୨୦୦୦ରୁ ୨୦୨୩ ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ କଟା ଯାଇଛି ଗଛ । ୨୩ ବର୍ଷରେ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କଟା ଯାଇଛି । ସବୁଠୁ ଅଧିକ ବିଦ୍ୟୁତ୍ ଓ ଖଣି ପାଇଁ ଗଛ ବଳି ପଡ଼ିଛି । ଗୃହରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ସୂଚନା ।
ମହିଳା ଓ କୃଷକମାନେ ବିଜେଡିର ଦୃଢ ଭୋଟ୍ବ୍ୟାଙ୍କ୍ ଭାବେ ପରିଗଣିତ ହେଉଥିଲେ । କିନ୍ତୁ ବିଜୁ ଜନତା ଦଳକୁ ଭାରି ପଡି ପାରେ ମୋହନ ମାଝିଙ୍କ ସୁଭଦ୍ରା, ସିଏମ-କିଶାନ ଯୋଜନା ।
ରୋଗ ଭଲ କରିବାକୁ ହସ୍ପିଟାଲ ଆସିଥିଲେ। ଦିନ କେଇଟାରେ ଭଲ ହୋଇ ଘରୁ ଫେରି ଥାଆନ୍ତେ। କିନ୍ତୁ ସେ କଣ ଜାଣିଥିଲେ ହସ୍ପିଟାଲରେ ବିଛା ହୋଇଥିବା କେବୁଲ ତାର ତାଙ୍କ ଜୀବନ ନେଇଯିବ।
ବଲାଙ୍ଗିରରେ ଦୁଇ ପଡ଼ୋଶୀଙ୍କ ଭିତରେ ଗଣ୍ଡଗୋଳ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ୨ ଜଣ।
ଛତୁ କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବା ସହ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ରୋଜଗାର ଦେଇଛନ୍ତି ବିଶିକେଶନ ।
ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ୨ଟି ପୁରସ୍କାର ଜିତି କୁନିକୁନି ଛୀତ୍ରଛାତ୍ରୀମାନେ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି।
ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ସ୍କୁଲ ଛୁଟି ଘୋଷଣା । ଆଜି ପାଇଁ ମାଲକାନଗିରି ଓ ଗଂଜାମ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ମୁଖ୍ୟ ଶାସନ ସଚିବ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କାରଣ ସାଜିଛି NH-32ର ୭ଟି ସ୍ଥାନରେ ଥିବା ନୂଆଁଣିଆ ପୋଲ । ଡେଡଲାଇନ୍ ପରେ ବି ସରୁନି ଉଚ୍ଚ ବ୍ରିଜ୍ ନିର୍ମାଣ କାମ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନଫୋ ଭ୍ୟାଲିର ଇଏମସି ପାର୍କରେ ‘ଆର୍ ଆଇଆର୍ ପାୱାର ଇଲେକ୍ଟ୍ରୋ ନିକ୍ସ ଲିମିଟେଡ୍’ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଯାହାକି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ଉତ୍ପାଦନ କାରଖାନା ହେବ ।
ବୁଡିଲା ରାସ୍ତା, ବ୍ରିଜ୍, ବହୁ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ । କୋରାପୁଟରେ ବି ବର୍ଷା ତାଣ୍ଡବରୁ ବନ୍ୟା ସ୍ଥିତି।
ଓଡ଼ିଶାରେ ୧୩୬ IPS ପଦବି, ସେଥିରୁ ୭ଟି ଖାଲି । ତଳ ପୋଷ୍ଟରେ କାମ କରୁଛନ୍ତି ଉପର ପାହ୍ୟା ଅଧିକାରୀ । କାହିଁକି ଟିମ୍ ଗଢ଼ିବାରେ ବିଳମ୍ବ କରୁଛନ୍ତି ନୂଆ ଡିଜିପି ?
ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲରେ ଅଜବ ସ୍ଥିତି। ଦୁଇ ବର୍ଷରେ ଏଠି ଦୁଇଗୁଣା ହୋଇଛି ରୋଗୀ ସଂଖ୍ୟା। ହେଲେ ଖସିଛି ଡାକ୍ତର ଓ ନର୍ସଙ୍କ ସଂଖ୍ୟା । ହସ୍ପିଟାଲର ୬୪ଟି ଡାକ୍ତରୀ ପଦବି ଖାଲି ।
ବିଲଡିଂ ପୁରା ଚକାଚକ୍, ବାକି ପଡ଼ିଛି ଆନୁସଙ୍ଗିକ କାମ । ଅନେକ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇନଥିବା କହିଲେ ବିଭାଗୀୟ ଅଧିକାରୀ ।
ରାଜଧାନୀରେ ବିଗିଡିଗଲାଣି କି ଆଇନଶୃଙ୍ଖଳା ବ୍ୟବସ୍ଥା ? ଯାହା ତାହା ହାତରେ ବନ୍ଧୁକ, କଥା କଥାକେ ଫାୟାରିଂ ଧମକ । ଝାରପଡାରେ ସାମାନ୍ୟ ବଚସାରୁ ବନ୍ଧୁକ ଦେଖାଇଥିବା ଯୁବକ ଗିରଫ । କେଉଁଠୁ ଆସୁଛି ଚୋରା ବନ୍ଧୁକ, ପୋଲିସ୍ ପାଇଁ ବଢୁଛି ଚ୍ୟାଲେଞ୍ଜ ।
ଦିନେ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା, ଆଉ ଆଜି ନିଜ ପରିଚୟ ଖୋଜି ହେଉଛି କଟକ ଇନ କଟକ ପାଭିଲିୟନ।
ମାଛକୁଣ୍ଡ ପ୍ରକଳ୍ପରୁ ଦୈନିକ ୮୦ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୁଏ । ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି ।
ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ । ଭୟଭୀତ ହେବାର କାରଣ ନାହିଁ । ମଙ୍କିପକ୍ସ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ଲଗାଣ ବର୍ଷା ଯୋଗୁଁ ଫୋକସରେ ମାଲକାନଗିରି ଜିଲ୍ଲା ରହିଛି । ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି ।
ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବ। ଅତି ଭୀଷଣ ବର୍ଷା ସମ୍ଭାବନା ଥିବା ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ପଞ୍ଜାବରୁ ଫେରି ଗାଁରେ ପହଞ୍ଚିବା ପରେ ଆୟୁଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଘର ଦୁଆରେ ବସି ବାହୁନି ବାହୁନି ଆଖିରୁ ଲୁହ ଗଡ଼ାଉଛନ୍ତି ମା’ । ବୁଢ଼ା ବାପାଟା ବି ନିଃସହାୟ । ଦୁର୍ଘଟଣାର ଶିକାର ହୋଇ ଘରେ ବସି କାନ୍ଦୁଛନ୍ତି ୨୪ ବର୍ଷୀୟ ଝିଅ କୁନିରାଣୀ ।
ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁପାର୍ଶ୍ବ ଉତ୍ତରଦ୍ବାର, ପୂର୍ବଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ପୁରାପୁରି ସିସିଟିଭି ସର୍ଭେଲାନ୍ସରେ ରହିବ ଚତୁପାର୍ଶ୍ୱ।