Advertisment

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ଆକ୍ରମଣ ଘଟଣା,ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ । ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

author-image
Pallipuspa Samal
Assault on Puri Senior Supervisor

Assault on Puri Senior Supervisor

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ସେବା ପୂଜାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ତାଙ୍କ ପ୍ରବେଶ ଉପରେ ବି ନିଷିଦ୍ଧାଦେଶ ଜାରି କରାଯାଇଛି।

Advertisment

ଏହି ଘଟଣାକୁ ଗୁରୁତ୍ବ ସହ ନେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଏହି ଘଟଣାରେ ଅନ୍ୟ କିଏ ସଂପୃକ୍ତ ରହିଛି ସେ ନେଇ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।

ସୂଚନା ଅନୁସାରେ ଗତକାଲି ପଶ୍ଚିମ ଦ୍ବାର ନିକଟରେ ବରିଷ୍ଠ ସେବାୟତ ତଥା ସୁପରଭାଇଜର୍ ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ କରିଥିଲେ କିଛି ଦୁବୃର୍ତ୍ତ। ଆନନ୍ଦବଜାରରେ ରାବିଡ଼ି ବିକ୍ରି ବନ୍ଦ କରିବା ପରେ ଆକ୍ରୋଶମୂଳକ ଭାବେ ଏଭଳି ଘଟଣା ଘଟିଥିଲା।

Advertisment

ଆନନ୍ଦ ବଜାର ଭିତରେ ରାବିଡ଼ି ବିକ୍ରି ଅନୁମତି ନାହିଁ, ତଥାପି କିଛି ବ୍ୟକ୍ତି ଏପରି କରୁଥିବା ଅଭିଯୋଗ ପରେ ଏହାକୁ ବନ୍ଦ କରାଇଥିଲେ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ।ତାସହ ଆନନ୍ଦ ବଜାର ସଂସ୍କାର ଏବଂ ଓମଫେଡ ଘିଅ ପ୍ରଚଳନ ଭଳି ଏକାଧିକ ଗୁରୁ ଦାୟିତ୍ବ ରାମଚନ୍ଦ୍ରଙ୍କ ହାତରେ ରହିଛି। ତେଣୁ ତାଙ୍କୁ ଆକ୍ରମଣ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି।

Puri Jagannath Temple Sevayat
Advertisment
Advertisment