/odishatv-khabar/media/post_attachments/uploadimage/library/16_9/16_9_0/students_1635321668.jpg)
students
ଭୁବନେଶ୍ୱର: ନଭେମ୍ବର ୧ରୁ ପ୍ରଥମ ବର୍ଷ UG କ୍ଲାସ୍ ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୫ରୁ ପ୍ରଥମ ବର୍ଷ PG କ୍ଲାସ୍ ଆରମ୍ଭ ହେବ। ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପଢ଼ିବେ।
କୋଭିଡ୍ କଟକଣା ମଧ୍ୟରେ ଶ୍ରେଣୀଗୃହରେ ପାଠପଢ଼ା ଲାଗି ନିଷ୍ପତ୍ତି ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖିଛନ୍ତି। ପାଠପଢା ଆରମ୍ଭ ହେବା ପରେ ହଷ୍ଟେଲ୍ ଖୋଲିବା ପାଇଁ ମଧ୍ୟ ଉଚ୍ଚ ଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷେ, କୋଭିଡ୍ ସଂକ୍ରମଣ ଯୋଗୁ ପ୍ରାୟ ୧୮ ମାସ ବନ୍ଦ ରହିବା ପରେ ଅକ୍ଟୋବର ୨୫ରୁ ଅଫଲାଇନ୍ରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଥିଲା।
ଅଫଲାଇନ୍ ପାଠପଢ଼ା ପାଇଁ ସ୍କୁଲ ଗୁଡ଼ିକରେ କଡ଼ା କୋଭିଡ୍ କଟକଣା ପାଳନ କରାଯାଉଛି। ଯେହେତୁ ପିଲାମାନେ ଟିକା ନେଇ ନାହାନ୍ତି ତେଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ସେ ଦୃଷ୍ଟିକୋଣରୁ ସାନିଟାଇଜର ଓ ମାସ୍କକୁ କଡ଼ାକଡ଼ି ପାଳନ କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)