/odishatv-khabar/media/post_attachments/uploadimage/library/16_9/16_9_0/Fish_1635253664.jpg)
Fish
ଜଳେଶ୍ୱର(ଅଜିତ୍ କୁମାର ଦାସ୍): ମାଛର ଦାମ୍ କୋଟିଏ ଟଙ୍କା। ହୁଏତ ଏହି କଥା ଶୁଣିବା ପରେ ଆପଣ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ପୂରା ସତ। ବାହାର ନୁହେଁ ବରଂ ଆମ ରାଜ୍ୟ ଓଡ଼ିଶାରେ ଏହି ମାଛ ଧରାପଡ଼ିଛି। ବାଲେଶ୍ୱରର ଜଳେଶ୍ୱର ନିକଟରେ ଏହି ମାଛକୁ ଧରାଯାଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ, ଦିଘାରେ ଏକ କୋଟି ଟଙ୍କା ମୂଲ୍ୟର ତେଲିଆ ଭୋଲା ମାଛ ଧରାପଡ଼ିଛି।
Advertisment
Also Read
ଆଜି ଦିଘା ମୁହାଣରେ ୩୩ ଗୋଟି ତେଲିଆ ମାଛ ଏକ କୋଟି ଟଙ୍କାର ବିକ୍ରି ହୋଇଥିଲ। ଏକ କିଲୋ ୧୨ ହଜାର ୬୦୦ ଟଙ୍କାରେ ବିକ୍ରି ହୋଇଛି। ତେବେ ଏହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ବେଶ୍ ଲୋକଙ୍କ ଭିଡ଼ ଜମିଥିଲା। ସେପଟେ ଏନେଇ ମାଛ ଧରାଳି କହିଛନ୍ତି, ଆମେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ବେଳେ ଏହି ମାଛ ଧରାଯାଇଛି। ଏହି ମାଛ ଚାହିଦା ମଧ୍ୟ ଅଧିକ ରହିଥିବା ଜଣାପଡ଼ିଛି। ତେବେ ଗତକାଲି ମଧ୍ୟ ଏହି ଅଂଚଳରୁ ୩୬ ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଥିବା ନେଇ ସୂଚନା ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)