• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Congress Leader debashish pattnaik
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବାହାର କଲେ ଭାଙ୍ଗିଯିବ ବିଜେଡି ସରକାର: ଦେବାଶିଷ

ଭୟ ଓ ଆତୁର ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଦିବ୍ୟଙ୍କୁ ଛୁଇଁପାରୁନାହାନ୍ତି। ଭବିଷ୍ୟରେ କଣ ହେବ ସେକଥା କହିବା ମୁସ୍କିଲ। କିନ୍ତୁ ବିଜେଡି ରାଜନୀତିରେ ଗୋଟିଏ ବଡ଼ ବ୍ଲାଷ୍ଟ ହେବାକୁ ଯାଉଛି।

diya
ଚାହିଦା ନାହିଁ ! ଦୀପ ବ୍ୟବସାୟ ମାନ୍ଦା, ଚିନ୍ତାରେ କାରିଗର

ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନେଟଙ୍ଗା ଗାଁ । ଏଠାରେ ୧୦୦ରୁ ଅଧିକ କୁମ୍ଭାର ପରିବାର ରହୁଛନ୍ତି । ସେମାନେ କାହିଁ କେତେ ବର୍ଷରୁ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରି ଆସୁଛନ୍ତି । ସେଥିରେ ଯାହା ରୋଜଗାର ହୁଏ ପରିବାର ଚାଲେ । କିନ୍ତୁ ଏବେ ଆଧୁନିକ ଯୁଗରେ ମାଟି ସାମଗ୍ରୀର ଚାହିଦା କମିଥିବାରୁ ଅନେକ ପରିବାର ନିଜ କୂଳବେଉସା ଛାଡ଼ି ଅନ୍ୟପନ୍ଥା ଆପଣେଇଲେଣି

  • Thursday, 28 October 2021
Constable Prasanna Behera
ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌

ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି।

 e toilet
କଟକରେ ଆରମ୍ଭ ହେଲା ଇ-ଟଏଲେଟ୍ : ମାତ୍ର ୧ ଟଙ୍କାରେ ମିଳିବ ସୁବିଧା

କଟକରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ଇ-ଟଏଲେଟ୍ ବ୍ୟବସ୍ଥା । କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦଘାଟନ ହୋଇଛି । ଏକ ସଙ୍ଗରେ କଟକରେ ଦୁଇଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟଇଲେଟର ସୁବିଧା ମିଳିବ । ଲୋକଙ୍କୁ ୧ ଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ

Daily Horoscope
Daily Horoscope,28 Oct 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ଅକ୍ଟୋବର ମାସ ୨୮ ତାରିଖ, ଗୁରୁବାର, ତୁଳା୧୨ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ସପ୍ତମୀତିଥି, ପୁନର୍ବସୁ ନକ୍ଷତ୍ର । ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ...

Defunct Check Dams
ଚାଷୀଙ୍କ କାମରେ ଆସୁନି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି ଧାନ ଫସଲ

ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଲାଗି ତିଆରି ହୋଇଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଚାଷୀଙ୍କ କାମରେ ଲାଗୁନି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଫଳରେ ପ୍ରଭାବିତ ହୋଇଥିବା ଧାନ ଫସଲ ଏବେ ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି।

accident
ଡେଥ୍ ଜୋନ୍‌ ପାଲଟିଛି ରାସ୍ତା: ମାର୍କେଟ୍‌ ଆସିବାକୁ ବି ଭୟ କରୁଛନ୍ତି ଲୋକେ, ଗଲାଣି ଶତାଧିକ ଲୋକଙ୍କ ଜୀବନ

ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ। ଦୁର୍ଘଟଣା ବଢିବା ସହ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୩ ବର୍ଷ ମଧ୍ୟରେ ଗଲାଣି ଶତାଧିକ ଜୀବନ।

congress
ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜୋରଦାର କରିବ କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ବେଫିକର ରାଜ୍ୟ ସରକାରଙ୍କ ବିରୋଧରେ ନାରା ଜୋରଦାର କରିବ କଂଗ୍ରେସ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ କଂଗ୍ରେସ।

nuapada
ଫାଙ୍କା ପଡିଛି ଭିଟାମାଟି : କ୍ଲବ ଘରେ ୪ ବର୍ଷ ହେବ ଦିନ କାଟୁଛନ୍ତି ଦଶ ପ୍ରାଣୀ ପରିବାର

ଛୋଟିଆ ଘରଟିଏ । ସେଇଠି ରୋଷେଇ, ସେଇଠି ଶୁଆବସା । ଜଣେ ନୁହେଁ, ଗୋଟିଏ ପରିବାରର ଦଶ ଜଣ ସେଇଠି ଖାଉଛନ୍ତି, ପିଉଛନ୍ତି, ଶୋଉଛନ୍ତି ମଧ୍ୟ । ଘର ଖଣ୍ଡେ ନଥିବାରୁ ଏମିତି ଦହଗଂଜ ହେଉଛନ୍ତି ନୂଆପଡ଼ି ଜିଲ୍ଲା ଖଡିଆଳ ଘରଧରା ଗାଁର ଗିରି ହରିଜନ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 28 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Thursday, 28 October 2021
Hirakud Dam
ହୀରାକୁଦର ହେବ ନବକଳେବର: ମୁଖ୍ୟ ନଦୀବନ୍ଧରେ ଯୋଡ଼ିହେବ ନୂଆ ସ୍ପିଲ୍‌ୱେ

ଖୁବଶୀଘ୍ର ସ୍ପିଲୱେ ନିର୍ମାଣ ଲାଗି ଗ୍ଲୋବାଲ୍ ଟେଣ୍ଡର୍ ଡକାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ। ଏହାର ନିର୍ମାଣ ଅବଧି ୩୦ ମାସ ଏବଂ ବ୍ୟୟ ଅଟକଳ ୬୨୪ କୋଟି ୩୧ ଲକ୍ଷ ଟଙ୍କା ରହିଛି।

Agni 5 missile
ଚୀନ ବିରୋଧରେ ଲଢିବା ପାଇଁ ଭାରତକୁ ମିଳିଲା ବଡ଼ ଅସ୍ତ୍ର

ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ର ଡିଆରଡିଓ ୨୦୦୮ରୁ ବିକଶିତ କରିବା ଆରମ୍ଭ କରିଥିଲା। ୨୦୧୨ରେ ଅଗ୍ନି-୫ର ପ୍ରଥମ ପରୀକ୍ଷଣ ହୋଇଥିଲା। ମିସାଇଲ୍‌ଟି ସଂପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।

Nandankanan Zoo
ଭାଲୁ ସହ ମଜା ମହଙ୍ଗା ପଡ଼ିଲା: ହସ୍ପିଟାଲରେ ଭର୍ତ୍ତି ହେଲେ ଗାଇଡ୍

ନନ୍ଦନକାନନରେ ପୁଣି ଅଘଟଣ ଘଟିଛି। କିଛି ଦିନ ତଳେ ଟୟ ଟ୍ରେନ୍‌ ନିଆଁ ଲାଗିଯାଇଥିଲା। ଭୟରେ ଟ୍ରେନ୍‌ରେ ଥିବା ଯାତ୍ରୀ ଡେଇଁପଡ଼ିଥିଲେ।

Pramod Bhagat
ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ

୨୦୨୧ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ୧୧ ଜଣଙ୍କ ନାଁ ସୁପାରିସ କରାଯାଇଛି। ଅର୍ଜୁନ ପୁରସ୍କାର ପାଇଁ ୩୫ ଜଣ ଖେଳାଳିଙ୍କ ନାଁ ସୁପାରିସ ହୋଇଛି। 

Katrina Kaif
ଡ଼ିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା କୈଫ୍‌? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ…

ବିବାହ କରିବେ ବଲିଉଡ଼୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌? କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ମଧ୍ୟରେ ବଢୁଥିବା ନିବିଡ଼ିତାକୁ ନେଇ ଏବେ ବଢୁଛି ଚର୍ଚ୍ଚା। ତେବେ ଉଭୟଙ୍କୁ ବାରମ୍ବାର ଏକାଠି ଦେଖିବା ପରେ ବଲିଉଡ଼୍‌ରେ ଗସିପ୍‌ ଆରମ୍ଭ ହୋଇଯାଇଛି।

Asha Meher Death Case
'ଆତ୍ମହତ୍ୟା ନୁହେଁ, ମିଳିମିଶି ମାରିଦେଲେ'

ହଷ୍ଟେଲର ରୁମ ନମ୍ୱର ୩୦୫ର ସିଲିଂଫ୍ୟାନରେ ଝୁଲୁଥିଲା ଆଶାଙ୍କ ମୃତଦେହ। କିନ୍ତୁ ଆତ୍ମହତ୍ୟା ନୁହେଁ, ଏହି ହତ୍ୟା ବୋଲି ମୃତ ଛାତ୍ରୀଙ୍କ ସମ୍ପର୍କୀୟ

Bar
ରଙ୍ଗଶାଳାର ରଙ୍ଗ ଛାଡ଼ିଗଲା, ବାରରେ ଝୁଲିଲା ତାଲା

ଚାଲିଥିଲା ନାଚଗୀତ। ଖୁଲମଖୁଲା ହେଉଥିଲା ବେପାର। ମସଗୁଲ ହୋଇ ମଦ ପିଉଥିଲେ ମଦ୍ୟପ। ହଠାତ ରଙ୍ଗଶାଳାର ଝକିମିକି ଲାଇଟ ଲିଭିଗଲା। କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଚଢାଉ। ମନୀଷ ହତ୍ୟାକାଣ୍ଡ ପରେ ସ୍କାନରରେ ବାର। ରାଜଧାନୀ ଭୁବନେଶ୍ୱରରେ ଘନ ଘନ ହେଉଛି ଚଢାଉ। କେତେବେଳେ ପୋଲିସ ତ ଆଉ କେତେବେଳେ ଅବକାରୀ ବିଭାଗ କରିଛି ରେଡ।

Egg Hurled
ପୁରୀ ଏସ୍‌ପି ଅଫିସ୍‌ରେ ପୋଲିସକୁ ଅଣ୍ଡାମାଡ଼

ପୋଲିସକୁ ଅଣ୍ଡା ମାଡ଼ । ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି ।

Similipal National Park
ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ଏକ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ପ୍ରତିବର୍ଷ ବର୍ଷା ଋତୁରେ ରାସ୍ତା ଖରାପ ହୋଇ ଯାଉଥିବା ଯୋଗୁଁ ପର୍ଯ୍ୟଟନ ପାଇଁ ବନ୍ଦ କରା ଯାଉଥିବା ଶିମିଳିପାଳ ଅଭୟାରଣ୍ୟକୁ ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯିବ।

Naveen Patnaik
ମମିତା ମେହେର ହତ୍ୟାକାଣ୍ଡ ସମ୍ପର୍କରେ କିଛି ଜାଣିନାହାନ୍ତି ମୁଖ୍ୟମନ୍ତ୍ରୀ : ସମୀର ମହାନ୍ତି

ମମିତା ମେହେର ହତ୍ୟା ଘଟଣାକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜ୍ୟନୀତି। ଗୋଟିଏ ପଟେ ନିତିଦିନ ବିରୋଧୀ ଆନ୍ଦୋଳନ କରୁଛନ୍ତି, ଅନ୍ୟ ପଟେ ଆଜି ପୁଣି ଥରେ ନବୀନଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

hockey team
ଏନ୍ତୁଡିଶାଳରେ ହକିର କ୍ରେଜ : ପାଣିଭରା ଷ୍ଟାଡିୟମ୍‌ରେ ହକି ମ୍ୟାଚ୍, ଟ୍ରଫି ବଦଳରେ ଖାସି ପୁରସ୍କାର

ଉବୁଡା ଖାବୁଡା ଖେଳପଡିଆ । ବର୍ଷାରେ ପଚପଚ କାଦୁଅ ଓ ପାଣି ଭରା ଷ୍ଟାଡିୟମ, ତଥାପି ଉତ୍ସାହ କମ ନାହିଁ । ପଡିଆ ଭିତରେ ଖେଳାଳିଙ୍କ ଘମାସାନ ଆଉ ପଡିଆ ବାହାରେ ଦର୍ଶକଙ୍କ ଖଚାଖଚ୍ ଗହଳି । ସୁନ୍ଦରଗଡ ଜିଲ୍ଲା ଗ୍ରାମାଚଂଳରେ ହକିର କ୍ରେଜ ବଢ଼ିବଢ଼ି ଚାଲିଛି ।

Dead Body On Bike
ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ; ବାଇକ୍‌ରେ ୫ କି.ମି. ବୁହା ହେଲା ମୃତଦେହ

ହସ୍ପିଟାଲରେ ହେଲା ମୃତ୍ୟୁ। କିନ୍ତୁ ମୃତଦେହ ନେବା ପାଇଁ ନା ମିଳିଲା ମହାପ୍ରୟାଣ ଗାଡ଼ି ନା ଆମ୍ବୁଲାନ୍ସ। ଶେଷରେ ଉପାୟ ଶୂନ୍ୟ ହୋଇ ପରିବାର ଲୋକେ ବାଇକ୍‌ରେ ମୃତଦେହ ବୋହିକି ନେଇଥିଲେ।

Kalinga Stadium
ବିନା ଦର୍ଶକରେ ଭୁବନେଶ୍ୱରରେ ହେବ ଜୁନିୟର ହକି ବିଶ୍ୱକପ୍ ମ୍ୟାଚ୍‌

ବିନା ଦର୍ଶକରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ୍। ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳା ଯିବାକୁ ନିଷ୍ପତ୍ତି ନିଆଯାଇଛି।

students
ନଭେମ୍ବର ୧ରୁ UG ଓ ୧୫ରୁ PG କ୍ଲାସ୍‌

ନଭେମ୍ବର ୧ରୁ ପ୍ରଥମ ବର୍ଷ UG କ୍ଲାସ୍‌ ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୫ରୁ ପ୍ରଥମ ବର୍ଷ PG କ୍ଲାସ୍‌ ଆରମ୍ଭ ହେବ। ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପଢ଼ିବେ।

Odia youth Muktikant
ଓଡିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ପଦଯାତ୍ରା : ଭୁବନେଶ୍ୱରରୁ ବାହାରି ଆନ୍ଧ୍ର ଅଭିମୁଖେ ଓଡ଼ିଆ ଯୁବକ

କାନ୍ଧରେ ବ୍ୟାଗ୍, ଆଉ ବ୍ୟାଗରେ ଲାଗିଛି ତ୍ରିରଙ୍ଗା । ପଦଯାତ୍ରା କରି ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଭାଷା ବିଭେଦ ଦୂର କରିବାକୁ ଓଡ଼ିଆ ଯୁବକ ନିଆରା ଉଦ୍ୟମ କରିଛନ୍ତି ।