ସୁରକ୍ଷା ବଳୟରେ ରହିବ ଲଭର୍ସ ପଏଣ୍ଟ, ପ୍ରେମୀ ଯୁଗଳଙ୍କୁ ଦିଆଯିବ ସୁରକ୍ଷା। ଗୋପାଳପୁର ଲଜ୍ଜା ପରେ ରାଜ୍ୟ ସରକାର ଏଭଳି କିଛି ନିଷ୍ପତ୍ତି ନେବାକୁ ଯାଉଛନ୍ତି।
ବର୍ଷକରେ କେତେ ଉନ୍ନତି ହୋଇଛି ତାହାର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀଙ୍କୁ ଟାର୍ଗେଟ୍ କରି ଗତକାଲି ହିସାବ ମାଗିଥିଲେ ନିମାପଡ଼ା ପୂର୍ବତନ ବିଧାୟକ ସମୀର ଦାସ । ଗୋଟି ଗୋଟି କରି ହିସାବ ଦେଲେ ଉପମୁଖ୍ୟମନ୍ତ୍ରୀ ।
ବିଜେପି ଉପମୁଖ୍ୟମନ୍ତ୍ରୀ ବିଜେପି ମୁଖପାତ୍ର ମୁହାଁମୁହିଁ । ପ୍ରଭତୀ ପରିଡା ବନାମ ସମୀର ଦାସ । ଦୁଇ ମହାରଥୀଙ୍କୁ ନେଇ ନିମାପଡା ରାଜନୀତି ବେଶ ସରଗରମ ।
ମିଶନ ଶକ୍ତି ପୁନର୍ଗଠନ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ ନେଇ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା । କହିଲେ, କିଛି ସମୟ ବିଳମ୍ବ ହୋଇପାରେ । କିନ୍ତୁ ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ ।
ଆସନ୍ତା ୨୪ ତାରିଖରେ ଆଉ ଲକ୍ଷେ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ସରକାର ।
ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ ।
ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା । ଏହା କିସ୍ତି ଟଙ୍କା ନୁହେଁ । କିନ୍ତୁ କେଉଁମାନେ ପାଇବେ, ଜାଣନ୍ତୁ ।
ପ୍ରଭାତୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଜେପି ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ନିଜର ପ୍ରତିବଦ୍ଧତା ପୁଣିଥରେ ଦୋହରାଇଛନ୍ତି । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ନାହିଁ।
ଆଗକୁ ବଢ଼ିବେ ମହିଳା । ଆହୁରି ସଶକ୍ତ ହେବ ନାରୀ ଶକ୍ତି । ଦିଆଯିବ ପ୍ରଶିକ୍ଷଣ, ବଢ଼ିବ ମହିଳାଙ୍କ ସ୍କିଲ୍ । ସୋସିଆଲ ମିଡିଆ ‘X’ରେ ଏମିତି କିଛି ପୋଷ୍ଟ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ମହିଳାମାନଙ୍କୁ ମିଳିବ ବଡ଼ ନିଯୁକ୍ତି । ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦେବେ ସରକାର । ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ । GPLF, ଓ CPL, BLFଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ ।
ବିଜେଡିର ହାତବାରିସୀ ସାଜି ଭୋଟ୍ ବ୍ୟାଙ୍କ ଚଳାଇଥିବା SHGଙ୍କୁ ଝଟକା । ସ୍ୱୟଂ ସହାୟିକା ଗୋଷ୍ଠୀରୁ କଟିଯିବ ବିଜେଡିର ଚେର ! ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ସୂଚନା, ଏହି ମାସରୁ SHGର ହେବ ପୁନର୍ଗଠନ ହଟିବେ ପୁରୁଣା SHG ସଭାପତି ଓ ସମ୍ପାଦକ ।
ରାତିସାରା ଅନିଦ୍ରା ରହି ବିଲ ପାରିତ କରିବା ଥିଲା ନୂଆ ଅନୂଭୁତି। ବିରୋଧୀଙ୍କୁ କହିବାର ସୁଯୋଗ ମିଳିଲା। ସଂଖ୍ୟାଧିକ ବିଧାୟକ ଉପସ୍ଥିତ ଥିଲେ। କାହା ମୁହଁରେ ହାଲିଆ ହେବାର ଛାପ ନଥିଲା ।
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳର ନେତାଙ୍କୁ କଟାକ୍ଷ କରି ନାନା କଥା କହିଛନ୍ତି। କହିଛନ୍ତି, ଗତ ସରକାର ଗୋଟେ ଇଭେଣ୍ଟ ମ୍ୟାନେଜମେଣ୍ଟ ସରକାର ଥିଲା। ସେମାନେ ମହିଳାଙ୍କୁ କେବଳ ସ୍ଲୋଗାନ ଭିତରେ ରଖିଥିଲେ। ଆମ ବିକାଶ ଦେଖି ବିରୋଧୀ ହଜମ କରିପାରୁ ନାହାଁନ୍ତି, ତେଣୁ ତାଙ୍କ ପାଇଁ ବଟିକା ବ୍ୟବସ୍ଥା କରାଯାଉ।
ଆଜି ଘରେ ଘରେ ଜଳିବ ସୁଭଦ୍ରା ଦୀପ। କାଲି ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ ଟଙ୍କା। ସିଏ ପୁଣି ଏକାଥରେ ଦଶ ହଜାର ଟଙ୍କା ।
ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆଜି ଆସିଲା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଦିନ ୧୨ଟାରେ ଖାତାକୁ ଆସିଛି ‘ସୁଭଦ୍ରା’ ଟଙ୍କା। ଆଉ ଦିନକ ପରେ ୮ ତାରିଖରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା।
ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍ । \'କେବଳ ଜଣଙ୍କ ପ୍ରଚାର ପାଇଁ ରାଜ୍ୟ ପର୍ଯ୍ୟଟନର ସବୁ ଟଙ୍କା ବଣ୍ଟା ଚାଲିଥିଲା\'। ଶାଗମାଛ ଦରରେ ବିଜେଡି କର୍ମୀଙ୍କୁ ଦିଆଯାଇଛି ଟୁରିଜିମ ସ୍ପଟ୍: ପ୍ରଭାତୀ। ସବୁ ଆରୋପ ଅମୂଳକ କହିଲା ବିଜେଡି ।
ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅର୍ଥକୁ ଗତ ବିଜେଡି ସରକାର ଜଣେ ବ୍ୟକ୍ତିଙ୍କ ପ୍ରଚାର ପ୍ରସାରରେ ଖର୍ଚ୍ଚ କରୁଥିଲା । କେତେକ ପର୍ଯ୍ୟଟନ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଶାଗମାଛ ଦରରେ ଦେଇ ଦେଇଛନ୍ତି । ଏପରିକି ୯୦ ବର୍ଷ ପର୍ଯ୍ୟନ୍ତ ବି ଦିଆଯାଇଛି । ଏହି କଥା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧ କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ । ଏହି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।