାଳୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 31 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 31 October 2021
ବିଜେଡିର ଦରବୃଦ୍ଧି ପ୍ରତିବାଦ
୩ ବର୍ଷ ପରେ ମନେପଡ଼ିଲା ବିଜେଡିର ଦରଦାମ ବୃଦ୍ଧି ପ୍ରସଙ୍ଗ

ବିଜେପି ପ୍ରଶ୍ନ କରିଛି, ହଠାତ୍ ୩ ବର୍ଷ ପରେ ବିଜେଡିର ଦରଦାମ ବୃଦ୍ଧି ପ୍ରସଙ୍ଗ ମନେ ପଡ଼ିବା ପଛର ପ୍ରକୃତ କାରଣ କଣ ? ନିଜ ଅପରାଧୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଏ ନାଟକ ରଚିନି ତ ବିଜେଡି ?

BJP Pressmeet
ଜିଲ୍ଲାପାଳ, ଏସ୍‌ପିଙ୍କୁ ଧରି ବୁଲୁଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର: ଲେଖାଶ୍ରୀ

ମମିତା ହତ୍ୟାକାଣ୍ଡ ପରଠୁ ଗଣମାଧ୍ୟମ ଆଗରେ ଦେଖାଦର୍ଶନ ମିଳୁନଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଜିଳ୍ଲାପାଳ ଏବଂ ଏସ୍‌ପିଙ୍କୁ ଧରି ବୁଲିବା ଚକିତ କରିଛି ବୋଲି ଅଭିଯୋଗ କରିଛି ବିଜେପି। ଯାହାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ସେଭଳି ବ୍ୟକ୍ତିଙ୍କୁ ଧରି ଏସପି, ଜିଲ୍ଲାପାଳ ବୁଲୁଛନ୍ତି। 

Minor Girl Falls Into 15 Feet Deep Wal
ଦୁଇ କାନ୍ଥ ସନ୍ଧିରେ ଗଳି ପଡ଼ିଲା ଅଢ଼େଇ ବର୍ଷର ଶିଶୁ କନ୍ୟା : ଘଣ୍ଟାଏ କସରତ ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକ

ରଖେ ହରି ତ ମାରେ କିଏ । ଏ ଉକ୍ତିର ସତ୍ୟତା ପୁଣି ପ୍ରମାଣିତ ହୋଇଛି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ । ଏକ ଦୁର୍ଘଟଣା ପରେ ବି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛି ଏକ ଅଢେଇ ବର୍ଷର ଶିଶୁକନ୍ୟା ।