• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ) : କାନ୍ଧରେ ବ୍ୟାଗ୍, ଆଉ ବ୍ୟାଗରେ ଲାଗିଛି ତ୍ରିରଙ୍ଗା । ପଦଯାତ୍ରା କରି ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଭାଷା ବିଭେଦ ଦୂର କରିବାକୁ ଓଡ଼ିଆ ଯୁବକ ନିଆରା ଉଦ୍ୟମ କରିଛନ୍ତି । ଦିନକୁ ଦିନ ବିବାଦ ଉଗ୍ରରୂପ ନେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ରାଜଧାନୀ ଭୁବନେଶ୍ୱରରୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଭୁବେନଶ୍ୱରରୁ ଅମରାବତୀ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ଆନ୍ଧ୍ର ଓଡିଶା ସୀମାନ୍ତ ଗ୍ରାମପୁଞ୍ଜ କୋଟିଆ, ଗଜପତି, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ଗ୍ରାମକୁ ନେଇ ସୀମା ବିବାଦ ବର୍ତ୍ତମାନ ତେଜିବାରେ ଲାଗିଛି । ଆଉ ଏହି ସୀମା ବିବାଦ ଯୋଗୁଁ ସ୍ଥାୟୀ ବାସିନ୍ଧାଙ୍କ ଦୈନିକ କାର୍ଯ୍ୟଶୈଳୀକୁ ପ୍ରଭାବିତ କରିବା ସହ ଏହା ଉଭୟ ରାଜ୍ୟ ବାସୀଙ୍କ ମଧ୍ୟରେ ତିକ୍ତ ମନୋଭାବ ସୃଷ୍ଟି ହେଉଛି ।

ରାଉରକେଲା ସହର ବାସିନ୍ଧା ମୁକ୍ତିକାନ୍ତ ବିଶ୍ୱାଳ ଭୁବନେଶ୍ୱରର ନବୀନ ନିକଟରୁ ଅମରାବତୀ ୮୦୦ କିଲୋମିଟର ପଦଯାତ୍ରା ଆରମ୍ଭ କରିଛନ୍ତି । ସେ ଚଳିତ ମାସ ଅକ୍ଟୋବର ମାସ ୨ ତାରିଖ ଅର୍ଥାତ ଗାନ୍ଧୀଜୟନ୍ତୀ ଦିନ ଏହି ଯାତ୍ରା ଆରମ୍ଭ କରିଛନ୍ତି । ସେ ଦିନକୁ ୨୫ ରୁ ୨୮ କିଲୋମିଟର ଯାତ୍ରା କରି ବିଶାଖାପାଟଣାରେ ପହଂଚିଛନ୍ତି । ୧ ଘଣ୍ଟାର ଯାତ୍ରା ପରିବା ପରେ ୩୦ ମିନିଟ ବିଶ୍ରାମ ନେଇ ପୁଣି ଯାତ୍ରା ଆରମ୍ଭ କରୁଛନ୍ତି ମୁକ୍ତିକାନ୍ତ । ସମୟ ପୂର୍ବରୁ ସୀମାର ବିବାଦର ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଉଭୟ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ତିକ୍ତତା ବଢ଼ିବ ଚିନ୍ତା କରି ସେ ଏପରି ପଦକ୍ଷେପ ନେଇଛନ୍ତି ।

ନଭେମ୍ବର ମାସର ୮ ରୁ ୧୦ ତାରିଖ ମଧ୍ୟରେ ସେ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀ ଠାରେ ପହଞ୍ଚି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡିଙ୍କୁ ଭେଟିବେ ବୋଲି କହିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅଧିକାରୀ ମାନେ ଆପୋଷ ବୁଝାବଣା କରି ବିବାଦର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିବେ ଓ ସ୍ମାରକ ପତ୍ର ପ୍ରଦାନ କରିବେ । ତାଙ୍କର ଏହି ପଦଯାତ୍ରା ସୀମା ବିବାଦର ସମାଧାନ ପାଇଁ ନିଶ୍ଚୟ ବାଟ ବାହାର କରିବ ବୋଲି ଆଶା ରଖିଛନ୍ତି । ପଦଯାତ୍ରା କରି ମୁକ୍ତିକାନ୍ତ ବିଶାଖାପାଟଣାରେ ପହଞ୍ଚିବା ପରେ, ସେଠାରେ ବିଶାଖାପାଟଣାର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ତାଙ୍କର ପଦଯାତ୍ରା ସଫଳ ହେବା ସହ ମୁକ୍ତିକାନ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ପୂଜା କରାଯାଇଛି ।