Advertisment

Investors Meet: ଦ୍ୱିତୀୟ ଦିନରେ ମୁମ୍ବାଇରେ CM Mohan Majhiଙ୍କ ରୋଡ୍‌ ସୋ’

ଏଥିରେ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ଆଜି ପ୍ରାୟ ୩ ଶହରୁ ଅଧିକ ନିବେଶକଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Investors Meet

Investors Meet

ମୁମ୍ବାଇ ଇନଭେଷ୍ଟର୍ସ ମିଟର ଦ୍ୱିତୀୟ ଦିନରେ ଆଜି ବିଭିନ୍ନ ଶିଳ୍ପପତିଙ୍କ ସିଇଓଙ୍କୁ ଭେଟିବା ସହ ସେମାନଙ୍କ ସହ ମିଶି ରୋଡ୍ ଶୋ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ରୋଡ ଶୋରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଦିଲ୍ଲୀ ପରେ ମୁମ୍ବାଇରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Advertisment

ଏଥିରେ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ଆଜି ପ୍ରାୟ ୩ ଶହରୁ ଅଧିକ ନିବେଶକଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ମୁମ୍ବାଇ ଇନଭେଷ୍ଟର୍ସ ମିଟ୍‌ର ପ୍ରଥମ ଦିନରେ ଗତକାଲି ମୁମ୍ବାଇରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, JSW ମୁଖ୍ୟ ସଜ୍ଜନ ଜିନ୍ଦଲ, ଗୋଦରେଜ୍ ଗ୍ରୁପ୍ ଚେୟାରମ୍ୟାନ୍ ନାଦୀର ଗୋଦରେଜ୍,ୱେଲସ୍ପୁନର ବିଜୟ ଗୋଏଙ୍କା, ବାଲକ୍ରିଷ୍ଣ ଗୋଏଙ୍କା ଏବଂ ଶିଳ୍ପପତି ଅନନ୍ତ ଅମ୍ବାନୀଙ୍କ ସମେତ ଅନ୍ୟ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Advertisment

ବେଦାନ୍ତ ପ୍ରକଳ୍ପ ସଂପ୍ରସାରଣ ନେଇ ଅନୀଲ ଅଗ୍ରୱାଲଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପ୍ରସ୍ତାବିତ ଇ-ଯାନ ପ୍ରକଳ୍ପ ନେଇ ସଜ୍ଜନ ଜିନ୍ଦଲଙ୍କ ସହ କଥା ହୋଇଛନ୍ତି। ନରାଜରେ ପ୍ରସ୍ତାବିତ ଇ-ଯାନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି। ସେହିପରି କଟକ ଚୌଦ୍ବାରରେ ପ୍ରସ୍ତାବିତ ଟେକ୍ସଟାଇଲ୍ ପାର୍କ ପ୍ରୋଜେକ୍ଟ ନେଇ ୱେଲସ୍ପୁନ୍ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଅନ୍ୟପଟେ ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବେଦାନ୍ତ। ମୁମ୍ବାଇରେ ଉତ୍କର୍ଷ ଓଡ଼ିଶାରେ ବେଦାନ୍ତ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି। ମୁମ୍ବାଇରେ ଆରମ୍ଭ ହୋଇଥିବା ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା ପରେ ବେଦାନ୍ତ ଏହି ଘୋଷଣା କରିଛି। ଆଲୁମିନା ରିଫାଇନାରୀ ଓ ଆଲୁମିନା ପ୍ଲାଣ୍ଟ ପ୍ରତିଷ୍ଠାରେ ବେଦାନ୍ତ ପୁଞ୍ଜି ନିବେଶ କରିବ। ଫଳରେ ରାଜ୍ୟରେ ୨ ଲକ୍ଷ ନିଯୁକ୍ତି ସହ ୧ ହଜାର MSME ପାଇଁ ନୂଆ ସୁଯୋଗ ଆଣିବ ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଛି। 

Mumbai Investors’ Meet
Advertisment
Advertisment