Advertisment

Kannappa Teaser: ରିଲିଜ୍‌ ହେଲା 'କନ୍ନପ୍ପା'ର ଟିଜର; ଦେଖିବାକୁ ମିଳିଲା ଦମଦାର ଫାଇଟ୍ ସିକ୍ୱେନ୍ସ

'କନ୍ନପ୍ପା'ର ଟିଜର ଲୋକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛି। ଟିଜରରେ ବିଷ୍ଣୁ ମାଞ୍ଚୁ ଥିନ୍ନାଣୁଙ୍କ ଭୂମିକାରେ ନଜର ଆସିଛନ୍ତି, ଯିଏକି ତାଙ୍କ ପରିବାରକୁ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ପାଇଁ ଲଢୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Kannappa teaser released know the date of hall release

Kannappa teaser released know the date of hall release

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର 'କନ୍ନପ୍ପା'ର ଟିଜର ରିଲିଜ ହୋଇଛି। ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଟିଜରକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଏହା ପୂର୍ବରୁ ନିର୍ମାତା ଫିଲ୍ମ ସହିତ ଜଡିତ ଅଭିନେତାମାନଙ୍କ ଲୁକ୍ ରିଲିଜ୍ କରିସାରିଛନ୍ତି ଏବଂ ସେମାନଙ୍କୁ ନିଜ ଚରିତ୍ରରେ ମଧ୍ୟ ପରିଚିତ କରେଇଛନ୍ତି।

Advertisment

ବର୍ତ୍ତମାନ ଟିଜର ସହିତ ସେ ଲୋକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛନ୍ତି। ଟିଜରରେ ବିଷ୍ଣୁ ମାଞ୍ଚୁ ଥିନ୍ନାଣୁଙ୍କ ଭୂମିକାରେ ନଜର ଆସିଛନ୍ତି, ଯିଏକି ତାଙ୍କ ପରିବାରକୁ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ପାଇଁ ଲଢୁଛନ୍ତି।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Advertisment

ସଂପ୍ରଦାୟଙ୍କୁ ରକ୍ଷା କରିବାର ଶପଥ:

ବିଷ୍ଣୁ ମାଞ୍ଚୁଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ଟିଜରରେ ବିଷ୍ଣୁ ମାଞ୍ଚୁ ତାଙ୍କ ସଂପ୍ରଦାୟଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଶପଥ ନେଇଥିବାର ନଜର ଆସିଛନ୍ତି। ସେ ଜଣେ ଯୋଦ୍ଧା ଭୂମିକାରେ ଅଭିନୟ କରିଛନ୍ତି ଯିଏକି ତାଙ୍କ ସଂପ୍ରଦାୟଙ୍କ ଶେଷ ଭରସା।

ଏହି ଟିଜର ଏକ ଚେତାବନୀରୁ ଆରମ୍ଭ ହୋଇଛି, “ଆମ ସଂକଟର ସମୟ ବହୁତ ପାଖେଇ ଆସିଛି, ଶତ୍ରୁମାନେ ଆମ ସଂପ୍ରଦାୟକୁ ଧ୍ୱଂସ କରିବାକୁ ଯମଦୂତ ଭଳି ମାଡି ଆସୁଛନ୍ତି ...।” ଏହି ଟିଜରରେ ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାର ମହାଦେବଙ୍କ ଭୂମିକାରେ ଏବଂ କାଜଲ ଅଗ୍ରୱାଲ ମାତା ପାର୍ବତୀ ଭୂମିକାରେ ନଜର ଆସିଛନ୍ତି।

ଅଧିକ ପଢ଼ନ୍ତୁ: ‘ସିକନ୍ଦର’ର ନୂଆ ପୋଷ୍ଟର ରିଲିଜ୍‌; ଦମଦାର୍ ଲୁକ୍‌ରେ ସଲ୍‌ମାନ ଖାନ୍‌

ଆହୁରି ମଧ୍ୟ ଟିଜରରେ ମାତା ପାର୍ବତୀ ଶିବଙ୍କୁ ପଚାରୁଛନ୍ତି ଯେ ସେ କିପରି ତାଙ୍କ ଭକ୍ତ ହେବେ? ଏହା ପରେ ପ୍ରଭାସଙ୍କ, ରୁଦ୍ର ଭାବରେ ଏଣ୍ଟ୍ରୀ ହୁଏ, ଏଥିରୁ ଲାଗେ ଯେ ସେ ଯୁଦ୍ଧରେ ଥିନ୍ନାଣୁଙ୍କୁ ସାହାଯ୍ୟ କରିବେ। ଏହି ଟିଜର ଦେଖିବା ପରେ ପ୍ରଶଂସକଙ୍କ କୌତୁହଳ ଆହୁରି ବଢିଯାଇଛି। ସେମାନେ ଏହାର ଟ୍ରେଲରକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଫାଇଟ୍ ସିକ୍ୱେନ୍ସ:

୧ ମିନିଟ୍ ୨୫ ସେକେଣ୍ଡର ଏହି ଟିଜରରେ କିଛି ସେକେଣ୍ଡ ପାଇଁ ଏକ ଫାଇଟ୍ ସିକ୍ୱେନ୍ସ ଦେଖିବାକୁ ମିଳେ। ଏହି ସମୟରେ ବିଷ୍ଣୁ ମାଞ୍ଚୁ ଧନୁ ଓ ତୀରରେ ଶତ୍ରୁମାନଙ୍କ ସହ ଲଢୁଥିବା ଦେଖିବାକୁ ମିଳେ।

କେବେ ହେବ ରିଲିଜ୍:

ବିଷ୍ଣୁ ମାଞ୍ଚୁଙ୍କ ବହୁ ପ୍ରତୀକ୍ଷିତ ଏହି ଚଳଚ୍ଚିତ୍ର ୨୫ ଏପ୍ରିଲ୍ ୨୦୨୫ରେ ପ୍ରେକ୍ଷାଳୟକୁ ଆସିବ। ଏହି ଚଳଚ୍ଚିତ୍ରରେ ବିଷ୍ଣୁ ମାଞ୍ଚୁଙ୍କ ବ୍ୟତୀତ ମୋହନ ବାବୁ, ପ୍ରଭାସ, ମୋହନଲାଲ, ଅକ୍ଷୟ କୁମାର, ଶରତ କୁମାର, କାଜଲ ଅଗ୍ରୱାଲ, ଅର୍ପିତ୍ ରାଙ୍କା, ବ୍ରାହ୍ମାନନ୍ଦମ, ସପ୍ତଗିରି, ମୁକେଶ ଋଷି, ମଧୁବାଲା, ଐଶ୍ୱର୍ଯ୍ୟା ଭାସ୍କର, ବ୍ରହ୍ମାଜୀ, ଦେବରାଜ, ରଘୁବାବୁ, ଶିବ ବାଲାଜୀ, ସମ୍ପତ ରାମ, ଲବୀ ପହନୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ଅଧିକ ପଢ଼ନ୍ତୁ: ହଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବେ ସଲମାନ ଖାନ; ହେବେ ଅଟୋ ଡ୍ରାଇଭର୍ !

Akshay Kumar Kajal Agarwal South Indian Films Pravas
Advertisment
Advertisment