/odishatv-khabar/media/post_attachments/uploadimage/library/16_9/16_9_0/Murder_1741060047.jpg)
Murder
ପୁଅ ପାଲଟିଲା ସଇତାନ। ବାପାକୁ ହତ୍ୟା କରି ମୁଣ୍ଡ ନେଇ ଥାନାରେ ପହଞ୍ଚିଲା। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ। ମୃତ ବୃଦ୍ଧ ଜଣଙ୍କ ହେଲେ ବାଇଧର ସିଂ। ପୁଲିସ ଅଭିଯୁକ୍ତ ସମ୍ବୁନାଥ ସିଂକୁ ଗିରଫ କରିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବ ରାତିରେ ସାନ ପୁଅ ସମ୍ବୁନାଥ ଧାରୁଆ ଅସ୍ତ୍ରରେ ବାଇଧରଙ୍କ ଉପରେ ଆକ୍ରମଣ କରିଥିଲା। ବାପାକୁ ହାଣି ଦିଗଡ କରିଥିଲା। ବାପାକୁ ହାଣୁଥିବା ଦେଖି ମା’ ଦୌଡ଼ି ଆସିଥିଲା। ପୁଅ କବଳରୁ ନିଜ ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା।
ଅଧିକ ପଢ଼ନ୍ତୁ: ବୀଭତ୍ସ ହତ୍ୟା ! ବଚସା ପରେ ଭଉଣୀର ମୁଣ୍ଡ କାଟିଦେଲା ଭାଇ, ଥାନାରେ କଟାମୁଣ୍ଡ ଧରି ପହଞ୍ଚିଲା
ରାକ୍ଷସ ପାଲଟିଥିବା ପୁଅ ମଧ୍ୟ ମା’କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା। ମା’ ଜୀବନ ବଞ୍ଚାଇ ସେଠାରୁ ଖସି ଯାଇଥିଲେ। ପରେ ପୁଅ ବାପାର ମୁଣ୍ଡକୁ ନେଇ ଥାନାରେ ପହଞ୍ଚିଥିଲା ଓ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିଲା। ଆଜି ସକାଳେ ବାଇଧରଙ୍କ ମୃତଦେହ ଘର ସମ୍ମୁଖ ପିଣ୍ଡାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଇଧରଙ୍କ ଗଣ୍ଡି ପଡ଼ିଥିବା ବେଳେ ମୁଣ୍ଡ ନଥିଲା। ଗ୍ରାମବାସୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଅଭିଯୁକ୍ତ ଗୁଣିଗାରେଡି ଶିଖୁଥିଲା। ଏଥିପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ମୃତ ବାଇଧରଙ୍କର ୩ ପୁଅ । ସମସ୍ତେ ମିଶିକରି ରହୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)