ଗଡ଼ି ସାଂପଲା କିଲୋଇରୁ ଭୂପିନ୍ଦର ସିଂ ହୁଡ୍ଡା ପ୍ରାର୍ଥୀ ହେବେ । ପ୍ରଦେଶ କଂଗ୍ରେସ ସଭାପତି ଉଦୟ ଭାନ ହେବେ ହୋଡାଲରୁ ପ୍ରାର୍ଥୀ ।
ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା । 'କୋଣାର୍କ ସୂର୍ୟାଜ୍'ର ଅଧିନାୟକ ବନିବେ ଇରଫାନ୍ ପଠାନ୍ ।
ରାଜ୍ୟସରକାରଙ୍କ ସହାୟ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି, ଦକ୍ଷତା ପ୍ରଶିକ୍ଷଣ ଆଦି ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ଲିଖିତ ବିବୃତ୍ତି ଦେଇଛନ୍ତି ମନ୍ତ୍ରୀ।
ସନ୍ଧ୍ୟା ଧୂପ ସରିବା ପରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହେବ । ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳନ ହେବ ।
ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକରେ ବର୍ଷା ଆଲର୍ଟ । କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷାର ପୂର୍ବାନୁମାନ ।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶନିବାର। ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୪ର୍ଥୀ ସନ୍ଧ୍ୟା ୦୫.୩୭ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ୍ ଟି ସ୍କୁଲ ରୁପାନ୍ତୀକରଣ ପୋଲ୍। କେଉଁଠି ୫୦ ଲକ୍ଷ ଟଙ୍କାରେ ରଙ୍ଗ ମାରି ଚକ ଚକିଆ କରି ଦେଇଛନ୍ତି ହେଲେ ସ୍କୁଲରୁ ପାଣି ଗଳୁଛି ତ, କେଉଁଠି ପୁରା ଟଙ୍କା ନେଇ ଫେରାର ଠିକାଦାର।
ବିଜେପିରେ ମିଶୁ ମିଶୁ ବିଜେଡି ବିରୋଧରେ ସୁଜିତ୍ କୁମାରଙ୍କ ବିଷୋଦଗାର୍ । କହିଛନ୍ତି ବିଜେଡି ସରକାରରେ ଜମି, ଛତୁଆ, ପଥର ଖଣି ଓ ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟିର ଦୁର୍ନୀତି ଚାଲିଥିଲା ।
ଛିଡୁଛି ଭରସା, ତୁଟୁଛି ଆଶା। ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ। ସାଂସଦ ମମତା ମହାନ୍ତ ଦଳ ଛାଡି ବିଜେପିରୁ ରାଜ୍ୟସଭା ଯିବାପରେ ଏବେ ବିଜେଡିକୁ ଲାଗିଛି ସୁଜିତ ଝଟକା।
ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି।
ସରକାରଙ୍କ ସ୍କାନରକୁ ଆସିବା ପରେ, ଛାନିଆ ବାଂଲାଦେଶୀ ଅନୁପ୍ରବେଶକାରୀ। ବେଆଇନ ଭାବେ ଓଡ଼ିଶା ମାଟିରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ମୋହନ ମାଝୀ ସରକାର ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡରେ ଦେଖାଦେଇଛି ତତ୍ପରତା।
ଶେଷପର୍ଯ୍ୟାୟରେ ବିଭିନ୍ନ ପୂଜା କମିଟିର ପ୍ରସ୍ତୁତି । ଗଣେଶପୂଜା ପାଇଁ ପ୍ରସିଦ୍ଧ ଜଟଣୀ ଏବଂ ରାଉରକେଲାରେ ଜାଣନ୍ତୁ କେମିତି ରହିଛି ପ୍ରସ୍ତୁତି...
ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନି ପାଇଁ ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ ଦିଆଯିବନି। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସାର ପୂର୍ବତନ ଛାତ୍ରଛାତ୍ରୀ।
ଜୁନିୟରଙ୍କୁ ସିନିୟର ଛାତ୍ର ରାଗିଂ ଘଟଣାରେ ଆକ୍ସନ୍ । ୭ ଛାତ୍ରଙ୍କୁ ସସପେଣ୍ଡ କଲେ ପ୍ରିନ୍ସିପାଲ୍ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଥିଲେ ଦଶମ ଶ୍ରେଣୀ ପିଲା । ଜୁନିୟରଙ୍କୁ ଠେଙ୍ଗା, ବାଡି, ଟାଙ୍ଗିଆରେ ମାଡ଼ ମରାଯାଇଥିବା ଅଭିଯୋଗ ।
କଟକରେ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ । ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବା ବେଳେ ଅଘଟଣ । ତ୍ରିଶୁଳିଆର ଏକ ଆପାର୍ଟମେଣ୍ଟରେ କାମ ଚାଲିଥିଲା ।
ବାପା ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲେ ପୋଲିସ । ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲିସକୁ ଆକ୍ରମଣ ପାରିବାରିକ କଳହକୁ ନେଇ ୧୧୨କୁ କଲ୍ କରିଥିଲେ ବାପା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣ କରିଥିଲା ପୁଅ ୨ ପୋଲିସ କର୍ମଚାରୀ ଆହତ, ଅଭିଯୁକ୍ତ ଫେରାର୍ ।
ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗ ଦେଲେ ସୁଜିତ କୁମାର। ମିଶୁ ମିଶୁ ବିସ୍ଫୋରଣ କରିଛନ୍ତି। ଦଳ ଛାଡିବା କାରଣ କହିବା ସହ ବିଜେଡି ଉପରେ ବର୍ଷିଛନ୍ତି ।
ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍ଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ ।
ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ।
କଙ୍କଡ଼ା ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ଓଡ଼ିଆ ଘରର ଦେଶୀ ରେସିପି ‘କଙ୍କଡ଼ା ବେସର’ ପ୍ରସ୍ତୁତ କରିବୁ। ଏହି ରେସିପିଟିକୁ ଦେଶୀ ଶୈଳୀରେ ଆମେ ବନେଇବୁ ।
ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ।
ମାଟିର ମୂର୍ତ୍ତିକୁ ନେଇ ସଚେତନତା କରାଯାଉଛି । ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଉଛନ୍ତି ଏମାନେ । କୁନିକୁନି ପିଲାଙ୍କ ହାତରେ କାଦୁଅରେ ଗଢ଼ା ଚାଲିଛି ଶ୍ରୀ ଗଣେଶଙ୍କ ମୂର୍ତ୍ତି । କାରଣ ରାତି ପାହିଲେ ଗଣେଶ ପୂଜା ।
ତେବେ ଏନେଇ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି କହିଛି, ଭିକେ. ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ ଏବଂ ତାଙ୍କ ତତ୍ତ୍ୱାବଧାନରେ ରାଜ୍ୟରେ ବହୁତ ଉନ୍ନତିମୂଳକ କାମ ହୋଇଛି।