• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Driver Association Protest
ସକାଳୁ ସକାଳୁ ଡ୍ରାଇଭରଙ୍କ ରଣହୁଙ୍କର, ଆନ୍ଦୋଳନକାରୀଙ୍କୁ ଦେଖି ପୋଲିସ ଆକ୍ତାମାକ୍ତା..!

୧୦ ଦଫା ଦାବି ନେଇ ରାଜଧାନୀରେ ରାଜ୍ୟ ଡ୍ରାଇଭର ମହାସଂଘର ରଣହୁଙ୍କାର । ବିିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ଡ୍ରାଇଭର ଆଜି ଶାନ୍ତି ପଦଯାତ୍ରା ସହ ବଡ଼ ଧରଣର ଆନ୍ଦୋଳନ କରି ନିଜ ସମସ୍ୟା ଓ ଦାବି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Mamita Meher Case
ଗୋବିନ୍ଦଙ୍କ ଗୋଲକଧନ୍ଧା ଭିତରେ ମମିତା ହତ୍ୟାର ଗୁମର ଫିଟିବ କେବେ ? ନିଇତି ଆସୁଛି ନୂଆ କାହାଣୀ..

ଗୋବିନ୍ଦଙ୍କ ଗୋଲକଧନ୍ଧା ଭିତରେ ମମିତା ହତ୍ୟାର ଗୁମର ଫିଟିବ କେବେ ? ନିଇତି ନୂଆ କାହାଣୀ ଆସୁଛି ସାମ୍ନାକୁ । ବରିଷ୍ଠ ନେତା ବିଜୟ ମହାପାତ୍ର ଓ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ପରେ ଏବେ ଚର୍ଚ୍ଚାରେ ମନ୍ତ୍ରୀଙ୍କ ରାୟପୁର ଘର ।

BJP
ମନ୍ତ୍ରୀଙ୍କୁ ଗିରଫ ଦାବିରେ ଅଟଳ ବିରୋଧୀ, କାର୍ଯ୍ୟାନୁଷ୍ଠାନ ନହେଲେ ବଢିବ ଆନ୍ଦୋଳନ !

ମମିତା ମେହେର ହତ୍ୟା ମାମଲାରେ ପୋଲିସ କହୁଛି ମନଗଢ଼ା କାହାଣୀ। ପୁରା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ବି ଅତ୍ୟନ୍ତ ସନ୍ଦେହଜନକ। ତେଣୁ ଏ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାରକୁ ଭେଟିଥିବା ବିଜେପି ମହିଳା ମୋର୍ଚ୍ଚା

Lekhashree Samantsinghar
୨୧ ଦିନ ହେବ ଗାତରେ ଲୁଚିଥିଲେ, ଏବେ ବାହାରିଲେ ମନ୍ତ୍ରୀ: ଲେଖାଶ୍ରୀ

ମମିତା ହତ୍ୟା ମାମଲାରେ ପ୍ରେସ୍ ବିବୃତି ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୀବ୍ର ସମାଲୋଚନା କଲା ବିଜେପି ।ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି ମନ୍ତ୍ରୀଙ୍କ ବିବୃତି, ତଦନ୍ତକୁ ବାଟବଣା କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି

Baidhara Ghadei
ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଉଦ୍ଧାର ହେଲେ ଅସୁସ୍ଥ ଓଡିଆ ଯୁବକ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଅସୁସ୍ଥ ଓଡିଆ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଅସୁସ୍ଥ ଯୁବକ ବାଇଧର ଘଡାଇ ଶୁକ୍ରବାର ଓଡିଶାରେ ପହଞ୍ଚିଛନ୍ତି ।

Dibyashankar Mishra
ମମିତା ହତ୍ୟା ମାମଲାର ୨୧ ଦିନ ପରେ ମନ୍ତ୍ରୀଙ୍କ ନିଦ ଭାଙ୍ଗିଲା, କହିଲେ କଲେଜକୁ ଯିବା କିଛି ଭୁଲ ନୁହେଁ

ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ସେ ନିଜର ମତ ରଖିଛନ୍ତି । ପ୍ରଥମେ ତ ସେ ମମିତାଙ୍କ ମୃତ୍ୟୁ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ।

Dibya Shankar Mishra
ଓଟିଭି ନାଁରେ ମାନହାନୀ ମାମଲା ରୁଜୁ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର: କହିଲେ....

ଓଟିଭି ନାଁରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନହାନୀ ମାମଲା ରୁଜୁ କରିଛନ୍ତି। ଓଟିଭି, ଓଡ଼ିଶା ରିପୋର୍ଟର ଏବଂ ଅନ୍ୟ ଏକ ଚ୍ୟାନେଲ ନାଁରେ ମାମଲା ରୁଜୁ ହୋଇଛି। ମିଥ୍ୟା ଖବର ପ୍ରସାରଣ କରି ବଦନାମ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର

Manish Rajgharia
ମୁମ୍ବାଇ ଡ୍ରଗ୍ସ ମାମଲା: ରାଉରକେଲାର ମନୀଷ କହିଲେ ସେଦିନର ପୂରା ଘଟଣା..

ମୁମ୍ବାଇ କ୍ରୁଜ୍‌ ପାର୍ଟିରୁ ଗିରଫ ହୋଇଥିବା ରାଉରକେଲାର ମନୀଷ ରାଜଘରିଆ ଜାମିନ ପାଇବା ପରେ ଓଡ଼ିଶା ଫେରିଛନ୍ତି । ସେ ଓଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ତାଙ୍କୁ ସେଠାରେ ଟ୍ରାପ୍‌ କରାଯାଇଥିଲା, ଜାଣିଶୁଣି ଫସାଯାଇଥିଲା ।

A Girl Kidnapped, Gang-Raped In baliguda, 4 Arrested
ସାଙ୍ଗମାନଙ୍କ ସହ ମିଶି ନାବାଳିକା ପ୍ରମିକାକୁ ଗଣଦୁଷ୍କର୍ମ କଲା ପ୍ରେମିକ

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ । କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଜଣେ ଯୁବକ ଫୁଲବାଣୀ ଅଂଚଳର ଜଣେ ଯୁବତୀଙ୍କୁ ଅପହରଣ କରିବା ପରେ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଛି ।

aparajita-750x430
ମମିତା ମେହେର ହତ୍ୟା ମାମଲା: ମୁହଁ ଖୋଲିଲେ ଅପରାଜିତା, କହିଲେ ଯଦି ଭୁଲ ନାହିଁ ସରକାର ଡରୁଛନ୍ତି କାହିଁକି ?

ମମିତା ହତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ମମିତା ହତ୍ୟାକାଣ୍ଡ ନେଇ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ସେ ପ୍ରଶ୍ନ କଲେ । ମୁଖ୍ୟମନ୍ତ୍ରୀ ଘରୁ ପଦାକୁ ବାହାରନ୍ତୁ, ସିବିଆଇ ତଦନ୍ତ ନେଇ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ଅପରାଜିତା ।

OTV
ମନ୍ତ୍ରୀଙ୍କ ରାୟପୁର ଘରେ ପହଞ୍ଚିଲା ଓଟିଭି ଟିମ୍

ମମିତା ମେହେର ହତ୍ୟାକାଣ୍ଡର ପ୍ରମୁଖ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁରସ୍ଥିତ ଘରେ ପହଞ୍ଚିଥିଲା ଓଟିଭି ଟିମ୍। ରାୟପୁରରେ ଥିବା ଘରେ ହିଁ ଦିବ୍ୟଶଙ୍କର ଗୋବିନ୍ଦ ସାହୁ ଏବଂ ମମିତାଙ୍କ ମଧ୍ୟରେ ବୁଝାମଣା କରାଇବା ଲାଗି ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଥିଲେ ଦୁଇ ବରିଷ୍ଠ ରାଜନେତା

Bhakta Charan Das
ମୌନେ ସମ୍ମତିର ଲକ୍ଷଣ, ନିଜ ଦୋଷକୁ ମାନନ୍ତୁ ମନ୍ତ୍ରୀ: ଭକ୍ତ ଦାସ

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ ନ କଲେ କଳାହାଣ୍ଡିରେ ହେବ ବ୍ୟାପକ ଆନ୍ଦୋଳନ। ଆଜି ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ।

Diwali
ଆସୁଛି ଦୀପାବଳି, ହେଲେ ଦୀପ କାରିଗରଙ୍କ ଘର ଅନ୍ଧାର..

ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଅନ୍ଧକାର ଉପରେ ଆଲୋକର ବିଜୟର ଏହି ପର୍ବରେ ସବୁଠି ଖୋଜା ପଡ଼େ ଦୀପ । ହେଲେ ସାରା ଦୁନିଆକୁ ଆଲୋକିତ କରିବା ପାଇଁ ଦୀପ ଯୋଗାଉଥିବା କୁମ୍ଭକାରର କୂଳ ବେଉସା ଏବେ ଅନ୍ଧାରରେ ।

  • Friday, 29 October 2021
Rajendra is begging for life
ଜୀବନ ପାଇଁ ଗୁହାରି କଲେ ରାଜେନ୍ଦ୍ର

କେଉଁଠି ସରକାରଙ୍କ ଯୋଜନା ପାଖରେ ସାଧାରଣ ଲୋକଟିଏ ପହଁଚି ପାରୁନି ତ କେଉଁଠି ସରକାରଙ୍କ ଯୋଜନା ଗରିବ ଅସହାୟଙ୍କ ପାଇଁ ବାଟ ଭୁଲି ଯାଇଛି। ଏହାର ଅବିକଳ ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଓରାଓରୀ ଗ୍ରାମର ରାଜେନ୍ଦ୍ର ସିଂ ଙ୍କ କ୍ଷେତ୍ରରେ । ଦୁଇ ବର୍ଷ ପୂର୍ବେ ଦୁର୍ଘଟଣାରେ ଶିକାର ହେଇ ଏବେବି ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ରାଜେନ୍ଦ୍ର ବଞ୍ଚିବା ପାଇଁ ଶେଷରେ ସରକାରଙ୍କ ପାଖରେ ମାଗିଛି ଜୀବନ ଭିକ୍ଷା ।

Rayagada's Kui singer
ଗୀତ ଗାଇ ୟୁଟ୍ୟୁବ୍‌ରେ ଫେମସ୍‌ ହେଲେ ଆଦିବାସୀ ଝିଅ

କୁଇ ଗୀତ ଗାଇ ପାଲଟିଲେ ସୁପରହିଟ୍ ଗାୟକ । ରାୟଗଡା ନିକଟସ୍ଥ ଆଦିବାସୀ ଇଲାକାର ଶିରିଗୁଡା ଗ୍ରାମର ରୋଜାଲିନ୍‌ ହିମିରିକା ।

Diyas Made Of Cowdung
ଖତ ଭାବେ ବ୍ୟବହାର ହେବ ଦୀପର ପାଉଁଶ

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଦୀପ ପ୍ରସ୍ତୁତରେ ଲାଗି ପଡିଛନ୍ତି ଗୋଟେ ପରିବାର । ପ୍ରଦୁଷଣ ମୁକ୍ତ ଦୀପାବଳୀ ପାଇଁ ନୂଆ ପ୍ରୟାସ କରିଛନ୍ତି କଟକର ରବିନ୍ଦ୍ରନାଥ ଓଝା । ମାଟି ବଦଳରେ ବୈଦ୍ୟଶାସ୍ତ୍ରରେ ଥିବା ପଞ୍ଚଗବ୍ୟ ଆଧାରରେ ପ୍ରସ୍ତୁତ ହେଉଛି ଦୀପ । ପଞ୍ଚଗବ୍ୟ ଅର୍ଥାତ ଗୋବର, ଗୋମୁତ୍ର, ଦହି, ଖୀର ଓ ଘିଅର ମିଶ୍ରଣ କରି ଦୀପ ପ୍ରସ୍ତୁତ କରୁଛନ୍ତି ରବିନ୍ଦ୍ର ଓ ତାଙ୍କ ପରିବାର ।

Fire Cracker
ବାଣ ଫୁଟିଲେ କରୋନା ବଢିବ: DMET

କୋଭିଡ୍ ନିୟମାବଳୀ ଆଧାରରେ ନିଷ୍ପତ୍ତି ନେଇ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଏସ୍ଆରସି ଶୁଣାଣି କରିବାକୁ ହାଇକୋର୍ଟ କହିଛନ୍ତି। ଏହାସହ ୨ ଘଣ୍ଟା ଭିତରେ ଅର୍ଥାତ ଦିନ ୨ଟା ସୁଦ୍ଧା ଏସ୍ଆରସି ଶୁଣାଣି ଶେଷ କରିବାକୁ ହାଇକୋର୍ଟ କହିଛନ୍ତି।

ରାଉରକେଲାର ମନୀଷ ରାଜଘରିଆ
NCB ଅଫିସରେ ହିଁ ଆର୍ୟ୍ୟନଙ୍କ ସହ ଦେଖାହୋଇଥିଲେ ରାଉଲକେଲାର ମନୀଷ

ସେ ଦିନ ରାତିରେ ଅସଲରେ କ୍ରୁଜରେ କଣ ଘଟିଥିଲା ? ଏନସିବି ରେଡ୍ ବେଳେ କଣ କଣ ମିଳିଥିଲା ? ତଦନ୍ତ ପ୍ରକ୍ରିୟାକୁ ବେଶ ନିକଟରୁ ଦେଖିଛନ୍ତି ମନୀଷ। ଏନେଇ କଣ କହିଛନ୍ତି ଜାଣନ୍ତୁ

ଓଡ଼ିଆ ବୀର ଯବାନ ଅଜୟ ଭଞ୍ଜ
ଭାରତ-ପାକିସ୍ତାନ ଯୁଦ୍ଧର ମୂକସାକ୍ଷୀ ଓଡ଼ିଆ ବୀର ଅଜୟ

ଓଡ଼ିଆ ବୀର ଯବାନ ଅଜୟ ଭଞ୍ଜ। ଯିଏକି ନିଜ ଜୀବନର ୪୦ବର୍ଷ ଭାରତର ସୁରକ୍ଷା ପାଇଁ ଉତ୍ସର୍ଗ କରିଛନ୍ତି। ଆସନ୍ତୁ ଜାଣିବା ଅଜୟଙ୍କ ସେଇ ବିଜୟ କାହାଣୀ।

No demand for clay lamps
ମାଟି ଦୀପର ନାହିଁ ଚାହିଦା: ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି

ଦୀପାବଳୀରେ ଆଜିକାଲି ପ୍ଲାଷ୍ଟିକ ଦୀପ ଓ ଲିଚୁ ଲାଇଟ୍ ବହୁଳ ବ୍ୟବହାର ବୃଦ୍ଧି ପାଉଛି । ଧୀରେ ଧରେ କମୁଛି ମାଟି ଦୀପର ଚାହିଦା । ଏଥିପାଇଁ ଆସ୍ତେ ଆସ୍ତେ କୁମ୍ଭକାର ପରିବାରର କୌଳିକ ବ୍ୟବସାୟ ବୁଡିବାକୁ ବସିଲାଣି । ହେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଥିବା ହାତ ଗଣତି କୁମ୍ଭକାର ପରିବାର କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ।

Driver Association Rally
ଦାବି ମାନିନିଅ, ନହେଲେ ଆଗକୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

୩୦ ଜିଲ୍ଲାର ଡ୍ରାଇଭରମାନେ ଏକାଠି ହୋଇ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରାଲିର ଆୟୋଜନ କରିଛନ୍ତି। ଏମାନେ ସମସ୍ତେ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି।

BJP Central Team
ମମିତା ହତ୍ୟା ମାମଲା: ଘଟଣାର ଅନୁଧ୍ୟାନ ପାଇଁ ଆସୁଛି ବିଜେପି କେନ୍ଦ୍ରୀୟ ଟିମ୍

ଆଜିଠୁ ରାଜ୍ୟର ସମସ୍ତ ଥାନା ଘେରାଉ କରିବ ବିଜେପି। ୨୯, ୩୦ ଓ ୩୧ ତାରିଖ ଏହି ତିନି ଦିନ ରାଜ୍ୟର ସମସ୍ତ ୬୨୫ଟି ଥାନା ଘେରାଉ କରିବା କାର୍ଯ୍ୟକ୍ରମ ରହିଛି। 

Low Pressure in Bay of Bengal
ବଙ୍ଗୋପସାଗରରେ ଲଘୁଚାପ: ୭ ଜିଲ୍ଲାରେ ବର୍ଷିବ

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜିଠୁ ୨ ତାରିଖ ଯାଏଁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। ୭ ଜିଲ୍ଲାରେ ବର୍ଷା ହେବ।

Daily Horoscope
Daily Horoscope,29 Oct 2021: ଜାଣନ୍ତୁ ଆଜିର ରାଶିଫଳ

ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ।

super cyclone
ମହାବାତ୍ୟାକୁ ପୂରିଲା ୨୨ ବର୍ଷ, ସେଦିନ ବି ଥିଲା ଶୁକ୍ରବାର ଆଉ ଆଜି ବି ଶୁକ୍ରବାର

ଆଜି ଅକ୍ଟୋବର ୨୯ ତାରିଖ, ଶୁକ୍ରବାର। ସେଦିନ ବି ଥିଲା ଶୁକ୍ରବାର....ସନ୍ଧ୍ୟା ବେଳକୁ ମାଡ଼ି ଆସିଲା ଅଣଚାଷ ପବନ ସାଙ୍ଗକୁ ମୁସଳ ବର୍ଷା। ଆକାଶରେ ଝଟକୁଥାଏ ବିଜୁଳି, ମାରୁଥାଏ ଘଡ଼ଘଡ଼ି।