ଜୟ ଜଗନ୍ନାଥ ! ରସଗୋଲା ଆମର । ରିୟଲିଟି ସୋରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ ଓଡ଼ିଆ ଝିଅ । ଜାତୀୟ ସ୍ତରର ଏକ ଘରୋଇ ଟିଭି ଚ୍ୟାନେଲର ରିୟଲିଟି ସୋରେ ଓଡ଼ିଆ ଝିଅ ସ୍ଥିତିପଦ୍ମା ଦାଶଙ୍କ ଏଭଳି ରୋକଠୋକ୍ ଜବାବ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
୨୦୦୬ ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ବିବାଦ ମାମଲାରେ ୩୭୮ ଜଣ OAS ଅଫିସରଙ୍କୁ ଆଶ୍ୱସ୍ତି ମିଳିଛି। ଅଫିସରଙ୍କ ନିଯୁକ୍ତି ନେଇ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରଛନ୍ତି।
ସମ୍ବିତ ପାତ୍ର କହିଛନ୍ତି, ମମିତା ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜାଣି ମଧ୍ୟ ପୋଲିସ୍ ଏତଲା ରଖି ନଥିଲା। ମନ୍ତ୍ରୀ କଲେଜକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି।
ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ । ଚିଲିକା ସ୍ଥିତ ମଙ୍ଗଳାଯୋଡି ଏବଂ ନଳବଣ ଭଳି ପକ୍ଷୀ ଅଭୟାରଣ୍ୟରେ ପ୍ରାୟ ୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଥିବାର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏବଂ ପକ୍ଷୀ ସୁରକ୍ଷା ସମିତି ପକ୍ଷରୁ ଚିହ୍ନଟ କରାଯାଇଛି ।
ଏବେ ଚାଲିଛି ପାର୍ବଣର ଋତୁ ଓ କାର୍ତ୍ତିକ ମାସ । ଏହି ମାସରେ ବିଭିନ୍ନ ଖାଦ୍ୟ ଓ ପାନୀୟ ଉପରେ ବେଶୀ ଧ୍ୟାନ ଦିଆଯାଇଥାଏ । ସେଥିପାଇଁ ଆଜି ଆମେ ଏକ ସ୍ୱାଦିଷ୍ଟ ଲସିର ରେସିପି ପ୍ରସ୍ତୁତ କରିବୁ । ଯାହାର ନାଁ ହେଉଛି ‘ମଖନିଆ ଲସି’ । ଏହା ରେସିପିଟି ରାଜସ୍ଥାନର ଏକ ପାରମ୍ପରିକ ରେସିପି ଅଟେ । ଏହାକୁ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ ।
ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର। ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି। ଏହା ପଛରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯିବା ଉଚିତ୍ ବୋଲି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି।
ମମିତା ନିଖୋଜ ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏତଲା ଲେଖାଇଥିଲେ ବୋଲି ମମିତାଙ୍କ ବାପା କହିଛନ୍ତି। ହତ୍ୟା ଘଟଣା ପୂର୍ବରୁ ବି ମମିତା ବାହାରକୁ ଯାଇଥିବା ସେ କହିଛନ୍ତି। ତେଣୁ ଘଟଣାରେ କେବେ ହେଲେ ଜଣେ ସମ୍ପୃକ୍ତ ନଥିବ ବୋଲି ମମିତାଙ୍କ ବାପା କହିଛନ୍ତି।
ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ‘ଆମ ଘରର ହାଲଚାଲ୍’ ସଂପାଦକୀୟ ସ୍ତମ୍ଭରେ ସେ ଲେଖିଛନ୍ତି, ସହଜ ବିଜୟ ଅହଙ୍କାରର ରୂପ ନେଉଛି । ବିକଳ୍ପ ନଥିବାରୁ ବିଜୟ ସହଜ ହେଉଛି । ଏବେ ଜୁଆରରେ ଭଟ୍ଟା ପଡିଲାଣି ବୋଲି ସୌମ୍ୟ ଲେଖିଛନ୍ତି ।
ବନ୍ଧା ହେଲେ ନକଲି ଆର୍ଟିଓ। ନିଜକୁ ଆର୍ଟିଓ ଅଧିକାରୀ ପରିଚୟ ଦେଇ ଲୋକଙ୍କଠୁ ଟଙ୍କା ଲୁଟୁ ଥିବା ଜଣେ ନକଲି ଆର୍ଟିଓଙ୍କୁ ପୋଲିସ୍ ଗିରଫ କରିଛି। ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରୁଛି ରାଜନୀତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନକୁ ଜୋର କରିଛି ବିଜେପି। ଗତକାଲି ମୟୂରଭଞ୍ଜ ବନ୍ଦ ପରେ ଆଜି ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର । ୱାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ସାରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ।
ପ୍ରଦୀପ ମାଝି ଦଳ ଛାଡିବା ପରେ ମାଲକାନଗିରିରେ କଂଗ୍ରେସର ମେଳି। ମାଲକାନଗିରି କଂଗ୍ରେସ କାର୍ଯ୍ୟାଳୟରେ ହୋଇଛି ଏହି ମହା ମେଳି। ପ୍ରଦୀପ ମାଝି ଦଳ ଛାଡିଥିଲେ ମଧ୍ୟ କଂଗ୍ରେସ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ
ମମିତା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିନ୍ତୁ ପୁରା ଚୁପ୍। ଘଟଣା ପ୍ରଘଟର ସପ୍ତାହେ ବିତି ଗଲାଣି, ତଥାପି ଅସମ୍ଭବ ନିରବତା ଅବଲମ୍ବଲନ କରୁଛନ୍ତି ମନ୍ତ୍ରୀ । ଦିବ୍ୟଶଙ୍କରଙ୍କ କ୍ୟାବିନେଟ୍ ସହଯୋଗୀ କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ବି ମୁହଁ ଖୋଲୁନାହାନ୍ତି ।
ବିଲ୍ଡରଙ୍କୁ ଆକ୍ରମଣ ଅଭିଯୋଗରେ ଲେଡି ଡନ୍ ଗିରଫ । ଅଭିଯୁକ୍ତ ଯୁବତୀ ମାନସୀ ନାୟକଙ୍କୁ ଗିରଫ କଲା କଟକ ଲାଲବାଗ ପୋଲିସ । ମାନସୀ ଜେଲରେ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ ।
ଅଚଳ ସଂପତ୍ତି ବା ଏନପିଏର ଗମ୍ଭୀର ସ୍ଥିତିକୁ ନେଇ ରାଜ୍ୟରେ ବଢୁଛି ଚିନ୍ତା । ଗଲା ୩ ମାସରେ ଏନପିଏ ହାର ୬.୨୨ ପ୍ରତିଶତରୁ ବଢି ୭.୨୦ ପ୍ରତିଶତରେ ପହଞ୍ଚିଲାଣି । ଷ୍ଟେଟ୍ ଲେବୁଲ୍ ବ୍ୟାଙ୍କର୍ସ କମିଟି ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ହଠାତ୍ ବଢିଯାଇଛି ବ୍ୟାଙ୍କଗୁଡ଼ିକର ଚିନ୍ତା ।
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ ବିଜେପିର ପ୍ରତିକ୍ରିୟା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଧାରା ୩୭୦ ଉଠିବାର ୨ ବର୍ଷ ପରେ କାଶ୍ମୀର ଗସ୍ତ କରିଛନ୍ତି ଅମିତ ଶାହା ।
୫ ଦିନିଆ ରିମାଣ୍ଡ ଶେଷ ପରେ ଜେଲ ହାଜତକୁ ଗଲା ଶିକ୍ଷୟିତ୍ରୀ ମମିତା ହତ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ବଲାଙ୍ଗିର ପୋଲିସ ଆଜି ସକାଳେ ଗୋବିନ୍ଦକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିବା ପରେ କୋର୍ଟ ତାକୁ ବିଚାର ବିଭାଗୀୟ ହଜାତକୁ ଯିବାକୁ ନିର୍ଦ୍ଦେଶ ଦେବାରୁ କଣ୍ଟାବାଂଜି ଜେଲକୁ ଯାଇଛି ଗୋବିନ୍ଦ
ସରକାରଙ୍କଠୁ ମିଳୁଥିବା ସାହାଯ୍ୟ, ସହଯୋଗକୁ ନେଇ କେତେ ସନ୍ତୁଷ୍ଟ ଆମ ରାଜ୍ୟର ଚାଷୀ ? ସରକାର କାଳିଆ ଯୋଜନା କରିଛନ୍ତି, ସାର, ବିହନ ଓ କୃଷି ଯନ୍ତ୍ରପାତି କିଣାରେ ସବ୍ସିଡି ବି ଦେଉଥିବା କହୁଛନ୍ତି ।
କାଠରେ ନିଖୁଣ କାରିଗରୀର ପ୍ରତିଛବି ଦେଇ ଚର୍ଚ୍ଚାରେ ନୟାଗଡ଼ ଭାପୁରର ଭୀମସେନ ଖୁଣ୍ଟିଆ l ନିଜର କାଉଁରୀ ଛୁଆଁରେ ନିର୍ଜୀବ କାଠରେ ଏମିତି ରୂପ ଆଙ୍କୁଛନ୍ତି, ଯାହାକୁ ଦେଖିଲେ ପୂରାପୂରି ଜୀବନ୍ତ ଲାଗୁଛି। ଦିନେ ନିଜର କାମ ପାଇଁ ରାଜ୍ୟ ସରକାର ପ୍ରଶଂସା ମଧ୍ୟ କରିଥିଲେ।
ମହିଳା ମାନେ ପୁରୁଷଙ୍କ ଠାରୁ କିଛି ଗୁଣରେ କମ ନୁହଁନ୍ତି । ମହିଳା ସଶକ୍ତିକରଣ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଯାହା ଫଳରେ ଆଜିର ମହିଳା ଘରୁ ଗୋଡ କାଢ଼ି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟକରିବା ସହିତ ଆକାଶରେ ଉଡିପାରୁଛି । ଦୁଇ ଚକିଆ ଗାଡି ଠାରୁ ଆରମ୍ଭ କରି ଚାରି ଚକିଆ ଗାଡି ଚଳାଇ ଆସୁଥିଲେ ମହିଳା ।
ମଙ୍ଗଳବାର ବଲାଙ୍ଗିର ଯିବ ବିଜେପିର ସ୍ୱତନ୍ତ୍ର ୧୫ ଜଣିଆ ଟିମ୍ । ମମିତି ମେହେର ହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବିଜେପିର ଏହି ଟିମ୍ ମମିତାଙ୍କୁ ପାରିବାରାକୁ ଭେଟିବାକୁ ଯିବ ।
ମମିତା ମେହେର ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଡିଆଇଜି କହିଲେ ପୋତା ଯାଇଥିବା ସ୍ଥାନରୁ ମିଳିଲା ମମିତାଙ୍କ ବ୍ୟାଗ୍ ।ଯାହାକୁ ଚିହ୍ନଟ କରିଛନ୍ତି ମମିତାଙ୍କ ପରିବାର ଲୋକ ।
ଜେଏମ୍ଏମ୍ ପକ୍ଷରୁ ଆଜି ବାରିପଦାରେ ଜୋରଦାର ବିକ୍ଷୋଭ । ଆକ୍ରମଣକାରୀଙ୍କ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜେଏମ୍ଏମ୍ କର୍ମୀ ।
ଟିଟିଲାଗଡ଼ ଏସଡିଏମ୍ଓ ଏବଂ ଟେଷ୍ଟ କରିଥିବା କର୍ମଚାରୀ କହୁଛନ୍ତି ୧୭ ତାରିଖରେ ଗୋବିନ୍ଦର କୋଭିଡ୍ ଟେଷ୍ଟ ହୋଇଛି, ତେବେ ମେଡିକାଲ୍ ରେଜିଷ୍ଟରରେ ସ୍ପଷ୍ଟ ଭାବେ ୧୮ ତାରିଖରେ ଟେଷ୍ଟ କରାଯାଇଥିବା ଉଲ୍ଲେଖ ରହିଛି।