• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମଧୁମେହ ରୋଗରୁ ଉପଶମ ଦେବ ଚା' । କିଡନୀ, ହୃଦରୋଗ ଓ ଗଣ୍ଠିବାତ ସମସ୍ୟା ପାଇଁ ହେବ ଲାଭଦାୟୀ । ଗନ୍ଧମାର୍ଦ୍ଧନ ପର୍ବତରୁ ସଂଗୃହୀତ ଚେରମୂଳିର ମିଶ୍ରଣରେ ଏଭଳି ଔଷଧୀୟ ଚା ପ୍ରସ୍ତୁତ କରିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୁଚନା ବିଜ୍ଞାନ ପକ୍ଷରୁ ପ୍ରାୟ ୩୦ ପ୍ରକାର ଔଷଧୀୟ ଚା ଉତ୍ପାଦନ କରାଯାଇଛି ।

ମୂଷାଙ୍କ ଉପରେ ସଫଳ ପ୍ରୟୋଗ ପରେ ଏହାର ବଜାର ପ୍ରବେଶ କରିବାକୁ ଯୋଜନା ରଖିଛନ୍ତି କର୍ତ୍ତୃପକ୍ଷ । ଏନେଇ ଷ୍ଟାର୍ଟ ଅପ୍ ସଂସ୍ଥା ଅର୍କିଡ୍ ହର୍ବାଲ ପ୍ରାଇଭେଟ୍ ଲିମିଟେଡ୍ ଚୁକ୍ତି ହୋଇଛି । ଏମଧ୍ୟରେ FSSI, GMO, ISO ର ଅନୁମୋଦନ ମିଳିସାରିଛି । ଖୁବଶୀଘ୍ର ଏହି ନୂତନ ଚା' ବଜାରରେ ଉପଲବ୍ଧ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଚା' ଉତ୍ପାଦନ ପାଇଁ ବିଶ୍ୱବିଦ୍ୟାଳୟର ଫୁଡ୍ ସାଇନ୍ସ ବିଭାଗରେ ଆବଶ୍ୟକୀୟ ଯନ୍ତ୍ରପାତି ଓ ପ୍ୟାକିଂ ମେସିନ୍ ଲଗା ଯାଇଛି । ଏବେ ୨୭ ପ୍ରକାର ଚା ଉତ୍ପାଦନ ହେବାକୁ ଥିବା ବେଳେ ୮ ରୋଗ ପାଇଁ ଏହା ଉପଶମ ଦେବ । ଦାର୍ଜିଲିଂ ଓ ଆସାମରୁ ଏନେଇ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଚା ଅଣାଯାଉଛି । ପରେ ବରଗଡ଼ ପାଇକମାଳ ସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ଚେରମୂଳି ମିଶ୍ରଣ କରାଯାଇ ପ୍ରସ୍ତୁତ ହେଉଛି ଏହି ସ୍ୱତନ୍ତ୍ର ହର୍ବାଲ ଚା' ।

ହର୍ବାଲ-ଟି ପାଇଁ ସୁଗନ୍ଧିରସ୍ନା, ଗୁଡମାରୀ, ଅଶ୍ୱଗନ୍ଧା, ପିପଳୀ, କଟୁକୀ, ପୁନଃନର୍ଭା ଆଦି ଜଡ଼ିବୁଟୀ ଗନ୍ଧମାର୍ଦ୍ଦନରୁ ସଂଗୃହୀତ ହେଉଥିବା ବେଳେ. ଉତ୍ତରାଖଣ୍ଡରୁ ସ୍ୱତନ୍ତ୍ର ଗୋଲାପ ଆମଦାନୀ କରାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now