Advertisment

ଗୁଣି ସନ୍ଦେହରେ ଜିଅନ୍ତ ଜାଳିଦେଲେ, ପ୍ରଜାକୋର୍ଟରେ ଜୀବନ୍ତ ପୋଡ଼ି ମାରିଦେବାକୁ ଉଦ୍ୟମ

ଗୁଣି ସନ୍ଦେହରେ ଦେହରେ ପାଳ ଦଉଡ଼ି ଗୁଡ଼ାଇ ନିଆଁ ଲଗାଇଲେ। ସିନାପାଲି ଥାନା ପୋର୍ଟିପଡ଼ା ଗାଁ ପ୍ରଜାକୋର୍ଟରେ ହତ୍ୟା ଉଦ୍ୟମ । ପୋଖରୀକୁ ଡେଇଁ ରାତି ସାରା ଲୁଚି ଜୀବନ ବଞ୍ଚାଇଲେ ବ୍ୟକ୍ତି

author-image
Pallipuspa Samal
ଅଦ୍ୟତନ ହୋଇଛି
Attempt to murder

Attempt to murder

ଗୁଣି ସନ୍ଦେହରେ ୫୦ ବର୍ଷିୟ ବ୍ୟକ୍ତିଙ୍କୁ ପାଳ ଦଉଡ଼ି ଗୁଡ଼ାଇ ଜୀବନ୍ତ ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ। ଅଭିଯୋଗ ଆସିଛି, ନୂଆପଡା ଜିଲ୍ଲା ଛତିଶଗଡ ସୀମାନ୍ତ ପୋର୍ଟିପଡ଼ା ଗାଁରୁ। ଆହତ ବ୍ୟକ୍ତି ହେଲେ ଖାମ୍ ସିଂ ମାଝୀ। ମିଳିଥିବା ସୂଚନା ଅନୁଯାୟୀ, ଗତ ରାତିରେ ଗାଁରେ ଏକ ସଭା କରି ଗାଁର ଖାମ୍ ସିଂହ ମାଝୀଙ୍କୁ ଡକାଯାଇଥିଲା।

Advertisment

ବୈଠକରେ ଖାମ୍ ସିଂହଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ଦେହରେ ପାଳ ଦଉଡ଼ି ଗୁଡ଼ାଇ ଦେଇ ନିଆଁ ଲଗାଇ ଦେବାରୁ ଜଳନ୍ତା ଅବସ୍ଥାରେ ଖାମ ସିଂହ ନିକଟ ପୋଖରୀ ଭିତରକୁ ଡେଇଁ ପଡ଼ିଥିଲେ। ଆଉ ରାତି ସାରା ପୋଖରୀରେ ଲୁଚି ରହିବା ପରେ ତା ପରଦିନ ସକାଳେ ସିନାପାଲି ମେଡିକାଲ ଟିମ୍ ତାଙ୍କୁ ଉଦ୍ଧାର କରିଛି। ତା’ସହ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Nuapada Attempt To Murder Black Magic
Advertisment
Advertisment