Advertisment

କି ପୁରୁଷ, କି ମହିଳା; ମଦ ନିଶାରେ ସବୁ ବାଇଆ .. ନିଶାସକ୍ତଙ୍କ ଉତ୍ପାତକୁ ନେଇ ଚିନ୍ତା

ରାଜଧାନୀରେ ଚରମରେ ନିଶାସକ୍ତଙ୍କ ଉତ୍ପାତ .. ରାଜରାସ୍ତାରେ କାହାକୁ ଛାଡୁନାହାନ୍ତି, କେହି ବି ବାଦ୍ ପଡୁନାହାନ୍ତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Alcoholic

ଚନ୍ଦକା ଥାନା ସୁନ୍ଦରପୁରରେ ମେଜର ଓ ବାନ୍ଧବୀଙ୍କ ସହ ଛେଡ୍‌ଛାଡ୍ .. କାଲି କୋଷ୍ଟଗାର୍ଡ ଡିଆଇଜି ଓ ପତ୍ନୀଙ୍କ ସହ ଅଭଦ୍ରୋଚିତ ବ୍ୟବହାର । ରାଜଧାନୀରେ ଚରମରେ ନିଶାସକ୍ତଙ୍କ ଉତ୍ପାତ .. ରାଜରାସ୍ତାରେ କାହାକୁ ଛାଡୁନାହାନ୍ତି, କେହି ବି ବାଦ୍ ପଡୁନାହାନ୍ତି । ଗଲାକାଲି ରାତିର ଘଟଣା । ମଦ୍ୟପଙ୍କ ଦୁର୍ବ୍ୟବହାରରର ଶିକାର ପରେ ନୟାପଲ୍ଲୀ ଥାନାରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ।

Advertisment

ସତ୍ୟରଞ୍ଜନଙ୍କ ଅଭିଯୋଗ, ଗୁରୁବାର ରାତି ପାଖାପାଖି ୯ଟା ୪୦ରେ ସେ ତାଙ୍କ କାରରେ ଥିବା ବେଳେ ବେହେରାସାହି ଟ୍ରାଫିକ୍ ଠାରେ ଦୁଇ ମଦ୍ୟପ ଯୁବକ ହଠାତ୍ ତାଙ୍କ କାର ଆଗରେ ସ୍କୁଟି ରଖି ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟହାର କରିଥିଲେ । କାରରେ ନାଲିବତୀ ଲାଗିଥିଲେ ବି ଟିକିଏ ବି ଖାତିର ନଥିଲା ଉତପାତିଆଙ୍କର ।

ବାଧ୍ୟ ହୋଇ ଡିଆଇଜି ଥାନାକୁ ଆସି ଅଭିଯୋଗ କରିବା ପରେ ତନାଘନା କରିଥିଲା ପୋଲିସ୍ । ଖୋଦ୍ ପୋଲିସ କମିଶନର ନୟାପଲ୍ଲୀ ଥାନାରେ ପହଞ୍ଚି ଘଟଣା ସଂପର୍କରେ ଅବଗତ ହୋଇ ତୁରନ୍ତ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ବାଲିକୁଦା ଅଞ୍ଚଳର ଶିବାଶିଷ ମହାନ୍ତି ଓ ବିକାଶ ମହାନ୍ତି । ସିସିଟିଭି ଆଧାରରେ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

Advertisment

ରାଜଧାନୀରେ ପୁରୁଷ ମହିଳା ନିର୍ବିଶେଷରେ ମଦ୍ୟପଙ୍କ ଉତ୍ପାତ ଯେମିତି ନିତିଦିନିଆ ଘଟଣା ପାଲଟିଗଲାଣି । କେତେବେଳେ ମଦ ପିଇ ମହିଳା ଥାନାରେ ଉତ୍ପାତ କଲେଣି .. ତ ଆଉ କେତେବେଳେ ମଦ ପିଇ ରାସ୍ତାରେ ଗଡ଼ିଲେଣି । ଗତ ୭ ତାରିଖରେ ତ ମଦ ନିଶାରେ ଚୁର୍ ଯୁବତୀ ବଡ଼ଗଡ଼ ଥାନା କଡ଼ରେ ଥିବା ପାଚେରି ଚଢ଼ି ପୋଲିସର ହର୍ ଟିମକୁ ବି ନାକେଦମ୍ କରିଥିଲେ ।

ରାଜଧାନୀର ସବୁ ମଦ ଆଡ୍‌ଡା ଓ ଖଟିରେ ଚଢ଼ାଉ ପରେ ବି ସ୍ଥିତିରେ ବ୍ରେକ୍ ଆସୁନି । ଡିସିପି କହିଛନ୍ତି ଉତ୍ପାତିଆଙ୍କୁ ସାବାଡ୍ କରିବାକୁ ଆଗକୁ ଚଢ଼ାଉକୁ ଜୋରଦାର କରାଯିବ ସହ ଡ୍ରଙ୍କ୍ ଆଣ୍ଡ ଡ୍ରାଇଭ୍ ରୋକିବାକୁ କଡ଼ାକଡ଼ି ଚେକିଂ କରାଯିବ । ଏକ ସର୍ଭେ ରିପୋର୍ଟର ତଥ୍ୟ କହୁଛି ରାଜ୍ୟରେ ୩୦.୨ ପ୍ରତିଶତ ଲୋକ ମଦ୍ୟପାନ କରୁଥିବା ବେଳେ ୨୨.୭ ପ୍ରତିଶତ ସହରୀ ଲୋକ ମଦ ପିଉଛନ୍ତି ।

ତେବେ ବଡ଼ କଥା ହେଉଛି ରାଜ୍ୟରେ ବଢୁଥିବା ମହିଳା ମଦ୍ୟପଙ୍କ ସଂଖ୍ୟା । ଏପରିକି ଏ ସଂଖ୍ୟା ଜାତୀୟ ହାର ଅପେକ୍ଷା ଅଧିକ । ରାଜ୍ୟର ୪.୩ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ବେଳେ ଜାତୀୟ ହାର ହେଉଛି ମାତ୍ର ୧.୬ ପ୍ରତିଶତ । ତେବେ ମଦ୍ୟପାନ ଜନିତ ଉତ୍ପାତିଆଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି ।

Health Alcohol
Advertisment
Advertisment