Advertisment

କଟକ ରେଲ୍‌ୱେ ଷ୍ଟେସନରେ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍‌

କଟକ ରେଲ୍‌ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍‌ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
cuttack railway station

cuttack railway station

କଟକ: କଟକ ରେଲ୍‌ୱେ ଷ୍ଟେସନରେ ଜଣେ ବ୍ୟକ୍ତିଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍‌ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି। ଏହିସବୁ ବ୍ୟାଗ୍‌ରେ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ନୋଟ୍ ମିଳିଛି। 

Advertisment

ସୂଚନା ଅନୁସାରେ, ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ରେ ଏ.କେ. ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ଏହି ଟଙ୍କା ଭର୍ତ୍ତି ବ୍ୟାଗ୍‌ ମିଳିଛି। ୪ଟି ବ୍ୟାଗ୍‌ରେ ପ୍ରାୟ ୨୦ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ହେଲେ ପ୍ରକୃତରେ କେତେ ଟଙ୍କା ଜବତ ହୋଇଛି ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। 

ଜିଆର୍‌ପି ଓ ଆର୍‌ପିଏଫ୍‌ ପୋଲିସ୍‌ ଏ.କେ. ସ୍ୱାଇଁଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡ଼ିଛି। କେଉଁଠୁ ଆଣିଲେ ଏତେ ଟଙ୍କା ? ଏତେ ଟଙ୍କା ନେଇ ସେ ପ୍ରକୃତରେ କେଉଁଆଡ଼େ ଯାଉଥିଲେ ? ଏସବୁର ତଦନ୍ତ କରାଯିବ ବୋଲି ସୂଚନା ମିଳିଛି। 

Advertisment
Cuttack Railway Station Money Seized
Advertisment
Advertisment