Advertisment

Marriage Tips: ବିବାହକୁ ଦୀର୍ଘସ୍ଥାୟୀ କରିବା ପାଇଁ ଆପଣାନ୍ତୁ ଏହି ଉପାୟ...

ପୁରୁଷ ଏବଂ ମହିଳାଙ୍କୁ ସନ୍ତାନ ଜନ୍ମ କରିବା ଏବଂ ଏକ ପରିବାର ଗଠନ କରିବାକୁ ଅନୁମତି ଦିଏ ବିବାହ। ତେବେ ଅନେକ ସମୟରେ ବିବାହ ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥାଏ। ତେବେ ଝଗଡାରୁ ଦୂରେଇ ରହିବା ସହିତ ବିବାହକୁ ଦୀର୍ଘସ୍ଥାୟୀ କରିବା ପାଇଁ କିଛି ଜିନିଷରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ।

author-image
Saroj Kumar Jena
ଅଦ୍ୟତନ ହୋଇଛି
marriage

marriage

ବିବାହ ହେଉଛି ମହିଳା ଓ ପୁରୁଷଙ୍କ ମଧ୍ୟରେ ଆଇନଗତ ଏବଂ ସାମାଜିକ ଭାବରେ ସ୍ବୀକୃତିପ୍ରାପ୍ତ ମିଳନ। ବିବାହର ପରିଭାଷା ସଂସ୍କୃତି ଏବଂ ଧର୍ମ ଅନୁସାରେ ଭିନ୍ନ ହୋଇଥାଏ। ବିବାହ ଉଭୟ ପତି/ପତ୍ନୀ, ସେମାନଙ୍କ ପିଲା ଏବଂ ସେମାନଙ୍କ ଶାଶୁଘର ହେଉ କି ଶ୍ୱଶୁର ଘର ମଧ୍ୟରେ ଅଧିକାର ସ୍ଥାପନ କରେ। ବିବାହ ପରିବାର ପ୍ରତିଷ୍ଠା ସହିତ ଘନିଷ୍ଠ ଭାବରେ ଜଡିତ। ଏହା ପୁରୁଷ ଏବଂ ମହିଳାଙ୍କୁ ସନ୍ତାନ ଜନ୍ମ କରିବା ଏବଂ ଏକ ପରିବାର ଗଠନ କରିବାକୁ ଅନୁମତି ଦିଏ। ତେବେ ଅନେକ ସମୟରେ ବିବାହ ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥାଏ। ତେବେ ଝଗଡାରୁ ଦୂରେଇ ରହିବା ସହିତ ବିବାହକୁ ଦୀର୍ଘସ୍ଥାୟୀ କରିବା ପାଇଁ କିଛି ଜିନିଷରୁ ଆପଣଙ୍କୁ ଦୂରେଇ ରହିବାକୁ ପଡିବ। 

Advertisment

ଛୋଟ ଛୋଟ ପ୍ରସଙ୍ଗକୁ ନେଇ ପରସ୍ପର ସହ ଝଗଡା

ଯଦି ଆପଣ ଉଭୟ ଛୋଟ ଛୋଟ ପ୍ରସଙ୍ଗକୁ ନେଇ ପରସ୍ପର ସହ ଲଢ଼େଇ କରୁଥାନ୍ତି ତେବେ ଏଥିରୁ ଦୂରେଇ ରୁହନ୍ତୁ । ଶାନ୍ତିପୂର୍ଣ୍ଣ ଉପାୟରେ ଆଲୋଚନା ମାଧ୍ୟମରେ ଏପରି ପ୍ରସଙ୍ଗର ସମାଧାନ ବାହାର କରିହେବ । 

ପାର୍ଟନରଙ୍କ ଉପରେ କଟକଣା

କୌଣସି ବି ରିଲେସନରେ ଆବଶ୍ୟକତାଠାରୁ ଅଧିକ କଟକଣା କରିବା ଫଳରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ପାର୍ଟନରଙ୍କ ଉପରେ ଆଖି ରଖିବା ଭଲ । ତାଙ୍କ ଭଲ ମନ୍ଦ କହିବା ମଧ୍ୟ ଠିକ୍ । କିନ୍ତୁ ଏହା ଆବଶ୍ୟକତାଠାରୁ ଅଧିକ ହେଲେ ଧୀରେ ଧୀରେ ପରିସ୍ଥିତି ବିଗିଡ଼ିଥାଏ । ନିଜ ପାର୍ଟନରଙ୍କୁ ନେଇ ଅତ୍ୟଧିକ ପଜେସିଭ୍ ହେଲେ ତାହା ଅନେକ କ୍ଷେତ୍ରରେ ହାନିକାରକ ମଧ୍ୟ ସାବ୍ୟସ୍ତ ହୋଇଥାଏ  

Advertisment

ପୁରୁଣା କଥାକୁ ଧରିବା

ପ୍ରତ୍ୟେକ ସମ୍ପର୍କରେ ଛୋଟ ମୋଟ ଝଗଡ଼ା ହୋଇଥାଏ । ପରସ୍ପରକୁ ବୁଝି ସମ୍ପର୍କକୁ ମଜବୁତ କରିବା ଦରକାର । ଯଦି ଆପଣ ଉଭୟ ପୁରୁଣା କଥାକୁ ନେଇ ପରସ୍ପର ସହ ଝଗଡ଼ା କରୁଥାନ୍ତି ତେବେ ଏଥିରୁ ଦୂରେଇ ରୁହନ୍ତୁ । ବାରମ୍ବାର ଏପରି ଝଗଡ଼ା ଫଳରେ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । 

ଆଭଏଡ୍ କରିବା

ମନେରଖନ୍ତୁ ଆଜି ଆପଣ ଯାହାକୁ ଆଭଏଡ୍ କରୁଛନ୍ତି ତାଙ୍କୁ ପାଇବା ପାଇଁ ଆପଣଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି । ଏପରି କରିବା ପରେ ହିଁ ଆପଣ ତାଙ୍କୁ ପାଇବାରେ ସଫଳତା ପାଇଛନ୍ତି । କିନ୍ତୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଯଦି ଆପଣ ତାଙ୍କୁ ଆଭଏଡ୍ କରୁଥାନ୍ତି ତେବେ ଏପରି କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ନଚେତ୍ ସମ୍ପର୍କ ଖରାପ ହେବାର ସମ୍ଭାବନା ସୃଷ୍ଟି ହେବ ।

ଅଧିକ ପଢ଼ନ୍ତୁ: ଆପଣଙ୍କ ପିଲା ଆପଣଙ୍କ କଥା ଶୁଣୁ ନାହାନ୍ତି… ଜାଣନ୍ତୁ ଆପଣଙ୍କ କେଉଁ ଭୁଲ୍ ପାଇଁ ଏମିତି ହୁଏ

Couple Marriage
Advertisment
Advertisment