ହାଇକୋର୍ଟଙ୍କ ପ୍ରତିଷ୍ଠାନରେ ଜୁନିଅର ଷ୍ଟେନୋଗ୍ରାଫରଙ୍କ ୨୯ଟି ଗ୍ରୁପ୍-ସି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଯୋଗ୍ୟତା ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଇଂରାଜୀ ବିଷୟ ବସ୍ତୁରେ କେନ୍ଦ୍ର ଭିତ୍ତିକ ଯୋଗ୍ୟତା ପରୀକ୍ଷା ନଭେମ୍ବର ୨୧, ୨୦୨୧ (ରବିବାର) ସକାଳ ୧୦.୩୦ରୁ ରାତି ୧୨.୦୦ ମଧ୍ୟରେ କରାଯିବ ବୋଲି ହାଇକୋର୍ଟ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ
ଦୁଇଲକ୍ଷ ଦେଲେ ଫାଇଲ ମୁଭ୍ ହେବ ବୋଲି ଆରଆଇ କହୁଛନ୍ତି। ସେହିପରି ଜଣେ ଦଲାଲ ମଧ୍ୟ କ୍ଷତିପୂରଣ ଟଙ୍କା ପାଇବାକୁ ହେଲେ ଏଡିଏମ ଏବଂ ଆରଆଇଙ୍କୁ ଟଙ୍କା ଦେବା ପାଇଁ ପଡିବ ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସାରା ରାଜ୍ୟରେ ପ୍ରତିବାଦ ଜୋର ଧରିଥିବା ବେଳେ କଣ୍ଟାବାଞ୍ଜିର ବିଜେଡି ନେତା ଅଜୟ ଦାସ ଝରଣୀ ଗାଁକୁ ଯାଇ ମମିତାଙ୍କ ଭାଇଙ୍କୁ ଭେଟିଛନ୍ତି। ଲୁଚା ଛପାରେ ବିଜେଡି ନେତା ମମିତାଙ୍କ ପରିବାରକୁ ଭେଟିଥିବା ଚର୍ଚ୍ଚା ହେଉଛି।
ତୃତୀୟ ଜାତୀୟ ଓପନ ଜାଭିଲିନ୍ ଥ୍ରୋ ଚାମ୍ପିୟନସିପ୍ରେ ବ୍ରହ୍ମଗିରିର କିଶୋର କୁମାର ଜେନା ୭୪.୨୬ ମିଟର ଥ୍ରୋ କରି ଚାମ୍ପିୟନ ହୋଇଛନ୍ତି। ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ସିନିୟର ରିପୋର୍ଟର।
ପୂର୍ବରୁ ଜାରି ହୋଇଥିବା କୋଭିଡ୍ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।
ମମିତାଙ୍କ ମା ଗୁରୁତର । ମୃତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମା’ ତୁଳସୀ ମେହେରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ଛାତିରେ ଯନ୍ତ୍ରଣା ସାଙ୍ଗକୁ ବାରମ୍ବାର ଅଚେତ ହୋଇ ଯାଉଥିବା ସୂଚନା ମିଳିଛି । ତାଙ୍କର ଚିକିତ୍ସା ଲାଗି ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପରିବାରର ଲୋକେ ସୂଚନା ଦେଇଛନ୍ତି ।
ନଭେମ୍ବର ୧ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଜାନୁଆରୀ ୬ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଏଥିରେ ସାମିଲ ହୋଇ ପାରିବେ ।
ମମିତା ହତ୍ୟା ମାମଲାକୁ ନେଇ ପୁଣି ବର୍ଷିଛି ବିଜେପି । ବିଜେପିର କେନ୍ଦ୍ରୀୟ ଟିମ୍ ପ୍ରେସ୍ମିଟ୍ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି । ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି କହିଛି ବିଜେପି ।
କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକି ୨ ନକଲି ଆଇଏଏସ୍ ଗିରଫ । ଟୁଇନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଗିରଫ୍ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ
ଯଦି ବିଜେଡି ସରକାରରେ କାହା ବିରୋଧରେ ଅଭିଯୋଗ ଆସେ ଆଉ ମୁଖ୍ୟମନ୍ତ୍ରୀ କନ୍ଭିନ୍ସ ହୁଅନ୍ତି ତେବେ ତାଙ୍କୁ ଡ୍ରପ୍ କରାଯାଏ। ପୂର୍ବରୁ ଏପରି ହୋଇଛି ଆଗକୁ ବି ଏପରି ହୋଇପାରେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ସାରା ରାଜ୍ୟରେ ବିରୋଧ ଓ ବିକ୍ଷୋଭ ହେବା ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ।
ବିଜେପି ଓ କଂଗ୍ରେସ ପରେ ଏବେ ବିଜେଡି ଓହ୍ଳାଇବ ରାଜରାସ୍ତାକୁ । ଦର ବୃଦ୍ଧିକୁ ନେଇ ଆନ୍ଦୋଳନ କରିବ ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ଦରଦାମ ବୃଦ୍ଧି ପ୍ରସଙ୍ଗରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି ।
ମନ୍ତ୍ରୀଙ୍କ ସାମ୍ନାରେ ବିଜେଡି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ ।
ଘରକୁ କୁଣିଆ ଆସିଲେ କଣ ପ୍ରସ୍ତୁତ କରିବେ ସେ ନେଇ ଗୃହିଣୀ ମାନେ ଚିନ୍ତ୍ରାରେ ପଡି ଯାଆନ୍ତି । ଆଜି ଆମେ ଭାତ ବା ରାଇସର ଏକ ନୂଆ ରେସିପି ବିଷୟରେ କହିବୁ,ଯାହା ଅତି ଶୀଘ୍ର ଓ କମ୍ ସମୟ ମଧ୍ୟରେ ଆପଣ ବନେଇ ପାରିବେ । ଏହି ରେସିପିର ନାଁ ହେଉଛି ‘ପୁଦିନା ରାଇସ୍’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ମମିତା ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତିକୁ କଂଗ୍ରେସର କଡ଼ା ସମାଲୋଚନା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏଭଳି ବିବୃତିକୁ ରାଜ୍ୟ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି ।
ରାଜ୍ୟରେ ଗତକାଲିଠୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
୨୦୨୧ ମସିହା, ଅକ୍ଟୋବର ମାସ ୩୦ ତାରିଖ, ଶନିବାର, ତୁଳା୧୨ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ସପ୍ତମୀତିଥି, ପୁନର୍ବସୁ ନକ୍ଷତ୍ର । ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ...
ଚାଷୀଙ୍କ ପାଇଁ ଦାଉ ସାଜିଛି କାଳିମୁଖୀ ପୋକ । ନଷ୍ଟ ହେବାକୁ ବସିଛି ଏକର ଏକର ବିରି ଫସଲ । ଚାଷୀଙ୍କ ପିଛା ଛାଡୁନାହିଁ ଦୁର୍ଦ୍ଦଶା । ପ୍ରଥମେ ବର୍ଷା ଅଭାବ, ତାପରେ ଲଘୁଚାପ ବର୍ଷା ।
ସ୍ମାର୍ଟ ସ୍କୁଲ, ସ୍ମାର୍ଟ ପୋଖରୀ, ସ୍ମାର୍ଟ ରୋଡ ପରେ ଏବେ ସ୍ମାର୍ଟ ହାଟ ପାଇଁ ସିଲଭର ସିଟି କଟକରେ ଚାଲିଛି ଯୋଜନା । କଟକର ପରିଚୟ ଛତ୍ରବଜାର ପରିବା ମାର୍କେଟ ସ୍ମାର୍ଟ ହେବାକୁ ଯାଉଛି । ଦୀର୍ଘ ବର୍ଷର ପୁରୁଣା, ପୁତି ଗନ୍ଧମୟ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହେଉଥିବା ଛତ୍ରବଜାରର ସ୍ୱରୂପ ବଦଳିବାକୁ ଯାଉଛି ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି । ଦିନକୁ ଦିନ ଜୋର ଧରୁଛି ପ୍ରତିବାଦର ସ୍ୱର । ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଦୁର୍ଗାପୂଜା ପରେ ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା । ତେବେ ବିଶ୍ୱବ୍ୟାପୀ ସଂକ୍ରମଣ ହଠାତ୍ ବଢିଯିବା ପରେ ଦେଶରେ ବି ଛନକା । ତେଣୁ ଦଶହରା ପରି ଦୀପାବଳିରେ ବି କୋଭିଡ୍ ନିୟମର କଡ଼ା ଅନୁପାଳନ ଲାଗି ରାଜ୍ୟମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।
୧୦ ଦଫା ଦାବି ନେଇ ରାଜଧାନୀରେ ରାଜ୍ୟ ଡ୍ରାଇଭର ମହାସଂଘର ରଣହୁଙ୍କାର । ବିିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ଡ୍ରାଇଭର ଆଜି ଶାନ୍ତି ପଦଯାତ୍ରା ସହ ବଡ଼ ଧରଣର ଆନ୍ଦୋଳନ କରି ନିଜ ସମସ୍ୟା ଓ ଦାବି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଗୋବିନ୍ଦଙ୍କ ଗୋଲକଧନ୍ଧା ଭିତରେ ମମିତା ହତ୍ୟାର ଗୁମର ଫିଟିବ କେବେ ? ନିଇତି ନୂଆ କାହାଣୀ ଆସୁଛି ସାମ୍ନାକୁ । ବରିଷ୍ଠ ନେତା ବିଜୟ ମହାପାତ୍ର ଓ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ପରେ ଏବେ ଚର୍ଚ୍ଚାରେ ମନ୍ତ୍ରୀଙ୍କ ରାୟପୁର ଘର ।
ମମିତା ମେହେର ହତ୍ୟା ମାମଲାରେ ପୋଲିସ କହୁଛି ମନଗଢ଼ା କାହାଣୀ। ପୁରା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ବି ଅତ୍ୟନ୍ତ ସନ୍ଦେହଜନକ। ତେଣୁ ଏ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାରକୁ ଭେଟିଥିବା ବିଜେପି ମହିଳା ମୋର୍ଚ୍ଚା