• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁରୀ ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ । ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ହାଣିଦେଲେ । ପଶ୍ଚିମ ଦ୍ୱାରରେ ହାଣିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ସେବାୟତଙ୍କୁ ଭର୍ତ୍ତି କରାଯାଇଛି । ତେବେ ରାବିଡ଼ି ବିକାକୁ ନେଇ ଏହି ଘଟଣା ଘଟିଥିବା ଜଣା ପଡ଼ିଛି ।

କିଏ ରାବିଡ଼ି ବିକିବ, ଏହାକୁ ନେଇ ଗତ କିଛିଦିନ ଧରି ବଚସା ଲାଗି ରହିଥିଲା । କେବଳ ଯେଉଁମାନଙ୍କୁ ଅନୁମତି ମିଳିଛି, ସେମାନେ ହିଁ ବିକ୍ରି କରିବେ ବୋଲି କୁହାଯାଇଛି । ତଥାପି କିଛି ସେବାୟତ ଏହାକୁ ମାନୁନଥିବା ଜଣା ପଡ଼ିଛି । ଫଳରେ ରାବିଡ଼ି ବିକ୍ରିକୁ ନେଇ ଏହି ହଣାକଟା ହୋଇଛି ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । 

OTV is now on Whatsapp

Join and get latest news update delivered to you via whatsapp

Join Now