Advertisment

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହାତରେ ରହିଛି କଟା ଦାଗ

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଛାତ୍ରୀଙ୍କ ହାତରେ କଟା ଦାଗ ଥିବାବେଳେ, ବ୍ୟାଣ୍ଡେଜ୍‌ ଲଗା ଯାଇଥିବା ଦେଖିବାକୁ ମିଳିଛି। ଶବ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Girl Found Hanging In Her Hostel Room

Girl Found Hanging In Her Hostel Room

ବଲାଙ୍ଗିର: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକ୍‌ମା ସ୍ଥିତ ୟୁବୋଦୟ କଲେଜ୍ ଅଫ୍‌ ଆଡଭାନ୍ସଡ୍‌ ଟେକ୍ନୋଲଜି କଲେଜର ଲେଡିଜ୍‌ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।  

Advertisment

ମୃତ ଛାତ୍ରୀ ଜଣଙ୍କ ହେଲେ ବରଗଡ ଜିଲ୍ଲା ଦହେତା ଗାଁର ମହିରାମ ମେହେରଙ୍କ ଝିଅ ଆଶା ମେହେର। ମଙ୍ଗଳବାର ସନ୍ଧ୍ୟାରେ ଆଶାଙ୍କ ମୃତଦେହ ହଷ୍ଟେଲ୍‌ ରୁମ୍‌ରୁ ଉଦ୍ଧାର ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। 

ଗତକାଲି ଝିଅର ଗୁରୁତର ଅସୁସ୍ଥ ଖବର ପାଇ ଆଶାଙ୍କ ପରିବାର ଲୋକ ହଷ୍ଟେଲ ଆସିଥିଲେ। ହେଲେ ଝିଅକୁ ଝୁଲନ୍ତା ଅବସ୍ଥାରେ ବାପାମା’ ଦେଖିଥିଲେ। ୟୁବୋଦୟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ଆଶାଙ୍କ ହାତରେ କଟା ଦାଗ ଥିବାବେଳେ, ବ୍ୟାଣ୍ଡେଜ୍‌ ଲଗା ଯାଇଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା, ଆଶା ଝୁଲି ପଡ଼ିଥିବା ସିଲିଂ ଫ୍ୟାନ୍‌ର ପତି ମଧ୍ୟ ବଙ୍କା ହୋଇନଥିଲା। ଏସବୁକୁ ଦେଖି ଆଶାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ଅନ୍ୟପକ୍ଷରେ, କଲେଜ କର୍ତ୍ତୃପକ୍ଷ ପୋଲିସକୁ ଏ ସମ୍ପର୍କରେ ଖବର ଦେବା ପରେ ବଲାଙ୍ଗିର SDPO, ଲୋଇସିଂହା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ମୃତ ଆଶାଙ୍କ ଶବ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିବା ଜଣାପଡ଼ିଛି। ତେବେ ଏହା ଆଶାଙ୍କର କି ନୁହେଁ ତାହା ଫୋରନେସିକ ଯାଞ୍ଚ ପରେ ଜଣାପଡିବ ବୋଲି ପୋଲିସ କହିଛି। 

Body Found Hanging Girl Found Hanging Girl Student Found Hanging
Advertisment
Advertisment