ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ରାତ୍ରି ୦୩.୨୨ ଗତେ ମକର । ତିଥି- ୧୦ମୀ ରାତ୍ରି ୧୦.୩୦ ଗତେ ୧୧ଶୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।
ନୀଳଗିରି ବ୍ଲକ ଧୋବଶୀଳା ଗ୍ରାମରୁ ଆସିଛି ବିକଳ ଚିତ୍ର ।
ସାଙ୍ଗଠନିକ ବୈଠକକୁ ସମ୍ବିତ ରାଉତରାୟଙ୍କୁ ଡକାହେଲାନି । ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବୈଠକ ।
ଦଧି ନଉତି ଯାଏଁ ଜଣେ 65 ବର୍ଷୀୟ ଭକ୍ତ ଚଢ଼ିଯିବାକୁ ନେଇ ଉଠିଲା ପ୍ରଶ୍ନ । ସେବାୟତ ଓ ସୁରକ୍ଷାକର୍ମୀଙ୍କ ଦାୟିତ୍ବପଣିଆ ଉପରେ ଭକ୍ତଙ୍କ ଅସନ୍ତୋଷ ।
ନୂଆ ଗାଇଡ୍ ଲାଇନ୍ ଜାରି କଲେ ରାଜ୍ୟ ସରକାର । ମୋଟ୍ ପଦବିର ୧ ପ୍ରତିଶତ ଦିଆଯାଇପାରିବ ପୁନଃନିଯୁକ୍ତି ।
ମରାମତି ପୂର୍ବରୁ ୧୮ରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ । ASI ADGଙ୍କ ନେତୃତ୍ବ ଟିମରେ ରହିବେ କେନ୍ଦ୍ରୀୟ ସଂସ୍ଥାର ଏକ୍ସପର୍ଟ ।
ଜାଲ୍ ଜାତି ଓ ଆୟ ପ୍ରମାଣପତ୍ର ମାଧ୍ୟମରେ ଛାତ୍ରବୃତ୍ତି ହଡପ୍ । ନକଲି ବା ଭୂତ ଛାତ୍ରଛାତ୍ରୀଙ୍କ ନାଁ ରେ ସମଗ୍ର ରାଜ୍ୟରେ 3 କୋଟି 42 ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଛି।
ଦିନେ ନବୀନଙ୍କୁ ଭେଟିବା ବିଜେଡି ନେତାଙ୍କ ପାଇଁ ସ୍ବପ୍ନ ଥିଲା। ଆଉ ଏବେ ଖୋଦ୍ ନବୀନ ନେତା, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ଗଣେଶ ପୂଜା ମଣ୍ଡପ ବି ବୁଲିଲେଣି।
ଚଳିତବର୍ଷ ପୂଜା ହେବ କ୍ରାଇମ ଫ୍ରି । ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ସହରରୁ ତଡ଼ିପାର୍ ପାଇଁ କମିଶନରେଟ ପୋଲିସର ଯୋଜନା।
ଅବହେଳିତ ଅବସ୍ଥାରେ କଟକ ବାରବାଟୀ ଦୁର୍ଗର ଗଡଖାଇ । ପୁନରୁଦ୍ଧାର ନେଇ ହେଉଛି ଯୋଜନା, ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ। ମେୟର କହିଲେ, ASI ନେଇଛି ଦାୟିତ୍ୱ, ବର୍ଷା ପରେ ହେବ କାମ ।
ଅକ୍ଟୋବର ୨୭ ତାରିଖରେ ହେବ ଓଏଏସ୍ ପ୍ରିଲିମ୍ ପରୀକ୍ଷା । ଓପିଏସସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।
୧୮ରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ଚାଷୀଙ୍କୁ ମିଳୁନି କିନ୍ତୁ ଜଙ୍ଗଲରେ ପଡ଼ିଛି ଶହ ଶହ ବସ୍ତା ଡୋଲୋମାଇଟ୍ । ସୁନ୍ଦରଗଡ଼ କିଂଜିରକେଲା–ବିରକାଲଡିହି ରାସ୍ତାରେ ଜଙ୍ଗଲରେ ଶହ ଶହ ବସ୍ତା ଡୋଲୋମାଇଟ୍ ପଡ଼ିଥିବା ଦେଖିବାକୁ ମିଳିଛି। ।
ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର ।
୭୦ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ ଭାରତ ଯୋଜନାର (AB PM-JAY) ଲାଭ । ତେବେ ଏହି ଯୋଜନା କଣ ? କେମିତି ପାଇବେ ଲାଭ ? ଆସନ୍ତୁ ଜାଣିବା...
ପ୍ରାୟତଃ ସମସ୍ତେ ଚାହାନ୍ତି ଘର ଖାଦ୍ୟରେ ମଧ୍ୟ ରେଷ୍ଟୁରାଣ୍ଟ ଭଳି ସ୍ୱାଦ ପାଇବା ପାଇଁ । ଆଜି ଆମେ ଆପଣଙ୍କ ପାଇଁ ପନିରର ରେଷ୍ଟୁରାଣ୍ଟ ଶୈଳୀରେ ଏକ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ପନିର ରେଶମି ।
ଏଣିକି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଉପରେ ନିର୍ଭର କରୁଥିବା ବିବାହିତ ଝିଅ ଓ ସାବତ ଝିଅଙ୍କୁ ମଧ୍ୟ ଅନୁକଂପାମୂଳକ ନିଯୁକ୍ତି ମିଳିବ।
ଆଖିରେ ଆଖିଏ ଲୁହ... ଛାତିରେ ଛାତିଏ କୋହ... ସବୁ କଷ୍ଟକୁ ହୃଦୟ ଭିତରେ ଚାପି ରଖି ସ୍ୱାମୀର ଜୀବନ ପାଇଁ ସଂଘର୍ଷ କରୁଛି ଏ ସ୍ତ୍ରୀ । ନିଜ ପତ୍ନୀ ଧର୍ମ ପାଳନ କରୁଛି । ତା’ ସିନ୍ଦୂରକୁ ସାଇତି ରଖିବାକୁ ଚେଷ୍ଟା କରୁଛି । ସ୍ୱାମୀର ଜୀବନ ପାଇଁ ହାତ ଯୋଡ଼ି କରୁଛି ଗୁହାରୀ ।
ଦେଶୀ ବଡି ସାଙ୍ଗକୁ ସିକ୍ସ ପ୍ୟାକ୍... ଆଦିବାସୀ ଗାଁର ଯୁବକଟିଏ... ସକାଳୁ ସକାଳୁ ବ୍ୟାୟାମ କରନ୍ତି... ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ଏହି ଯୁବକ । ଚାଲନ୍ତୁ ଜାଣିବା ଏହି ଯୁବକଙ୍କ ସଫଳତାର କାହାଣୀ
ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ଲାଭ ପାଇବା ପାଇଁ ଜଣେ ଆଦିବାସୀ ଯୁବକ ନିଜ ପତ୍ନୀଙ୍କ ସୁନା ବନ୍ଧା ପକାଇ ସେଥିରେ ଗୋଟିଏ ମୋବାଇଲ୍ କିଣିଛନ୍ତି ।
ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି କାଶତଣ୍ଡି । ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୂର୍ବ ସୃଷ୍ଟି । ଆଉ ଯେମିତି କହିଯାଉଛି ପୃଥିବୀକୁ ପାର୍ବଣ ଆସିଛି... ଆସୁଛନ୍ତି ମା’ ଜଗତ ଜନନୀ ।
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତେଦହ। ନିଆଳି ବାବଜା ଗାଁର ଅବ୍ୟକ୍ତ ପ୍ରସାଦ ସିଂଙ୍କ ମରଶରୀର ନିଜ ଜନ୍ମମାଟିରେ ପହଞ୍ଚିଛି।
ଗତ ନିର୍ବାଚନ ବେଳେ ଆସନ ଅଦବଦଳ ନେଇ ଉମା ଓ ସଂଜୟଙ୍କ ମଧ୍ୟରେ ବିବାଦ ରହିଥିଲା ।