Advertisment

BJDରୁ ଇସ୍ତଫା ଦେଲେ ଭୁବନେଶ୍ୱର ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିଜୟଲକ୍ଷ୍ମୀ

'କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ନୋଟିସ୍ କରାଯାଇଛି' । ଇସ୍ତଫା ପତ୍ରରେ ବିଜେଡି ଉପରେ ବର୍ଷିଲେ ବିଜୟଲକ୍ଷ୍ମୀ ।

author-image
Satyendu Shekher Mishra
Bijaylaxmi

Bijaylaxmi

ବିଜେଡିରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର। ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଆଉ ନିଜ ଇସ୍ତଫା ପତ୍ରରେ ବିଜେଡି ଉପରେ ବର୍ଷିଛନ୍ତି ବିଜୟଲକ୍ଷ୍ମୀ। ଲେଖିଛନ୍ତି, ଦଳ ପକ୍ଷରୁ ତାଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସକୁ ନେଇ ସେ ବ୍ୟଥିତ, ମର୍ମାହତ। କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ନଥାଇ କିଛି ମନୋମୁଖୀ ଓ କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ତାଙ୍କୁ ନୋଟିସ୍ କରାଯାଇଛି।

Advertisment

ଇସ୍ତଫା ପତ୍ରରେ ବିଜୟଲକ୍ଷ୍ମୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପୋଲିସର ପ୍ରତ୍ୟକ ପଦକ୍ଷେପକୁ ପ୍ରଚ୍ଛଦପଟରେ ଡି.ଏସ୍ କୁଟ୍ଟେ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଥିଲେ। ଏଠି ଯାହାର କଳାଧନ ଅଛି, ସିଏ ଦୁର୍ନୀତି କଲେ ମଧ୍ୟ ତାଙ୍କୁ ସୁରକ୍ଷା ଦିଆଯିବ। ସଚ୍ଚୋଟ ଲୋକର ଏଠି ସ୍ଥାନ ନାହିଁ। ଭୁବନେଶ୍ବର ଜିଲ୍ଲା ବିଜୁ ମହିଳା ଦଳର ସଭାନେତ୍ରୀ ଥାଇ ମଧ୍ୟ ଦୁଇ ବର୍ଷ ପର୍ଯ୍ୟନ୍ତ ନ୍ୟାୟ ପାଇଁ ମୁଁ ଲଢୁଥିଲି ଅଥଚ, ଜଣେ ଦୁର୍ନୀତିଖୋରଙ୍କୁ ସୁରକ୍ଷା ମିଳିଲା ବୋଲି ଇସ୍ତଫା ପତ୍ରରେ ବିଷୋଦଗାର କରିଛନ୍ତି ବିଜୟଲକ୍ଷ୍ମୀ। ସେପଟେ ବିଜୟଲକ୍ଷ୍ମୀଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ଇସ୍ତଫା ପରେ ବିଜେଡି ଉପରେ ବର୍ଷିଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର । ବିଜେଡିରେ କ୍ଷମତା କେନ୍ଦ୍ର ପୂର୍ବ ଭଳି ରହିଛି କହିଲେ ବିଜୟଲକ୍ଷ୍ମୀ । ଦଳର ସୁପ୍ରିମୋଙ୍କୁ କେହି ଭେଟି ପାରନ୍ତି ନାହିଁ । ଦଳର ସଭାପତି କିଛି ଜାଣନ୍ତି ନାହିଁ, କିଛି ବୁଝନ୍ତି ନାହିଁ । ପରାଜୟ ନେଇ ମିଛରେ ସମୀକ୍ଷା ବାହାନା କରୁଛନ୍ତି । ଦଳ କାହିଁକି ହାରିଲା ସମସ୍ତେ ଜାଣିଛନ୍ତି । କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ନୋଟିସ୍ କରାଯାଇଛି ।

Advertisment
BJD BJP Congress Odisha Politics
Advertisment
Advertisment